/odishatv-khabar/media/post_attachments/uploadimage/library/16_9/16_9_0/SAT_1679387946.jpg)
SAT
କାଏମ ରହିଲା ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା (SAT) ଉଚ୍ଛେଦ ନିଷ୍ପତ୍ତି । SAT ଉଚ୍ଛେଦ ନେଇ ପୂର୍ବରୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
Advertisment
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ସମ୍ବିଧାନର ଧାରା ୩୨୩(ଏ) ଅନୁସାରେ କେନ୍ଦ୍ର ସରକାର, ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ରଦ୍ଦ କରିବାକୁ ବାରଣ କରେନାହିଁ । ସ୍ୟାଟ୍ ଉଚ୍ଛେଦ ନେଇ ଗତ ୨୦୧୯ରେ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ।
ଯେଉଁ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ସ୍ୟାଟ୍ ବାର୍ । ସେତେବେଳେ ମଧ୍ୟ ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ରର କ୍ଷମତା ଥିବା କହିଥିଲେ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ସ୍ୟାଟ୍ ବାର୍ ।
Advertisment
୨୦୨୨ରେ ଏହି ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ କୋର୍ଟ, ଆଉ ଆଜି ସେ ରାୟ ପ୍ରକାଶପାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)