Advertisment

ବାଃ ବାଃରେ ବ୍ୟବସ୍ଥା : ପାଣି ଆସୁନି, ମାସ ଶେଷକୁ ମୋଟା ବିଲ୍‌ ଆସୁଛି

ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ  ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।

author-image
Sarbeswar
ଅଦ୍ୟତନ ହୋଇଛି
WaterBill

WaterBill

ଗାଁରେ ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି। ପଂଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି। ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ। ପୋଖରୀ ,ଗଡ଼ିଆ ଓ ଦୂଷିତ ନଳକୁଅ ସାଜିଛି ଏବେ ଗାଁ ଲୋକଙ୍କ ପାଇଁ ସାହାଭରସା । ବସୁଧା ଯୋଜନାରେ ପାଣି ନପାଇ ଗାଁ ଲୋକେ ପଂଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚଙ୍କ ପାଖରେ ନିଜ ହକ ପାଇଁ ଲଢେଇ କରୁଛନ୍ତି। କରିବେନି ବା କାହିଁକି? ଖରାଦିନ ଆସିଲାଣି... ବାଲେଶ୍ୱର ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସହଜରେ ଜଳ ଅଭାବ ରହିଥାଏ। ତେଣୁ ଏ ବର୍ଷବି ସମାନ ସ୍ଥିତି...ପଂଚାୟତର ମାଧପୁର ଗ୍ରାମରେ ଘରକୁ ଘର ଲାଗିଥିବା ଟ୍ୟାପରେ ବହୁ ଘରକୁ ପାଣି ନଆସିବାରୁ କିଛିଦିନ ପୂର୍ବରୁ ଗାଁର ଲୋକେ ସରପଞ୍ଚଙ୍କ ପାଖରେ ନିଜ ହକ ପାଇଁ ଦାବି ରଖିଥିଲେ।

Advertisment

ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ  ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।

ସରପଞ୍ଚ ଗୁହାରି କଣ ଶୁଣିବେ? ନିଜ ଗାଁ ଗୁହାଳିଆରେ ପାଣି ଟୋପାଏ ପାଇଁ ସରକାରୀ କଳ ଆଗରେ ଗୁହାରି କରିକରି ନୟାନ୍ତ ହୋଇଗଲେଣି ହେଲେ ପାଣି ପାଇଲେ ନାହିଁ ।ଗ୍ରାମରେ ଦୁଇବର୍ଷ ହେବ ବସୁଧା ଯୋଜନାରେ ଟାଙ୍କି ସହ ଘରକୁ ଘର ପାଇପ ଲାଗିଛି । ବସୁଧା ଯୋଜନାକୁ ବିଦ୍ୟୁତ ସଂଯୋଗ ବି ହୋଇଛି । ତଥାପି ୩ଶହରୁ ଅଧିକ ପରିବାର ଗାଁରେ ଥିଲେ ବି କୌଣସି ଘରକୁ ପାଣି ଯାଇପାରିନି । ସେପଟେ ବିଦ୍ୟୁତ ସଂଯୋଗ ଯୋଗୁଁ ପ୍ରତିମାସ ପଂଚାୟତକୁ ହଜାର ହଜାର ଟଙ୍କାର ଵିଲ ଆସି ପହଂଚି ଯାଉଛି। ବିଲ ପୈଠ ନହେବାରୁ ନୋଟିସ ବି ପହଂଚି ଯାଉଛି । ଲୋକେ କିଛି ନବୁଝି ସରପଞ୍ଚଙ୍କୁ ଅଭିଯୋଗ କରୁଛନ୍ତି ସିନା ହେଲେ ବସୁଧା ଯୋଜନା ପରିଚାଳନା ସରପଞ୍ଚଙ୍କ ହାତରେ ନଥିବାରୁ ସେ ବି ନାଚାରା । ସେପଟେ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ଖୁବଶୀଘ୍ର ବସୁଧା ଯୋଜନାରେ ମିଳିବ ପାଣି ।

Advertisment

(ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ)

Advertisment
Advertisment