• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବା ନେଇ ପ୍ରକଳ୍ପର ଆରମ୍ଭ ହୋଇଯାଇଥିବା ବେଳେ ଏବେ ଓଡ଼ିଶା ର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ । ତେବେ କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୂରଣ ହେଲା ଭଦ୍ରକ ଓ ନୟାଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆଶା । ରାମନବମୀରେ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍  ଶୁଭାରମ୍ଭ ହୋଇଛି । କଟକ ରେଳ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ 
ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ରେନ୍ ପ୍ରଚଳନ ଦ୍ୱାରା ଉଭୟ ଭଦ୍ରକ ଓ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷା ପୂରଣ ହୋଇପାରିବ ।

ଆଜି ଶୁଭାରମ୍ଭ ଦିବସରେ ଟ୍ରେନ୍ କଟକ ଷ୍ଟେସନରୁ ଛାଡିଛି । କିନ୍ତୁ ଆସନ୍ତାକାଲିଠାରୁ ମେମୁ ଟ୍ରେନର ନିୟମିତ ସେବା ଉଭୟ ପାର୍ଶ୍ବରୁ ଆରମ୍ଭ କରାଯିବ । ମେମୁ ଟ୍ରେନ୍ ଭଦ୍ରକରୁ ସକାଳ ୫ଟା ୪୫ ମିନିଟରେ ଛାଡି ଦିନ ୧୧ଟା ୫୫ରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକରେ ରାତି ୧୦ଟା ୪୫ ମିନିଟରେ ପହଞ୍ଚିବ। ଟ୍ରେନ୍ ଚାଲିବା ବେଳେ ସମସ୍ତ ଷ୍ଟେସନ୍ ଓ ପାସେଞ୍ଜର ହଲ୍ଟ ଗୁଡିକରେ ରହଣି କରିବ। 

 

ଭୁବନେଶ୍ୱର ରେଳ ଷ୍ଟେସନର ମଧ୍ୟ ନବୀକରଣ ଆରମ୍ଭ ହୋଇଯାଇଛି । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ସେହି ଉତ୍ସବରେ ସାମିଲ ହୋଇଥିଲେ ।

ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲାଗି ୩୯୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଦୁଇ ବର୍ଷ ମଧ୍ୟରେ କାମ ଶେଷ ହେବ । ମାଷ୍ଟର କ୍ୟାଣ୍ଟିନ ପଟେ ୧୧ ମହଲା ବିଶିଷ୍ଟ ଏବଂ ପୁରୁଣା ଷ୍ଟେସନ ପଟେ ୪ ଓ ୬ ମହଲା ବିଶିଷ୍ଟ ଦୁଇଟି ବିଲ୍ଡିଂ ନିର୍ମାଣ ହେବ । ଷ୍ଟେସନର ଉଭୟ ପ୍ରବେଶ ପଥକୁ ପ୍ରଶସ୍ଥ ଏବଂ ଉଚ୍ଚା କରାଯିବା ସହ ପାର୍କିଂ ଲାଗି ହେବ ସ୍ୱତନ୍ତ୍ର ବ୍ୟବସ୍ଥା ।

ଷ୍ଟେସନରେ ଏକାଧିକ ଫୁଟ୍ ଓଭରବ୍ରିଜ ନିର୍ମାଣ କରାଯିବ । ଦୈନିକ ଦେଢ ଲକ୍ଷ ଯାତ୍ରୀ ଯାଆସ କରିବା ଭଳି ଭିତ୍ତିଭୂମିର ସଂପ୍ରସାରଣ ହେବ । ପ୍ଲାଟଫର୍ମ ଭିତରେ ଯାତ୍ରୀ ଲାଉଞ୍ଜ, ୩୪ଟି ଲିଫ୍ଟ, ୨୦ ଏସ୍କାଲେଟର, ୨୧ଟି ରିଟାୟରିଂ ରୁମ, ୧୫୦ ବେଡ୍ ବିଶିଷ୍ଟ ଡର୍ମିଟୋରୀ, ଫୁଡ କୋର୍ଟ ଓ ଏଟିଏମ୍ ବି ସ୍ଥାପନ କରାଯିବ ।