Advertisment

କୁକୁର ମଣିଷ ଲଢେଇରେ କେବେ ଲାଗିବ ବ୍ରେକ....କିଏ ଏଥି ପାଇଁ ଦାୟୀ ?

ରାଜଧାନୀରେ କୁକୁରଙ୍କ ସଂଖ୍ୟା କମାଇବାକୁ ବିଏମ୍ ସିର ଗୁରୁତ୍ବ। ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସହ ସଂଖ୍ୟା କମାଇବାକୁ ଯୋଜନା କରୁଛି ବିଏମସି। ଦିନକୁ ଦିନ ବୃଦ୍ଧି ପାଉଥିବା କୁକୁର ମଣିଷ ଲଢେଇରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରିଛି ବିଏମସି।

author-image
Pallipuspa Samal
ଅଦ୍ୟତନ ହୋଇଛି
Dog Vs Human

Dog-man fight

କୁକୁର ମଣିଷ ଲଢେଇରେ କେବେ ଲାଗିବ ବ୍ରେକ। କିଏ ଏଥି ପାଇଁ ଦାୟୀ। ନିକଟରେ ବ୍ରହ୍ମପୁରରେ କୁକୁର ପାଇଁ ଦୁର୍ଘଟଣା ଘଟଣା ଏବଂ ରାଜଧାନୀରେ କୁକୁରଙ୍କୁ ବିଷ ଦେଇ ମାରିବା ଘଟଣା ପରେ ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ। ଦିନକୁ ଦିନ ବଢୁଥିବା ଏଭଳି ଘଟଣା ପରେ ଆନିମଲ ବାର୍ଥ କଣ୍ଟ୍ରୋଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପଶୁପ୍ରେମୀ।

Advertisment

ବିଏମସି ସଠିକ ଢଙ୍ଗରେ କୁକୁରଙ୍କ ବନ୍ଧ୍ୟାକରଣ କରୁନଥିବା ଫଳରେ ଏପରି ଘଟଣା ସାମ୍ନାକୁ ଆସୁଥିବା କହିଛନ୍ତି ପଶୁପ୍ରେମୀ।  ବୁଲା କୁକୁରଙ୍କ ଖାଦ୍ୟ ବ୍ୟବସ୍ଥା ବନ୍ଦ କରିବା କାରଣରୁ ମଧ୍ୟ ଆକ୍ରମଣାତ୍ମକ ହୋଇ ଉଠୁଛନ୍ତି । ଖାଦ୍ୟ ପାନୀୟର ବ୍ୟବସ୍ଥା କରାଗଲେ ଅନେକାଂଶରେ କୁକୁର ମଣିଷ ଆକ୍ରମଣ କମିଯାଇପାରନ୍ତା ବୋଲି କହିଛନ୍ତି ପଶୁ ପ୍ରେମୀ।

ଅଧିକ ପଢ଼ନ୍ତୁ: ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

ବୁଲାକୁକୁର ସଂଖ୍ୟା କମାଇବାକୁ ଯୋଜନା କରିଛି ବିଏମସି। ଏବେ ଦୈନିକ ୨୦ ରୁ ୨୫ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବାକୁ ତତ୍ପର ହେଉଛି ବିଏମସି। ABC ବା ଆନିମଲ ବର୍ଥ କଣ୍ଟ୍ରୋଲକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଏମସି କମିଶନର।

Advertisment

ଦୈନିକ ୨୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି। ଏଥିପାଇଁ ଆବଶ୍ୟକୀୟ ଉପକରଣ ଏବଂ ଡାକ୍ତର ଯୋଗାଇଦେବାକୁ କହିଛି ବିଏମସି। ସେହିପରି ସେମାନଙ୍କ ଖାଦ୍ୟ ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ସହ ଆଲୋଚନା ଚାଲିଥିବା ବେଳେ ଆବଶ୍ୟକ ହେଲେ ବୁଲା କୁକୁରଙ୍କ ପାଇଁ ଖାଦ୍ୟ ଯୋଗାଇବା ଏବଂ ସ୍ବାସ୍ଥ୍ୟ ପାଇଁ ପଶୁ ଡାକ୍ତର ଯୋଗାଇଦେବାକୁ କହିଛି ବିଏମସି

Dogs Special Story
Advertisment
Advertisment