ମାଆ କାମବାଲି, ବାପା ଶ୍ରମିକ । ଝିଅକୁ ଦିଶୁନି...ହେଲେ କଣ୍ଠରେ ବିଜେ କରିଛନ୍ତି ସରସ୍ୱତୀ । ତାଙ୍କ ଗୀତ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା ।
ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।
ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।
ଗତ କିଛିଦିନ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।
ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।
ଗାଁର ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି । ପଞ୍ଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି । ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ ।
ଝିଅକୁ ପୋଡ଼ି ମାରିଲେ, କେସ୍ କରିବାରୁ ମାଆକୁ ଦୁଷ୍କର୍ମ କଲେ...ଦେହରେ ନିଆଁ ଲଗାଇ ଦେଲେ । ମାଆ-ଭଉଣୀଙ୍କୁ ନ୍ୟାୟ ଦେବା ଲାଗି କାନ୍ଦି କାନ୍ଦି ଏସପି ଅଫିସରେ ପହଞ୍ଚିଲା ବଡ଼ ଝିଅ
୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।
ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।
କଳା ପୋଷାକରେ କଂଗ୍ରେସ ନେତା। ସମସ୍ତେ ଦେଖାଯାଉଛନ୍ତି ସତେ ଯେମିତି ‘ବ୍ଲାକ୍ କ୍ୟାଟ୍ କମାଣ୍ଡୋ’ ।
ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।
ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ
କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି।
ରାୟଗଡାରେ ମାତିଛନ୍ତି ଆନ୍ଧ୍ରା ଚୋର । ଛକ ଛକରେ ଲାଗିଲା ସିସି କ୍ୟାମେରା
ଆଙ୍କର ହୋଇଥିବା କୁନି ଝିଅ ସ୍ଥାନୀୟ ଅଂଚଳର ଗୀତାଞ୍ଜଳି ବିଶ୍ୱାଳ ହୋଇଥିବା ବେଳେ ରିପୋର୍ଟର ହୋଇଥିବା ପୁଅ ଜଣକ ହେଉଛନ୍ତି ଜଗନ୍ନାଥ ବେହେରା । ଗତକାଲି ପୁରୀରେ ଟ୍ରେନ୍ ଲାଇନଚ୍ୟୁତ୍ ହେବା ପରେ ଏଇ ଦୁଇ ଜଣ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଉ ଆରମ୍ଭ କରିଦେଇଥିଲେ ନିଜ ଦର୍ଶକଙ୍କୁ ଖବର ଦେବା । ଏମାନେ ଖବର ଦେବାରେ ଏମିତି ମଜି ଯାଇଥିଲେ ଯେ ସେମାନେ ନିଜେ କେତେବେଳେ ଖବର ଭିତରକୁ ଆସିଗଲେ ତାହା ନିଜେ ବି ଜାଣିନଥିଲେ ।
ବିଭିନ୍ନ ଉପାୟରେ ଠକମାନେ ଟଙ୍କାଠୁ ଆରମ୍ଭ କରି କାର୍ଡ ତଥ୍ୟ ଓ ଏଟିଏମ୍ ପିନ୍ ଚୋରି କରି ନେଉଛନ୍ତି। ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ଏଟିଏମ୍ରେ ଟଙ୍କା ଟ୍ରାଞ୍ଜାକ୍ସନ ପରେ ଠକାମିର ଶିକାର ହେବାସହ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା।
ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।
ଓଡ଼ିଶା ପୋଲିସ୍ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।
ଲୋକେ ନିଜ ନିଜ ଅସୁବିଧା ନେଇ ଥାନାକୁ ଗଲେ ସେଠି ତାଙ୍କ ସୁବିଧା ଅସୁବିଧା ବୁଝିବାକୁ କେହି ନାହାନ୍ତି । ଥାନା ବାବୁ ନାଁ ଶୁଣୁଛନ୍ତି ନା କିଛି ବୁଝୁଛନ୍ତି । ଲୋକେ ଏଠି ପୋଲିସ୍ ଉପରେ ଖପ୍ପା
ବର୍ଷବର୍ଷ ଧରି ପାହାଡି ଅଞ୍ଚଳରେ ୧୧ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । ରାଇପାଡ଼ ଗାଁ ଓଡ଼ିଶାରେ ରହିଥିଲେ ମଧ୍ୟ ବିଦ୍ୟୁତ, ପାଣି ଓ ଶିକ୍ଷା ଆଦି ସବୁ ସୁବିଧା ଆନ୍ଧ୍ର ସରକାର ଯୋଗାଇ ଦେଇ ଆସୁଛନ୍ତି । ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ବିଦ୍ୟୁତ ସେବା, ପାନୀୟ ଜଳ , ଶିକ୍ଷା,ଆଧାର କାର୍ଡ ଭଳି ଅନେକ ସେବା NGO ମଧ୍ୟରେ ଯୋଗାଇ ଦେଇ ଆସୁଛନ୍ତି । ଆନ୍ଧ୍ର ପକ୍ଷରୁ ସବୁ ପାଉଛନ୍ତି ହେଲେ ଓଡ଼ିଶା ପକ୍ଷରୁ କିଛି ପାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।