Advertisment

ଅନ୍ୟର ହାଇ ଦେଖି କାହିଁକି ଲାଗେ ନିଦ; ଜାଣନ୍ତୁ ବୈଜ୍ଞାନିକ କାରଣ

ଅନ୍ୟର ହାଇ ଦେଖି ଆପଣଙ୍କୁ ବି ହାଇ ଆସେ ନା! ଏମିତି କାହିଁକି ହୁଏ? ଏହା ପଛରେ ରହିଛି ଏକ ବିଜ୍ଞାନ କାରଣ। ଆପଣ ଜାଣିଛନ୍ତି କି? ଯଦି ନ ଜାଣିଛନ୍ତି ତେବେ ପଢି ନିଅନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Why Do We Yawn Itself Seeing Others Yawning

Why do we yawn itself when seeing others yawning

କୁହାଯାଏ ହାଇ ବାଦୁଆ। କାରଣ ପ୍ରାୟତଃ ଆପଣମାନେ ଦେଖିଥିବେ ଯେ ଯେତେବେଳେ କେହି ହାଇ ମାରନ୍ତି ଆଉ ଆମ ନଜର ତାଙ୍କ ଉପରେ ପଡିଯାଏ, ଆମକୁ ବି ହାଇମାଡେ। ଏହା ମଧ୍ୟ ତୁମ ସହିତ ହେଇଥିବ। ଏ ସମ୍ଭନ୍ଧରେ ଅନେକ ଗବେଷଣା ମଧ୍ୟ କରାଯାଇଛି। ତେବେ ଆସନ୍ତୁ ଏହା ପଛରେ ଥିବା ବିଜ୍ଞାନକୁ ବୁଝିନେବା।

Advertisment

ଏହା ପଛରେ ଥିବା ବିଜ୍ଞାନ:

ଯେତେବେଳେ ଜଣେ ହାଇମାନେ ଲୋକମାନେ ପ୍ରାୟତଃ ଥଟ୍ଟାକରି କହିଥାନ୍ତି, “ରାତିସାରା ଶୋଇନ କି?” କିନ୍ତୁ ଏହା ପଛରେ ସବୁବେଳେ ନିଦ ପୂରଣ ନ ହେବା କାରଣ ନଥାଏ। ବେଳେବେଳେ ଅନ୍ୟ କେହି ହାଇ ମାରୁଥିବା ଦେଖି ନିଜକୁ ମଧ୍ୟ ହାଇ ମାଡିଥାଏ। ଏହା ପଛରେ ମଧ୍ୟ ବିଜ୍ଞାନ ଅଛି ଏବଂ ଏହା ଆମ ମସ୍ତିଷ୍କ ସହିତ ଜଡିତ।

ଅଧିକ ପଢ଼ନ୍ତୁ: ମନ୍ଦିର ବାହାରେ କାହିଁକି ବଜାଯାଏ ଘଣ୍ଟି ? ଜାଣନ୍ତୁ ଧାର୍ମିକ ଓ ବୈଜ୍ଞାନିକ କାରଣ...

Advertisment

ମସ୍ତିଷ୍କକୁ ଥଣ୍ଡା କରେ ହାଇ:

ଆମେରିକାର ପ୍ରିନ୍ସଟନ୍ ୟୁନିଭର୍ସିଟିରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଜଣେ ବ୍ୟକ୍ତିକୁ ହାଇ ଆସିବାର କାରଣ ତାଙ୍କ ମସ୍ତିଷ୍କ ସହିତ ଥାଏ। କାମ କରିବା ବେଳେ ଯେତେବେଳେ ଆମର ମସିଷ୍କ ଗରମ ହୋଇଯାଏ, ସେତେବେଳେ ଏହାକୁ ଟିକେ ଥଣ୍ଡା କରିବା ପାଇଁ ହାଇ ଆସେ। ହାଇ ଆସିବା ଯୋଗୁଁ ଆମ ଶରୀରର ତାପମାତ୍ରା ସ୍ଥିର ହୋଇଯାଏ। ଏକ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନର ଏକ ଅଧ୍ୟୟନରେ କୁହାଯାଇଛି ଯେ ଯେଉଁମାନଙ୍କର ମସ୍ତିଷ୍କ ଅଧିକ କାମ କରେ, ସେମାନେ ଲମ୍ବା ସମୟ ଧରି ହାଇ ମାରନ୍ତି।

ସଂକ୍ରମଣର କାରଣରୁ ହାଇ:

୨୦୦୪ ମସିହାରେ, ମ୍ୟୁନିଚ୍ ସାଇକ୍ରେଟ୍ରିକ୍ ୟୁନିଭର୍ସିଟି ହସ୍ପିଟାଲରେ ଏହି ବିଷୟ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରେ କୁହାଯାଇଥିଲା ଯେ ହାଇ ସଂକ୍ରମଣ ବିସ୍ତାରକରିବାର କାରଣ ହୋଇପାରେ। ଏହି ଅଧ୍ୟୟନ ୩୦୦ ଲୋକଙ୍କ ଉପରେ କରାଯାଇଥିଲା, ଯେଉଁଥିରେ ୧୫୦ ଜଣ ଲୋକ ଅନ୍ୟ ଲୋକଙ୍କୁ ଦେଖି ହାଇ ମାରିଥିଲେ।

ନ୍ୟୁରନ୍ ସିଷ୍ଟମ୍ ସକ୍ରିୟ ହୋଇଯାଏ:

ବୈଜ୍ଞାନିକମାନେ କୁହନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ଆମ ପାଖରେ ହାଇ ମାରେ, ଏହା ଦେଖିବା ପରେ ଆମର ମିରର୍‌ ନ୍ୟୁରନ୍ ସିଷ୍ଟମ୍ ସକ୍ରିୟ ହୋଇଯାଏ। ଏହି ସିଷ୍ଟମ୍ ଆମକୁ ହାଇକୁ ଅନୁକରଣ କରିବାକୁ ନିର୍ଦ୍ଦେଶ ଦିଏ। ଏହି କାରଣରୁ ଡ୍ରାଇଭର ପାଖରେ ଥିବା ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କୁ ହାଇମାରିବା କିମ୍ବା ଶୋଇବାକୁ ବାରଣ କରାଯାଏ। କାରଣ ଏହା କରିବା ଫଳରେ ଡ୍ରାଇଭରକୁ ମଧ୍ୟ ହାଇ ଆସେ ଏବଂ ନିଦ ମଧ୍ୟ ଲାଗେ।

Brain Knowledge Interesting Story
Advertisment
Advertisment