Advertisment

ଭତ୍ତା କି ଜରୁରୀକାଳୀନ ସେବା..ପାଇବ ତ ପାହାଡ଼ ଚଢ଼

ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।

author-image
Sarbeswar
ଅଦ୍ୟତନ ହୋଇଛି
Villagers scale mountain

Villagers scale mountain

ପାହାଡ ଉପରେ ଚାଲିଛି ମିଶନ ଶକ୍ତିର ବ୍ୟାଙ୍କିଙ୍ଗ ସେବା । ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ନିଇତି ପାହାଡ ଚଢୁଛନ୍ତି ଜଣେ ମିଶନ ଶକ୍ତିର ବ୍ୟାଙ୍କ ସଖି। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମଳାସପଦର ପଞ୍ଚାୟତରେ ଦେଖିବାକୁ ମିଳିଛି ଦୃଶ୍ୟ । ପଞ୍ଚାୟତର ଜନସାଧାରଣଙ୍କୁ ସମସ୍ତ ବ୍ୟାଙ୍କିଂ ସେବା ଓ ଡିଜିଟାଲ ସେବା ଯୋଗାଇବା ପାଇଁ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ଆରମ୍ଭ ହୋଇଛି ଏହି ବ୍ୟାଙ୍କିଙ୍ଗ ଓ ଡିଜିଟାଲ ସେବା । ସେଥିପାଇଁ ଛଣବଣିଆ ଗାଁର ସନିଆ ଗାନ୍ଧୀ ସ୍ଵୟଂ ସହାୟିକା ମହିଳା ସଂଘର ଚରିତା ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି ।

Advertisment

ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।

ବିଭିନ୍ନ ଗାଁର ବୁଦ୍ଧବୃଦ୍ଧାଙ୍କ ଭତ୍ତା ଟଙ୍କା, ମନରେଗା ଯୋଜନାରେ ଟଙ୍କା ଉଠାଣ ସମେତ ମୋବାଇଲ୍ ଓ ଡିସଟିଭି ରିଚାର୍ଜ ସମେତ ବିଭିନ୍ନ କ୍ଷେତ୍ରରେ ସେବା ପାଇବା ପାଇଁ ଲୋକଙ୍କୁ ବହୁ କଷ୍ଟରେ ପାହାଡ ଚଢ଼ିବାକୁ ପଡୁଛି । କେବଳ ସେତିକି ନୁହେଁ ଅଞ୍ଚଳରେ ନେଟୱର୍କ ନଥିବାରୁ ଲୋକେ ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ସେବାରୁ ବି ବଞ୍ଚିତ ହେଉଥିବା ବେଳେ ଛାତ୍ର ଛାତ୍ରୀ ଅନଲାଇନ୍ ପାଠ ପଢାରୁ ବଞ୍ଚିତ ହେଉଛନ୍ତି।

Advertisment

ଭାରତ ବର୍ଷରେ ଏବେ ହାଇସ୍ପିଡ ୫ଜି ସେବା ଆରମ୍ଭ ହୋଇଛି ସତ ହେଲେ ଦୁର୍ଗମ ଅଞ୍ଚଳରେ ୫ଜି ସେବା ତ ଦୂରର କଥା ସାଧାରଣ ନେଟୱର୍କ ସୁବିଧା ସେମାନଙ୍କ ପାଇଁ ସତେ ଯେମିତି ସାତ ସପନ ହୋଇଯାଇଛି । ଏ ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍‌ । ତେବେ ତୁରନ୍ତ ଅଞ୍ଚଳରେ ନେଟୱର୍କ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଅପେକ୍ଷା କେବେ ସେମାନଙ୍କ ଗାଁକୁ ଆସିବ ନେଟୱାର୍କ, ଆଉ କେବେ ପାଇବେ ସମସ୍ତ ଡିଜିଟାଲ୍ ସେବା?

(ମୋହାନାରୁ ମିହିର୍ ଯତିଙ୍କ ରିପୋର୍ଟ)

Emergency Services
Advertisment
Advertisment