Advertisment

ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

author-image
Tanmay Kumar Mahalik

ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ଅଳଙ୍କାର ? ରତ୍ନଭଣ୍ଡାର ସଂପତ୍ତିରେ ହୋଇନି ତ ହେରଫେର ? ସରକାରୀ ତଥ୍ୟରେ ତାଳମେଳ ନଥିବାରୁ, ଉଠିଛି ଏମିତି ପ୍ରଶ୍ନ। ବିଧାନସଭାରେ ଗୋଟେ ତଥ୍ୟ, ହାଇକୋର୍ଟ ସତ୍ୟପାଠରେ ଆଉ ଗୋଟେ ତଥ୍ୟ।

Advertisment

୧୯୭୮ ମସିହାର ରତ୍ନଭଣ୍ଡାର ଇନଭେଣ୍ଟୋରୀ ସଂପର୍କିତ ତଥ୍ୟ ରଖିଥିଲେ ସରକାର। ୨୦୧୮ ଏପ୍ରିଲ ୨୬ରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ଉତ୍ତର କହୁଛି, ରତ୍ନଭଣ୍ଡାରରେ ୧୨ ହଜାର ୮୩୧ ଭରି ୧ ଅଣା ବା ୧୪୯ କେଜି ସୁନା ଅଳଙ୍କାର ଓ ମୂଲ୍ୟବାନ ପଥର ରହିଛି। ସେହିପରି ୨୨ ହଜାର ୧୫୩ ଭରି ବା ୨୫୮ କେଜି ରୂପା ବାସନ ଓ ପୂଜାସାମଗ୍ରୀ ରହିଛି । 

Jagannath Sena Odisha Govt Ratna Bhandar
Advertisment
Advertisment