/odishatv-khabar/media/post_attachments/uploadimage/library/16_9/16_9_0/s_1680238288.jpg)
Minor Drowns To Death In A Pond In Balasore
୧୦ ବର୍ଷ ପୂର୍ବେ ରାମ ନବମୀରେ ବଡ଼ ଭାଇର ପ୍ରାଣ ଚାଲିଯାଇଥିଲା, ଆଉ ଗତକାଲି ସାନ ଭାଇର ଜୀବନ ଚାଲିଗଲା। ୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି। ରାମ ନବମୀରେ ପାଣିରେ ବୁଡ଼ି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସିମୁଳିଆ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗାଁର କୁନା ନାଥଙ୍କ ସାନ ପୁଅ ପରେଶ ନାଥଙ୍କ ପାଣିରେ ବୁଡ଼ି ଗତକାଲି ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ୧୦ ବର୍ଷ ପୂର୍ବେ କୁନା ନାଥଙ୍କ ବଡ଼ ପୁଅ ରାମ ନବମୀ ଦିନ ମହାନଦୀରେ ବୁଡ଼ି ଯାଇଥିଲେ। ବଡ଼ ପୁଅକୁ ସବୁଦିନ ପାଇଁ ହରାଇବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ଭଗବାନ ପରିବାର ଉପରେ ଆଉ ଏକ ଦୁଃଖର ପାହାଡ଼ ଲଦି ଦେଇଥିଲେ। ଯେଉଁଦିନ ପରିବାର ସଦସ୍ୟ ବଡ଼ ପୁଅକୁ ହରାଇ ଥିଲେ ଠିକ୍ ସେଇ ଦିନ ଅର୍ଥାତ୍ ରାମ ନବମୀ ଦିନ ଗତକାଲି ସାନ ପୁଅକୁ ମଧ୍ୟ ହରାଇଲେ। ସତେ ଯେମିତି କୁନାଙ୍କ ପରିବାର ପାଇଁ ରାମନବମୀ କାଳ ହୋଇଯାଇଛି।
#ଭଗବାନ_ଏମିତି_ଦୁଃଖ_କାହାକୁ_ନଦିଅନ୍ତୁ
୧୦ ବର୍ଷ ତଳେ ରାମ ନବମୀରେ ବଡ଼ ଭାଇର ଜୀବନ ଚାଲିଯାଇଥିଲା, ଏଥର ଗଲା ସାନ ଭାଇର ଜୀବନ...#Odishapic.twitter.com/kiVlIEvg4U— ଓଟିଭି (@otvkhabar) March 31, 2023
ଗତକାଲି ଅପରାହ୍ଣରେ ପରେଶ ଗାଁ ପାଖ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଗାଁର କିଛି ଲୋକ ପୋଖରୀ ପାଖରେ ପାଦ ଚି଼ହ୍ନ ଦେଖି ପୋଖରୀରେ ସେ ଭାସି ଯାଇଥିବା ସନ୍ଦେହ କରି ପାଖ ଦମକଳ ବାହିନୀକୁ ଖବର ଦେଇଥିଲେ। ଖୋଜାଖୋଜି ପରେ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)