/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680234102.jpg)
No 'ON' shop liquor license for rural areas
ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୩-୨୪ ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ।
Advertisment
କେବଳ ସହରାଞ୍ଚଳରେ ଥିବା ଷ୍ଟାର ହୋଟେଲ୍ ଏବଂ ରୁମ୍ ବ୍ୟବସ୍ଥା ଥିବା ହୋଟେଲ୍କୁ ହିଁ ଅନ୍ ସପ୍ ବା ବାର୍ ଖୋଲିବା ପାଇଁ ଅନୁମତି ମିଳିବ। ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି। ୧ ଲକ୍ଷ ୧୦ ହଜାରରୁ ୧ଲକ୍ଷ ୨୦ ହଜାରକୁ ଏବଂ ଲେବଲ୍ ପଞ୍ଜୀକରଣ ଫି’ ୪୦ ହଜାରରୁ ୫୦ ହଜାର ଟଙ୍କା ବୃଦ୍ଧି ପାଇଛି।
ସେହିପରି ସମୁଦ୍ରକୂଳ, ନଦୀ, ହ୍ରଦ, ଡ୍ୟାମ୍ ପାଖରେ ଖୋଲିବ ମଦ ଝୁମ୍ପୁଡ଼ି । ଓଟିଡିସି ବା ଏହି ସଂସ୍ଥା ଦ୍ୱାରା ନିଯୁକ୍ତ ଅପରେଟର ଏହି ଝୁମ୍ପୁଡ଼ି ଚଳାଇବେ। ଏହାସହ ମଦ ୫ରୁ ୧୦% ବଢ଼ିବ। ଆସନ୍ତାକାଲିଠାରୁ ନୂଆ ଅବକାରୀ ନୀତି ଲାଗୁ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)