ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।
ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।
ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।
ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।
ମହାନଦୀରେ ବନ୍ୟା ଜଳ ଆସିଲା । ଦୟାନଦୀ ଓ ଭାର୍ଗବୀରେ ପଶିଲା । ଫଳରେ ପୁରୀ ଜିଲ୍ଲା କଣାସ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଗଲା । ଏବେ ଧାନ ସାଙ୍ଗକୁ ପନି ପରିବା ଫସଲ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ..
ଗାଁରେ ରହିଛି ଅନେକ ମୌଳିକ ସମସ୍ୟା । ଆଉ ଏସବୁର ସମାଧାନ ହୋଇପାରିବ ନଈ ଉପରେ ବ୍ରିଜ୍ ନିର୍ମାଣ ହେଲେ..
ବାହାରେ ଚକାଚକ ଭିତରେ ବି ଚକାଚକ । ହେଲେ ଏହି ହାଇଫାଇ 5t ସ୍କୁଲ ଯିବାକୁ ପକ୍କା ରାସ୍ତା ନଥିବାରୁ ସମସ୍ୟାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ..
ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଆପଣ ଯେତିକି ଟଙ୍କା ଉଠାଇବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍ ଟଙ୍କା ଆସୁଥିବା ଅଭିଯୋଗ ଆସିଛି।
ଘରୁ ମଶା ବାହାରିଲେ ଫାଇନ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ ।
ଜଣେ କଳିଯୁଗିଆ ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜର ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।
ମୃତ୍ୟୁ ପୂର୍ବରୁ ଜଣେ ଛୋଟ ଝିଅର ଏକ ଅଜବ ଇଛାକୁ ପୂରଣ କରି ବାପା ମାଆ ଏବେ ଚର୍ଚ୍ଚାରେ ଅଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଏହି ଝିଅ ତା’ ବାପାମାଆଙ୍କୁ ନିଜ 'ବିବାହ'ର ସ୍ୱପ୍ନ ବିଷୟରେ କହିଥିଲା। ଏହା ଶୁଣି ପ୍ରଥମେ ବାପାମାଆଙ୍କ ଆଖି ଲୁହରେ ଭିଜିଗଲା। ଆଉ ତା’ ପରେ…
ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି।
ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। ହେଲେ ଔଷଧ ଦୋକାନର କର୍ମଚାରୀ ଦେଇଦେଲେ ରକା ଉପଶମର ସ୍ପ୍ରେ। ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।
ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିଲାଗି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।
ମହଙ୍ଗା ପଡ଼ିଲା ସ୍କୁଲ୍ରେ ବିଧାୟକଙ୍କ ଜନ୍ମଦିନ ପାଳିବା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଯାଜପୁର ଜିଲ୍ଲା ବଜ୍ରଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।
ଖୁବ୍ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି।
ଯଦି କେବେ କାହାକୁ ସାପ କାମୁଡେ. ତେବେ ରୋଗୀକୁ ଚଲା ବୁଲା ନ କରାଇ, ସାପ କାମୁଡ଼ିଥିବା ଅଙ୍ଗରେ ଥିବା ଚୁଡି ମୁଦି ଆଦି ଖୋଲି ଦିଅନ୍ତୁ । କ୍ରେପ ବ୍ୟାଣ୍ଡେଜ୍ କିମ୍ବା ଗାମୁଛା ଦ୍ଵାରା ହାତ ବା ଗୋଡକୁ କ୍ଷତ ସ୍ଥାନର ଉପରକୁ ଗୁଡ଼େଇ ଗୁଡ଼େଇ ଏମିତି ବାନ୍ଧିବାକୁ ହୁଏ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମକଡ୍ରିଲ୍ କରାଇ ଶିଖାଇଲେ ସ୍ନେକ ହେଲ୍ପଲାଇନ ସଂପାଦକ ଶୁଭେନ୍ଦୁ ମଲ୍ଲିକ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଇଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି। ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି।
5ଟି ସଚିବ ଭି କେ ପାଣ୍ଡିଆନଙ୍କ ଆଠଗଡ ଗସ୍ତକୁ ବିରୋଧ କରିଛି ବିଜେପି ଯୁବମୋର୍ଚ୍ଚା
ଇଏ କେମିତି କଥା? ଯେଉଁ ଗାଁକୁ MCL ଅଧିଗ୍ରହଣ କରିଛି, ସେହି ଗାଁରେ ବ୍ଲକ୍ ପ୍ରଶାସନ କରୁଛି ପ୍ରକଳ୍ପ ! ନିମ୍ନମାନର କାମ ନେଇ ଗାଁ ଲୋକ ଆଣିଲେ ସଙ୍ଗୀନ ଅଭିଯୋଗ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି।
ରାସ୍ତା ନୁହେଁ ବିଲ । ୪ କିମି ପର୍ଯ୍ୟନ୍ତ ଅବସ୍ଥା ପୂରା ଖରାପ । ଆମ୍ବୁଲାନ୍ସ ପଶିପାରୁନି କି ଗାଡି ବାହାରିପାରୁନି । ଭାରରେ ବୁହା ହେଉଛନ୍ତି ରୋଗୀ...ଅଭିଯୋଗ ହେଉଛି ହେଲେ ରାସ୍ତା ହେଉନି
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍କ ଯୁବକ ହେଲେ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନୂଆପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜିବ ମହାପାତ୍ର।
ଏଣିକି ଆଉ ଛାଡ଼ ନାହିଁ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ। ଏପରିକି ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଚଢ଼ାଉ ବି ଆରମ୍ଭ ହୋଇସାରିଛି। ଏହାସହ ଓଡ଼ିଆରେ ନାମଫଳକ ଲେଖିନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ମଧ୍ୟ ପଠାଯାଉଛି। ଏନେଇ ଗତ ମେ’ ମାସରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି।