• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯେଉଁ ଆଡେ ଦେଖିବେ ଖାଲି ଫୁଲ ଆଉ ଫୁଲ ହୋଇଛି । ରଙ୍ଗବେରଙ୍ଗର ଗେଣ୍ଡୁ ଫୁଲ । ଦିନେ ଜମି ପଡିଆ ପଡୁଥିଲା । ଆଜି ସେହି ଜମିରେ ହସୁଛି ରଙ୍ଗବେରଙ୍ଗର ଗେଣ୍ଡୁଫୁଲ । ଆଉ ଏହାକୁ ସମ୍ଭବ କରିଛନ୍ତି ନୂଆପଡା ସଦର ବ୍ଲକ ଟାନବାଟ୍ ଗାଁର ମହିଳାମାନେ । ଟାନବାଟ୍ ଗାଁର ଅନେକ ମହିଳା ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିଲେ । କିଛି ମହିଳା ଗୋଟିଏ ସ୍ୱୟଂ ସହାୟକ ଦଳ ଗଠନ କଲେ । ନିଜ ଗାଁରେ ରୋଜଗାର ପାଇବା ପାଇଁ ଚିନ୍ତା କଲେ । ଆଉ ଏବେ ପ୍ରାୟ ଗୋଟିଏ ଏକର ଜମିରେ ଗେଣ୍ଡୁଫୁଲ ଚାଷ କରି ରୋଜଗାର ପାଇଛନ୍ତି । ମାସକୁ ଜଣ ପ୍ରତି ୫ରୁ୭ ହଜାର ଟଙ୍କା ରୋଜଗାର ବି କରି ପାରୁଛନ୍ତି । ପରିବାର ଖୁସୀରେ ଚଳାଇ ନେଉଚନ୍ତି । ଆଉ ଦାଦନ ଖଟି ଯିବେ ନାହିଁ ବୋଲି ମହିଲାମାନେ କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଭାଗ୍ୟ ପରିବର୍ତ୍ତନ କରିଦେଲା ଗେଣ୍ଡୁ ଚାଷ

ଟାନବାଟ୍ ଗାଁର ମହିଲାମାନେ ନିଜ ଗାଁରେ ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ଓଡିଶା ଜୀବିକା ମିଶନ ସହ ଯୋଗାଯୋଗ କଲେ । ଏହି ବିଭାଗମାନେ ତାଙ୍କ ଉତ୍ସାହକୁ ଦେଖି ଗେଣ୍ଡୁଫୁଲ ଚାଷ କରିବାକୁ ଅନୁରୋଧ କଲେ । ବିହନଠାରୁ ବିଭିନ୍ନ ବୈଷୟିକ ସହାୟତା ଯୋଗାଇ ଦେଲେ । ଏବେ ନିକଟସ୍ଥ ନୂଆପଡା,ଖରିଆରରୋଡ ବଜାରରେ ଫୁଲ ବିକି ବେଶ ଦୁଇ ପଇସା ପାଉଛନ୍ତି ।

ପୁଣି ଜିଲ୍ଲାର ବିଭିନ୍ନ ସରକାରୀ,ବେସରକାରୀ ସଭାସମିତି, କାର୍ଯ୍ୟକ୍ରମରେ ଗେଣ୍ଡୁଫୁଲ ଯୋଗାଉଛନ୍ତି । ଏହି ମହିଳାମାନଙ୍କୁ ଆହୁରି ରୋଜଗାରକ୍ଷମ କରିବା ସହ ତାଙ୍କ ପାଇଁ ବଜାର ବ୍ୟବସ୍ଥା ବୁଝିବାକୁ କୃଷି ବିଭାଗ ଉଦ୍ୟମ କରିଛି । ଆଗାମୀ ଦିନରେ ଜିଲ୍ଲାରେ ୧୦ ହେକ୍ଟର ଜମିରେ ଗେଣ୍ଡୁଫୁଲ ଚାଷ କରିବା ପାଇଁ ଜିଲ୍ଲା କୃଷି ବିଭାଗ ଜଣାଇଛି ।

ନୂଆପଡାରୁ ମାୟାଧର ସରାଫଙ୍କ ରିପୋର୍ଟ, ଓଟିଭି