• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଟାଟୁ କରୁଛନ୍ତି କି?

  • ସୌନ୍ଦର୍ଯ୍ୟ ପରିବର୍ତ୍ତେ କରିପାରେ କ୍ଷତି !

ଆଜିକାଲି ଟାଟୁ କରିବା ଲାଗି ସମସ୍ତଙ୍କର ଆଗ୍ରହ । ଏମିତିକି ସବୁଆଡେ ଟାଟୁ ଟ୍ରେଣ୍ଡ ବି ଚାଲିଛି । ସହର ହେଉ କି ଗାଁ ସବୁଠି ଖୋଲାଗଲାଣି ଟାଟୁ ଦୋକାନ । କିଏ ହାତରେ ତ ଆଉ କିଏ ବେକରେ । ଭିନ୍ନ ଭିନ୍ନ ଷ୍ଟାଇଲରେ ଭିନ୍ନ ଭିନ୍ନ ରଙ୍ଗରେ ଲୋକେ କରୁଛନ୍ତି ଟାଟୁ । ହେଲେ ଏହା ଜୀବନ ପ୍ରତି ବିପଦ ଆଣୁଥିବା କଥା ଚର୍ଚ୍ଚା ହେବା ପରେ ଯେଉଁମାନେ ଟାଟୁ କରିଛନ୍ତି ସେମାନଙ୍କର ବଢିଲାଣି ଚିନ୍ତା ।

ଟାଟୁ କରିବାକୁ ହେଲେ ଛୁଞ୍ଚି ଓ ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର କିମ୍ବା କିଛି ନାଁ ଲେଖିବାର ଟ୍ରେଣ୍ଡ ଚାଲିଛି । ହେଲେ ଆଜିର ଯୁବପିଢି ଟାଟୁ ନାଁରେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ସହିତ ପ୍ଲାଷ୍ଟିକ ସର୍ଜରୀ ଭଳି ମାରାତ୍ମକ ଉପାୟକୁ ବି ଆପଣାଉଛନ୍ତି । ହେଲେ ସାମାନ୍ୟତମ ଅସାବଧାନତା ହେଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହେବା କଥାକୁ କିନ୍ତୁ ସେମାନେ ଭୁଲି ଯାଉଛନ୍ତି ।

ଅଧିକ ପଢ଼ନ୍ତୁ: ଆପଣ ଟାଟୁ ପ୍ରିୟ କି; ତେବେ ମିଳିବନି ଏହି ସରକାରୀ ଚାକିରି

ଟାଟୁ କରିବା ବେଳେ ବ୍ୟବହୃତ ନିଡିଲ୍ସ ବା ଛୁଞ୍ଚି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏମିତିକି ଟିକିଏ ଅସାବଧାନ ହେଲେ ଏଡ୍ସ ମଧ୍ୟ ହୋଇପାରେ । ଖାଲି ଏତିକି ନୁହେଁ ବରଂ ଟାଟୁ କରିବା ପରେ ସେହି ସ୍ଥାନରେ ପାଣି ଫୋଟକା, ଟାଟୁ ଚାରିପାଖ କୁଣ୍ଡେଇ ହେବା, ବିରିବିରି ହୋଇ ଲାଲ୍‌ ପଡ଼ିବା ଏମିତିକି ଚର୍ମ କର୍କଟ ଭଳି ରୋଗ ବି ଦେଖାଯାଏ । ଏମିତିକି ଏମଆରଆଇ କରିବା ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଟାଟୁ ଶରୀରରେ କରିବା ଅନୁଚିତ୍‌ । ଯଦି ବି କେଉଁମାନେ ଟାଟୁ କରୁଛନ୍ତି ତେବେ ଶରୀରର କୌଣସି ସମ୍ବେଦନଶୀଳ ସ୍ଥାନରେ ସେମାନେ ଟାଟୁ କରିବା ଅନୁଚିତ୍‌ । ହେଲେ ଆଜିର ଯୁବପିଢି କିନ୍ତୁ ବେଫିକର । ଯେଉଁଠି ଇଚ୍ଛା ହେଲା ଯେମିତି ଇଚ୍ଛା ହେଲେ ସେମିତି କରୁଛନ୍ତି ଟାଟୁ । ଯାହାକୁ ନେଇ ବଢିଛି ଚିନ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now