• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଏନ ମ୍ୟାନ୍ ଚନ୍ଦ୍ରଶେଖର

ହିଞ୍ଜିଳିକାଟରୁ କଏନ ମ୍ୟାନ୍ ଚନ୍ଦ୍ରଶେଖର । ସଂଗ୍ରହ କରିଛନ୍ତି ଦେଶବିଦେଶର ମୁଦ୍ରା । କଲେକ୍ସନରେ ରହିଛି ୧୦୦ରୁ ଅଧିକ ଦେଶର ଷ୍ଟାମ୍ପ, ପୋଷ୍ଟକାର୍ଡ । ପିଲାଦିନୁ ମୁଦ୍ରା ସଂଗ୍ରହ କରୁଛନ୍ତି ଚନ୍ଦ୍ରଶେଖର । ଖାଲି ଭାରତୀୟ ମୁଦ୍ରା ନୁହେଁ । ଏକାଧିକ ଦେଶର ବହୁ ପୁରୁଣା ମୁଦ୍ରା ସାଙ୍ଗକୁ ୧୦୦ରୁ ଅଧିକ ଦେଶର ଷ୍ଟାମ୍ପ, ପୋଷ୍ଟକାର୍ଡ ଏମିତି କି ଦିଆସିଲି ବି ସାଇତିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଚନ୍ଦ୍ରଶେଖର

ନୋଟ...ନୋଟ୍ ଆଉ ନୋଟ.....ନୋଟ୍ ଯେତିକି କଏନ ବି ସେତିକି । ଦେଶି ବିଦେଶୀ, ନୂଆ ପୁରୁଣା ନୋଟ ଓ କଏନ ,ପୁରୁଣା କାଳିଆ କଏନ୍ । ଯେଉଁଥିରେ ରହିଛି କାହିଁ କେତେ ଶହ ବର୍ଷର ଆଉ ତା ସାଙ୍ଗକୁ ଏତେ ସାରା ଡାକ ଟିକଟ । ପାଶ୍ଚାତ୍ୟର ଏତେ ସାରା କଏନରୁ ଆପଣ ସେ ସବୁ ଦେଶର କଳା ସାହିତ୍ୟ ଓ ସଂସ୍କୃତି ସାଙ୍ଗକୁ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଠଉରାଇ ପାରିବେ । ଆଉ ଏତେ ସବୁ ନୋଟ୍ ଆଉ କଏନ ସଂଗ୍ରହ କରି ଏବେ ପ୍ରଶଂସାର ପ୍ରିୟ ପାତ୍ର ବନି ଯାଇଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏ.ଚନ୍ଦ୍ରଶେଖର ସରାବ । ପେଶାରେ ସେ ଜଣେ ଜୁଡିସିଆଲ ସିନିୟର କ୍ଳର୍କ କିନ୍ତୁ ନିଶା କଏନ ସଂଗ୍ରହ କରିବା ।

ଅଧିକ ପଢ଼ନ୍ତୁ: ପେଷାରେ ଜଣେ ବ୍ୟବସାୟୀ ! ନିଶା ବିଭିନ୍ନ ଦେଶର ମୁଦ୍ରା ଓ ନୋଟ ସଂଗ୍ରହ

ପିଲାଦିନୁ ଭଳି ଭଳିକା କଏନ ପ୍ରତି ଆକୃଷ୍ଟ ହୁଅନ୍ତି ଚନ୍ଦ୍ରଶେଖର । ବୟସ ବଢ଼ିବା ସହ କଏନ ଓ ନୋଟ୍ ସଂଖ୍ୟା ବି ବଢ଼ିଲା । କେଉଁଆଡ଼େ ବୁଲିଗଲେ ସେଇଠୁ ବି ସଂଗ୍ରହ କରିବା ଜାରି ରହିଲା । ଆଉ ଏବେ ନିଜ ସଂଗ୍ରହ ପାଇଁ ସେ ଓଏମଜି ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ପୁଅର ଏହି ସଫଳତା ପାଇଁ ବେଶ୍ ଖୁସି ଜାହିର କରିଛନ୍ତି ବାପା ଓ ମାଆ ।

 ଚନ୍ଦ୍ରଶେଖରଙ୍କ କଲେକ୍ସନରେ ରହିଛି ସର୍ବବୃହତ ୧୦ ଟଙ୍କିଆ କଏନ, ତିଦ୍ଦତର ହାତ ତିଆରି ଟଙ୍କା, ଏଷ୍ଟୋନେସିଆର ରୁବେଲ, ଯୁଗୋସ୍ଲୋଭିଆ, ଚେକୋସ୍ଳୋଭିଆ ଭଳି ଦେଶର ବିରଳ ମୁଦ୍ରା ବି ରହିଛି । କେବଳ ଏତିକି ନୁହେଁ, ଶହେରୁ ଉର୍ଦ୍ଧ୍ୱ ଦେଶର ଷ୍ଟାମ୍ପ, ପୋଷ୍ଟକାର୍ଡ, ଶତାଧିକ ଭେରାଇଟର ଦିଆସିଲି ବି ରହିଛି । ଆଉ ଏ ସବୁକୁ ଦେଖିବାକୁ କେବଳ ସମ୍ପର୍କୀୟ ନୁହନ୍ତି ବିଭିନ୍ନ ଆଡୁ ଲୋକେ ଆସି ଦେଖିବା ସହ କଏନ ସମ୍ପର୍କରେ ପଚାରି ବୁଝୁଛନ୍ତି।

  • Reported by:
  • , J , j , / , ,