• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ୱାମୀଙ୍କୁ ଗର୍ଭବତୀ ଥିବା କହି ନାଟକ କରୁଥିଲେ ପତ୍ନୀ । ଏପରିକି ହସପିଟାଲରେ ଛୁଆ ଚୋରି ହୋଇଥିବା ଅଭିଯୋଗ ବି କରିଥିଲେ। ଶେଷରେ ଧରାପଡିଗଲା ମହିଳାଙ୍କ ମିଛ । ଅଭିଯୋଗ ଆସିଛି ମାଲକାନଗିରି ରୁ । ମାଥିଲି ବ୍ଲକ୍ ବିରେନପାଲିର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ ।

ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ । ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରା ଯିବା ବେଳେ ଚେକ୍ ଅପ୍ ସମୟରେ ସେ ଗର୍ଭବତୀ ନଥିବା ଜଣାପଡିଥିଲା । ହେଲେ ଏତିକିରେ ନାଟକ ସରିନଥିଲା । ତାଙ୍କ ଛୁଆକୁ ଗାଏବ୍ ହୋଇଥିବା ଅଭିଯୋଗ କରିଥିଲେ।

ହସପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଆଗରେ ସତ ମାନିଯାଇଥିଲେ ମହିଳା । ସିଡିଏମଓ କହିଛନ୍ତି, ୨୦୧୭ରୁ ସଂପୃକ୍ତ ମହିଳାଙ୍କ ଫ୍ୟାମିଲି ପ୍ଲାନିଂ ଅପରେସନ ହୋଇସାରିଛି । ତେବେ ପୁରା ଘଟଣାରେ ଏଏନଏମଙ୍କ ସଂପୃକ୍ତି ସାମ୍ନାକୁ ଆସୁଥିବାରୁ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଡିଏମଓ କହିଛନ୍ତି ।

ଏପରି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି । ସପୃକ୍ତ ମହିଳାଙ୍କୁ ଏନେ ପଚରାଉଚରା କରୁଛି ପୋଲିସ । ଘଟଣାରେ ଏ