/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680764094.jpg)
Boat preparation underway for upcoming Chandan Yatra in Puri
ଆଗକୁ ଆସୁଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା ସମେତ ଅନ୍ୟ ଡଙ୍ଗାକୁ ଭୋଇ ସେବାୟତ ବାହାର କରିଛନ୍ତି।
ପରମ୍ପରା ଅନୁସାରେ, ଗତବର୍ଷ ଚାପର ହଳଦୀ ପାଣି ନୀତି ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ଦିଆଯାଇଥିବା ନନ୍ଦା, ଭଦ୍ରା ଚାପର ୪ଟି ଓ ବୈଜୟନ୍ତୀ ଚାପ ଡଙ୍ଗାକୁ ଚୈତ୍ର ପୂର୍ଣ୍ଣମୀରେ ପାଣି ଭିତରୁ ବାହାର କରାଯାଇଛି। ଭୋଇ ସେବକମାନେ ବିଧି ପୂର୍ବକ ଗୋଟିଏ ପରେ ଗୋଟିଏ ଡଙ୍ଗା ବାହାର କରି ଏହାକୁ ସଜାଇ ରଖିଥିଲେ।
ପୁଣିଥରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ପାଇଁ ଦୁଇ ଚାପକୁ ପାରମ୍ପରିକ ଭାବେ ରାଳ,ପିଚୁ ଓ ଝୁଣା ଲେପନ କରାଯାଇ ରଙ୍ଗରେ ପ୍ରସ୍ତୁତ କରାଯିବ। ପ୍ରତି ଚାପରେ ୨ଟି ଡଙ୍ଗା ସଂଯୋଗ କରାଯିବା ସହ ଅତି ଆକର୍ଷଣୀୟ ଭାବେ ସଜ୍ଜିତ କରାଯିବ। ନନ୍ଦା ଚାପରେ ଶ୍ରୀମଦନମୋହନ, ଶ୍ରୀଦେବୀ ଭୁଦେବୀଙ୍କ ସହ ବିରାଜମାନ କରିବେ। ସେହିପରି ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚମହାଦେବ ବିରାଜ ମାନ କରି ଜଳକ୍ରୀଡା କରିବାର ବିଧି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)