• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଧରାପଡ଼ିଲା ମଣିଷ ଖିଆ ବାଘ

  • ଟ୍ରାକ୍‌ କ୍ୟାମେରାରେ କଏଦ ହେଲା ବାଘର ଫଟୋ

କ୍ୟାମେରାରେ କଏଦ ହେଲା ମଣିଷ ଖିଆ ବାଘ । ଅଧ ରାତିରେ ବୁଲୁଥିବା ବେଳେ କ୍ୟାମେରା ଦେଖିଲା ବାଘର ଗତିବିଧି । ଜଙ୍ଗଲରେ ବାଘ ଥିବା ସ୍ପଷ୍ଟ ହେବା ପରେ ଛାନିଆ ହେଲେଣି ଗାଁ ଲୋକେ ।ଖାଲି ଛାନିଆ ହୋଇଛନ୍ତି ତାହା ନୁହେଁ ବରଂ ସଂଧ୍ୟା ହେଲେ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ଲୋକେ ।

ଗତ କିଛିଦିନ ଧରି ନୂଆପଡା ଜିଲ୍ଲା ରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।

ଅଧିକ ପଢ଼ନ୍ତୁ: ଜଙ୍ଗଲର ଦୁଇ ହିଂସ୍ର ଜନ୍ତୁ ବାଘ-ସିଂହ; କ’ଣ ରହିଛି ଫରକ, କିଏ ଶକ୍ତିଶାଳୀ ?

ତେବେ ସପ୍ତାହକ ମଧ୍ୟରେ ଗାଁରୁ ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଗୁହାଳରୁ ଟାଣି ନେଇ ବାଘ ଖାଇଦେବା ପରେ ଗାଁରେ ବାଘର ଆତଙ୍କ ଖେଳିଯାଇଥିଲା । ଏମିତିକି ସନ୍ଧ୍ୟା ହେଲେ ଗାଁରେ ତାଟିକବାଟ ବି ପଡିଯାଉଥିଲା। । ବାଘ ମାତିବା ପରେ ବନବିଭାଗ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ ବି କରୁଥିଲା । ହେଲେ ଏବେ ଅଧ ରାତିରେ କ୍ୟାମରେ ବାଘର ଚିତ୍ର କଏଦ ହେବା ପରେ ଲୋକଙ୍କ ମନରେ ପଶିଛି ଛାନିଆ...

(ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ)