• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Teacher
ଆ ସୁନା ଘରୁ ବାହାରି ଆ...ପେଟେ ପିଇ ନାଚିଲେ ହେଡ୍‌ସାର୍‌

ଇଏ କାଳେ ଶିକ୍ଷକ । ପେଟେ ପିଇ ଦେଇ ନାଚିଲେ ଆ ସୁନା ଘରୁ ବାହାରି ଆ..ତାତିଲେ ଗ୍ରାମବାସୀ । ପୂର୍ବରୁ ବି ଏମିତି କାଣ୍ଡ ଶିକ୍ଷକ କରିଥିବା ନେଇ କଲେ ଅଭିଯୋଗ

teaching free
ଆଜୀବନ ମାଗଣା ପଢାଉଥିଲେ, ମଲା ବେଳେ ଆଖି ଦେଇଗଲେ

ଜୀବନ ସାରା ପିଲାଙ୍କୁ ମାଗଣାରେ ପଢାଇଲେ ପାଠ । ଏବେ ମରିଯିବା ପରେ ଦାନ କରିଦେଲେ ଆଖି...

Marigold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ

କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

Signalman sleeps on duty loco-pilot signals train in Mayurbhanj
ନିଦରେ ଶୋଇଗଲେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା; ତା’ପରେ...

ନିଦରେ ଶୋଇଗଲେ ରେଲ୍‌ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଆଉ ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍‌ ଟ୍ରେନ୍‌ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍‌ ଟ୍ରେନ୍‌ ଚଲାଇ ଥିଲେ।

Medical
ଡାକ୍ତର ନାହାନ୍ତି କି କର୍ମଚାରୀ ନାହାନ୍ତି କିନ୍ତୁ ମେଡ଼ିକାଲ ପାଇଲା ଆୱାର୍ଡ଼

ମେଡ଼ିକାଲ କାନ୍ଥରେ ମେଂଚା ମେଂଚା ଚିତ୍ର ହୋଇଛି । ପୁଣି ଉପରେ ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ବି ଲାଗିଛି । ଖାଲି ଏତିକି ନୁହେଁ ବରଂ ଝିଲିମିଲି ଲାଇଟ୍‌ ବି ଜଳୁଛି । ପରିସ୍କାର ଓ ପରିଛନ୍ନତା ଦେଖିବା ପରେ ଘଣ୍ଟାଏ ବସିବାକୁ ମନ ଡାକିବ । ସେଇଥି ଲାଗି ତ ମେଡ଼ିକାଲକୁ ମିଳିଛି ପୁରସ୍କାର ।

MarryGold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ ଉଡ଼ିଯିବ ହୋସ୍‌

ଟାନବାଟ୍ ଗାଁର ମହିଲାମାନେ ନିଜ ଗାଁରେ ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ଓଡିଶା ଜୀବିକା ମିଶନ ସହ ଯୋଗାଯୋଗ କଲେ । ଏହି ବିଭାଗମାନେ ତାଙ୍କ ଉତ୍ସାହକୁ ଦେଖି ଗେଣ୍ଡୁଫୁଲ ଚାଷ କରିବାକୁ ଅନୁରୋଧ କଲେ । ବିହନଠାରୁ ବିଭିନ୍ନ ବୈଷୟିକ ସହାୟତା ଯୋଗାଇ ଦେଲେ । ଏବେ ନିକଟସ୍ଥ ନୂଆପଡା,ଖରିଆରରୋଡ ବଜାରରେ ଫୁଲ ବିକି ବେଶ ଦୁଇ ପଇସା ପାଉଛନ୍ତି

3 Odisha migrant workers walk 1100 km to reach home from Bengaluru
୧୧୦୦ କି.ମି. ଚାଲି ଚାଲି ବେଙ୍ଗାଲୁରୁରୁ ଓଡ଼ିଶା ପହଞ୍ଚିଲେ, ନା ପାଖରେ ଥିଲା ଟଙ୍କା ନା ଖାଦ୍ୟ...

