ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ।
ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା।
୫ ବର୍ଷ ହେଲାଣି ଗାଁକୁ ବିଜୁଳି ଦେବାର ବ୍ୟବସ୍ଥା କଲା ପ୍ରଶାସନ । ଆଜିଯାଏଁ କିନ୍ତୁ ଜଳିପାରିଲାନି ବିଜୁଳି...ବାରମ୍ବାର ଅଭିଯୋଗ କଲେ ହେଲେ ଲାଭ ମିଳୁନି ।