Advertisment

ଏମିତି ମା’କୁ ଛି…ଦେଢ଼ ମାସର ପିଲାକୁ ଚୁପ୍ କରିବା ପାଇଁ ଦେଇଦେଲା ମଦ

ଜଣେ କଳିଯୁଗିଆ ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜର ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।

author-image
Pramod Behera
ଅଦ୍ୟତନ ହୋଇଛି
Mother Fills Bottle With ‘Alcohol’ To Stop Baby From Crying

Mother Fills Bottle With ‘Alcohol’ To Stop Baby From Crying

ପିଲାର ମୁହଁରୁ ବାହାରୁଥିବା ପ୍ରଥମ ଶବ୍ଦ ହେଲା ‘ମା’। ଏହି ଅଜଣା ଦୁନିଆରେ ପ୍ରଥମ ପାଦ ଦେବା ପରେ ଯିଏ ପ୍ରଥମ ଏବଂ ସବୁଠାରୁ ବଡ ସାହାରା ହୋଇଥାଏ ସେ ହେଲା ମା’। କୁହାଯାଏ “ପୁଅ ପଛେ କୁପୁତ୍ର ହୋଇଯାଏ, କିନ୍ତୁ ମା’ କେବେ କୁମାତା ହୁଏ ନାହିଁ।” କିନ୍ତୁ, ଏମିତି ମଧ୍ୟ କେତେ ଉଦାହରଣ ଦେଖାଯାଇଛି ଯେଉଁ ମା’ ନିଜେ ନିଜ ସନ୍ତାନ ଜୀବନର ଶତ୍ରୁ ହୋଇଯାଇଛି।

Advertisment

ବର୍ତ୍ତମାନ ଆମେରିକାର କାଲିଫର୍ନିଆରେ ଏମିତି ଜଣେ କଳିଯୁଗର ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜ ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।

ରିପୋର୍ଟ ଅନୁଯାୟୀ, ସାନ ବର୍ନାର୍ଡିନୋ କାଉଣ୍ଟି ଶେରିଫ୍ ବିଭାଗ ସୋମବାର ସୂଚନା ଦେଇଛି ଯେ ଅନେଷ୍ଟୀ ଡେ ଲା ଟୋରେ ନାମକ ଜଣେ ୩୭ ବର୍ଷୀୟା ମହିଳା ତାଙ୍କ ପିଲାର ଜୀବନକୁ ବିପଦରେ ପକେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନାନୁଯାୟୀ, ଆମେରିକାର ଲସ୍ ଆଞ୍ଜେଲ୍ସରୁ ୫୫ ମାଇଲ ପୂର୍ବରେ ଥିବା ରିୟାଲ୍ଟୋ ନିକଟରେ ଶନିବାର ଦିନ ପ୍ରାୟ ୧୨:୪୫ରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ମହିଳା ଡେ ଲା ଟୋରେ ରିୟାଲ୍ଟୋ ଦେଇ ଗାଡି ଚଳାଉଥିଲେ। ଏହି ସମୟରେ ତାଙ୍କ ପିଲା କ୍ରମାଗତ ଭାବରେ କାନ୍ଦୁଥିଲା। ଏହି ସମୟରେ ସେ କାର୍‌କୁ ଅଟକାଇ ପିଲାର କାନ୍ଦ ବନ୍ଦ କରିବା ପାଇଁ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଲେ।

ସୂଚନା ଅନୁଯାୟୀ, ପିଲାଟିକୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ କ’ଣ ଅଛି ତାହା ଜଣାପଡିନି। ଏହି ସମୟରେ ମହିଳାଙ୍କୁ ୬୦ ହଜାର ଡଲାର ବଣ୍ଡ୍‌ରେ ୱେଷ୍ଟ୍ ଭ୍ୟାଲି ଡିଟେନସନ୍ ସେଣ୍ଟର୍‌ରେ ରଖାଯାଇଛି।

Mother
Advertisment
Advertisment