ଶେଷରେ ଉପାୟଶୂନ୍ୟ ହୋଇ ଓ ନିର୍ଯାତନା ସହିନପାରି ଗତ ରବିବାର ଦିନ ୩ ଶ୍ରମିକ କମ୍ପାନୀରୁ ଲୁଚିକି ବାହାରି ଚାଲି ଚାଲି ଗାଁ ଅଭିମୁଖେ ବାହାରି ଥିଲେ। ପାଖରେ କିଛି ଟଙ୍କା ନଥିବା ଯୋଗୁ କିଛି ନ ଖାଇ ନ ପିଇ ୩ ଶ୍ରମିକ ୮ ଦିନରେ ୧୧୦୦ କି.ମି. ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି।

Tata Power
ମନମାନି କରୁଛି ଟାଟାପାୱାର : ଅଫିସରଙ୍କୁ ଛାଡୁଛି, ଗରିବଙ୍କୁ ଧରୁଛି

ପୁଣି ମନମାନି କରୁଛି ଟାଟାପାୱାର । ସରକାରୀ କାର୍ଯ୍ୟାଳୟ ଉପରେ ଲକ୍ଷଲକ୍ଷ ଟଙ୍କା ବକେୟା ବିଲ୍‌ ରହିଛି...ହେଲେ ଗରିବଙ୍କର କିଛି ଟଙ୍କା ବକେୟା ଥିବାରୁ ବିଜୁଳି କାଟି ଦେଇଛି ଟାଟା । ଗାଁକୁ ବିଜୁଳି ନଗଲେ ଏସଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଲେ ଗାଁ ଲୋକେ।

Two Minor Girl Drowns To Death In Subernapur
କାହିଁକି ଏତେ ନିଷ୍ଠୁର ହେଲେ ଭଗବାନ ! ଚିକିତ୍ସା କରୁ କରୁ ଝିଅକୁ ଚିହ୍ନିଲେ, ହେଲେ ବଞ୍ଚାଇ ପାରିଲେନି...

ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଡାକ୍ତର ଓ ନର୍ସ ଉଭୟ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ।

Dog-man fight
କୁକୁର ମଣିଷ ଲଢେଇରେ କେବେ ଲାଗିବ ବ୍ରେକ....କିଏ ଏଥି ପାଇଁ ଦାୟୀ ?

ରାଜଧାନୀରେ କୁକୁରଙ୍କ ସଂଖ୍ୟା କମାଇବାକୁ ବିଏମ୍ ସିର ଗୁରୁତ୍ବ। ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସହ ସଂଖ୍ୟା କମାଇବାକୁ ଯୋଜନା କରୁଛି ବିଏମସି। ଦିନକୁ ଦିନ ବୃଦ୍ଧି ପାଉଥିବା କୁକୁର ମଣିଷ ଲଢେଇରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରିଛି ବିଏମସି।

Bond of cat & dog relationship in Jagatsingpur will win your heart
ନିଆରା ୟାଙ୍କର ପ୍ରେମକାହାଣୀ : ପାରିବେନି କେହି ଅଲଗା କରି

କୁକୁର-ବିଲେଇଙ୍କ ନିଆରା ପ୍ରେମ କାହାଣୀ । କେହି କାହାରିକୁ ଦଣ୍ଡେ ଛାଡୁନାହାନ୍ତି । କୁକୁର ସହ ଦିନରାତି ଖେଳୁଛି ବିଲେଇ । ୟାଙ୍କ ବନ୍ଧୁତା ଦେଖିଲେ ଆପଣ ବି କହିବେ, ପାରିବେନି କେହି ଅଲଗା କରି ।

