Advertisment

ଆଉ ୮ ଦିନ ପରେ ମହାକାଶରେ ହେବ ଚମତ୍କାର; ପୃଥିବୀରୁ ଦେଖାଯିବ…

ଆପଣ ଜ୍ୟୋତିର୍ବିଜ୍ଞାନ ବିଷୟରେ ଜାଣିବାକୁ ଆଗ୍ରହୀ କି? ଅନ୍ତରୀକ୍ଷ, ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଜାଣିବାକୁ ଚାହାନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହିଦିନ ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। କ’ଣ ହେବ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
On this day mercury-venus-mars-jupiter and Uranus will gather together

On this day mercury-venus-mars-jupiter and Uranus will gather together

ଯଦି ଆପଣ ଜ୍ୟୋତିର୍ବିଜ୍ଞାନକୁ ବିଶ୍ୱାସ କରନ୍ତି, ଅନ୍ତରୀକ୍ଷ, ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଜାଣିବାକୁ ପସନ୍ଦ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଆପଣ ଆକାଶରେ ଏକ ବିରଳ ଚମତ୍କାର ଦେଖିବାକୁ ପାଇପାରନ୍ତି। ମାର୍ଚ୍ଚ ୨୮ରେ, ସୌର ମଣ୍ଡଳ ପୃଥିବୀରୁ ଦୃଶ୍ୟମାନ ହେବ ଏବଂ ୫ଟି ଗ୍ରହ ପୂ ରା ଗୋଟିଏ ସରଳରେଖାରେ ରହିବେ, ଯାହା ରାତିସାରା ପୃଥିବୀରୁ ଦେଖାଯିବ। ଏକ ରିପୋର୍ଟ ଅନୁଯାୟୀ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ୟୁରାନସ୍‌ ୫୦ ଡିଗ୍ରୀ ବିଶିଷ୍ଟ ଏକ ଛୋଟ କ୍ଷେତ୍ର ଭେଟିବେ। ଏହି ଦୃଶ୍ୟ କେବେ ଏବଂ କିପରି ଦେଖାଯିବ ଆସନ୍ତୁ ଜାଣିବା।

Advertisment

ମାର୍ଚ୍ଚ ୨୮ ରେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ବାଇନୋକୁଲାର ସହିତ ପ୍ରସ୍ତୁତ ରୁହନ୍ତୁ ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବାକୁ। ଏହି ପାଞ୍ଚଟି ଗ୍ରହରେ ଶୁକ୍ର ସବୁଠାରୁ ଉଜ୍ଜ୍ୱଳ ଦେଖାଯିବାର ସମ୍ଭାବନା ଅଛି। ବୁଧ ଏବଂ ବୃହସ୍ପତିକୁ ଦିଗ୍‌ବଳୟ ନିକଟରେ ଦେଖିବାକୁ ମିଳିବ। ତେବେ ୟୁରାନସ୍‌କୁ ଦେଖିବା ଟିକେ କଷ୍ଟସାଧ୍ୟ ହୋଇପାରେ।

ମଙ୍ଗଳ ଏବଂ ଚନ୍ଦ୍ର ଅତି ନିକଟରୁ ଦେଖାଯିବ। ଏଡିନ୍‌ବର୍ଗ ୟୁନିଭର୍ସିଟିର ବେଥ୍ ବିଲର୍ କହିଛନ୍ତି ଯେ “ଘଟଣା ସମୟରେ କେତେକ ଗ୍ରହ ଅନ୍ୟମାନଙ୍କ ତୁଳନାରେ ଅଧିକ ଦୃଶ୍ୟମାନ ହେବେ। ଉଭୟ ଶୁକ୍ର ଏବଂ ବୃହସ୍ପତିର ଉଜ୍ଜ୍ୱଳତା ଅଧିକ ଦେଖାଯିବ। ତେଣୁ ସେମାନଙ୍କୁ ସହଜରେ ଦେଖିହେବ। ଆପଣ ନିଶ୍ଚିତ ଭାବରେ ଗତ କିଛି ସପ୍ତାହ ମଧ୍ୟରେ ସେମାନଙ୍କୁ ଏକତ୍ର ଦେଖିଥିବେ।”

Advertisment

ସାଧାରଣତଃ ସମସ୍ତ ପାଞ୍ଚଟି ଗ୍ରହ କେବେବି ଗୋଟିଏ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି ନାହିଁ। କିନ୍ତୁ ଯେତେବେଳେ ପୃଥିବୀରୁ ଏହାକୁ ଦେଖାଯାଏ, ସେମାନେ ପ୍ରାୟ ଏକ ଅର୍ଦ୍ଧଗୋଲାକାର ଆକାରରେ ଦେଖାଯାଆନ୍ତି (ଚନ୍ଦ୍ର ସହିତ)। ଜ୍ୟୋତିର୍ବିଜ୍ଞାନୀମାନେ କହୁଛନ୍ତି ଯେ ଏହି ଗ୍ରହମାନଙ୍କର ସ୍ଥିତିକୁ ବିଶେଷ ଯନ୍ତ୍ର ବିନା ମଧ୍ୟ ଦେଖାଯାଇପାରିବ। କିନ୍ତୁ ୟୁରାନସ୍‌କୁ ଦେଖିବା ପାଇଁ ବାଇନୋକୁଲାର ଆବଶ୍ୟକ ହେବ।

ମାର୍ଚ୍ଚ ୨୮ରେ ହେବାକୁ ଥିବା ଏହି ଦୃଶ୍ୟକୁ ବୃହତ ଗ୍ରହ ଶୃଙ୍ଖଳା ଭାବେ ଜଣାଯାଏ। ୫ରୁ ୬ଗ୍ରହ ଏକ ସମୟରେ ସୂର୍ଯ୍ୟର ଗୋଟିଏ ପାର୍ଶ୍ୱରେ ନିକଟତର ହେବେ। ଏଭଳି ଘଟଣା ଜୁନ୍ ୨୦୨୨ରେ ଘଟିଥିଲା, ଯେଉଁଠାରେ ସମସ୍ତ ପାଞ୍ଚଟି ଗ୍ରହ, ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଏକତ୍ର ଆକାଶରେ ଦୃଶ୍ୟମାନ ହୋଇଥିଲେ।

୧୧ ଏପ୍ରିଲରେ ବୁଧ, ୟୁରାନସ୍, ଶୁକ୍ର, ମଙ୍ଗଳ ଏକାଠି ଦେଖାଯିବେ ଏବଂ ତା’ପରେ ୨୪ ଏପ୍ରିଲରେ ବୁଧ, ୟୁରାନସ୍, ଶୁକ୍ର ଏବଂ ମଙ୍ଗଳ ଦେଖାଯିବ। ମେ ୨୯ରେ ୟୁରାନସ୍, ବୁଧ, ବୃହସ୍ପତି ଏବଂ ଶନି ଏବଂ ୧୭ ଜୁନ୍‌ରେ ବୁଧ, ୟୁରାନସ୍, ବୃହସ୍ପତି, ନେପ୍‌ଟୁନ୍ ଏବଂ ଶନି ଦୃଶ୍ୟମାନ ହେବେ। ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ ଖୁବ ଆଗ୍ରହୀ ଥିବା ନଜର ଆସନ୍ତି।

Astrological Prediction Science News
Advertisment
Advertisment