Odisha girl turns bonded labourer to feed sister & mother after father & brother’s death
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ସାଙ୍ଗ ହୋଇ ଚାଲିଗଲେ ବାପା-ଭାଇ । ଅସୁସ୍ଥ ହୋଇ ପଡ଼ିଲା ବିଧବା ମାଆ...ତିନି ଭଉଣୀଙ୍କୁ ପାଠ ପଢାଇବା ଲାଗି ବାହାର ରାଜ୍ୟରେ ଦାଦନ ଖଟୁଛି ବଡ଼ ଝିଅ ରୂପା । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

Groom Dance
ବାଟବରଣୀ ବେଳେ କନିଆଁଙ୍କୁ ଦେଖି ନାଚିଲା ବର

ଚାଲିଥିଲା ବାଟବରଣୀ । ହଠାତ୍‌ କନିଆଁଙ୍କୁ ସାମ୍ନାରେ ଦେଖିଲେ ବର...ବାସ୍‌ ବଲିଉଡ୍‌ ଗୀତରେ ନାଚି ଧୂଳି ଉଡ଼େଇ ଦେଲା ବର

NewsFuse
ଗଳି ଭିତରେ କାହିଁକି ଧରୁଛ ? ଗାଡ଼ି ୬ ହଜାରକୁ ଫାଇନ୍‌ ୨୦ ହଜାର

ହେଲମେଟ୍‌ ପିନ୍ଧିଲେ ମୁଣ୍ଡ ସିଝୁଛି ? ସେଇଟା ହେଲମେଟ୍‌ ନା ପ୍ରେସରକୁକୁର ? ମଲେ ରିସ୍କ କିଏ ନେବ ?

Why do we yawn itself when seeing others yawning
ଅନ୍ୟର ହାଇ ଦେଖି କାହିଁକି ଲାଗେ ନିଦ; ଜାଣନ୍ତୁ ବୈଜ୍ଞାନିକ କାରଣ

ଅନ୍ୟର ହାଇ ଦେଖି ଆପଣଙ୍କୁ ବି ହାଇ ଆସେ ନା! ଏମିତି କାହିଁକି ହୁଏ? ଏହା ପଛରେ ରହିଛି ଏକ ବିଜ୍ଞାନ କାରଣ। ଆପଣ ଜାଣିଛନ୍ତି କି? ଯଦି ନ ଜାଣିଛନ୍ତି ତେବେ ପଢି ନିଅନ୍ତୁ।

IT Raid
ଆୟକର ବିଭାଗର ଘନ ଘନ ଚଢାଉକୁ ନେଇ ହଇଚଇ

ଭାପୁର, ସୋର, ବ୍ରହ୍ମପୁର, ସମ୍ବଲପୁର, ବାଲିଗୁଡ଼ା । ବିଭିନ୍ନ ଜିଲ୍ଲାରେ ଆୟକର ବିଭାଗର ମାରାଥନ ରେଡ୍ । ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଚଢାଉ କରିଛନ୍ତି ଇନକମ୍ ଟ୍ୟାକ୍ସ ଅଧିକାରୀ ।

  • Tuesday, 04 April 2023
  • BJD
  • BJP
Jharsuguda gears up for by-elections
ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ ଚଳଞ୍ଚଳ ହେଲାଣି ମଇଦାନ । ଆଉ ମଇଦାନରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ବଳ ଦେଖାଇଲେଣି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାରଣ କହିଲାଣି, ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା...

Tiger Attack
ନୂଆପଡ଼ାରେ ଆତଙ୍କ, ପୁଣି ବାଛୁରୀ ମାରି ଖାଇଲା କଲରାପତରିଆ ବାଘ

ନୂଆପଡ଼ା ସଦର ରେଞ୍ଜ ଆମାନାରା ପଂଚାୟତରେ ବାଘ ଆତଙ୍କ । ଜଣଙ୍କ ଗାଈ ଗୁହାଳରୁ ବାଛୁରୀକୁ ଶୀକାର ଅଭିଯୋଗ । ଗତ ମାସେ ତଳେ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଆସିଥିଲା ବାଘୁଣୀ । ଶାବକ ସହ ଖାଦ୍ୟ ସନ୍ଧାନରେ ବାଘୁଣୀ ଆସୁଥିବା ଅନୁମାନ କରାଯାଉଛି ।

coin man
ନିଆରା ନିଶା, ସଂଗ୍ରହ କରିଛନ୍ତି ଦେଶ ବିଦେଶର ମୁଦ୍ରା

ପିଲାଦିନୁ ମୁଦ୍ରା ସଂଗ୍ରହ କରୁଛନ୍ତି ଚନ୍ଦ୍ରଶେଖର। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏ.ଚନ୍ଦ୍ରଶେଖର ସରାବଙ୍କ ରହିଛି ଏକ ନିଆରା ନିଶା । ପେଶାରେ ସେ ଜୁଡିସିଆଲ କ୍ଲର୍କ ହୋଇଥିଲେ ମଧ୍ୟ ଦେଶ ବିଦେଶର କଏନ, ନୋଟ୍ ଏବଂ ଡାକ ଟିକଟ କଲେକ୍ସନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Teacher Protest
ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହେଲା ପାଣିର ଗାର । ଯେଉଁଥିପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଆସି ରାଜଧାନୀରେ ଧାରଣା ଦେଲେଣି । ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଶିକ୍ଷକ ତାତି ।ସେପଟେ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହିଲେ ପାଠ ପଢ଼ା ସହ ଆଡମିଶନ୍ ବି ପ୍ରଭାବିତ ହୋଇପାରେ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଶିକ୍ଷକମାନେ ଧୈର୍ଯ୍ୟ ଧରନ୍ତୁ ।

Nabakrushna choudhury
ବରପୁତ୍ରଙ୍କୁ ଇଏ କି ସମ୍ମାନ ? ବିଲାତି ପୋଷାକରେ ସ୍ୱାଧୀନତା ସଂଗ୍ରାମୀ

ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ସେଭଳି ପରିସ୍ଥିତି । ଏପ୍ରିଲ ପହିଲା ଉତ୍କଳ ଦିବସରେ ଅନୁଗୁଳରେ ପ୍ରତିଷ୍ଠା ହୋଇଛି ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ।

Midday Meal
ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ।

Nabakrushna Choudhry Statue
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ; ଧୋତି-କୁର୍ତ୍ତା ବଦଳରେ ପିନ୍ଧାଇଦେଲେ ସାର୍ଟ ପ୍ୟାଣ୍ଟ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ତାଙ୍କର ସାର୍ଟ-ପ୍ୟାଣ୍ଟ ପିନ୍ଧା ଫଟୋକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।

Businessman
ସମାଜ ପାଇଁ ସୁନ୍ଦର ବାର୍ତ୍ତା; କୋଟିପତି ପୁଅର ଟଙ୍କିକିଆ ବାହାଘର !

ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା ।

Minor boy’s knowledge over Gita
ବୟସ ମାତ୍ର ୫ ବର୍ଷ ହେଲେ ଗୀତା, ଭାଗବତ, ଉପନିଷଦ ଆଦିରେ ରହିଛି ପାଣ୍ଡିତ୍ୟ, ଅନର୍ଗଳ କରୁଛି ଗାନ

ଆଧୁନିକ ସଭ୍ୟତାକୁ ଅନୁକରଣ କରି ପୁରାତନ ସଭ୍ୟତାକୁ ଭୁଲି ଗଲେଣି ଆଜିର ଯୁବପିଢ଼ୀ । ପାଶ୍ଚାତ୍ୟ ପରମ୍ପରାକୁ ଆପଣେଇ ଦୁରେଇ ଯାଉଛନ୍ତି ନିଜର ପରମ୍ପରା। ହେଲେ ଜଣେ ୫ ବର୍ଷର କୁନି ପ୍ରତିଭାକୁ ଦେଖିଲେ ଆପଣ କହିବେ କୁନି ବୟସରେ

  • Monday, 03 April 2023