/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693061239.jpg)
Kapilash Temple
ସରିଲା ସର୍ଭେ । ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ରାଜ୍ୟର ପ୍ରମୁଖ ଶୈବପୀଠ ଭାବେ ପରିଚିତ କପିଳାସ ପୀଠର ହେବ ବିକାଶ । ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ନକ୍ସାରେ ଯୋଡି ହେବ ଚନ୍ଦ୍ରଶେଖର ଜୀଉଙ୍କ ଏହି ପୀଠ । କେବଳ କପିଳାସ କାହିଁକି ? ବରଂ କାମାକ୍ଷାନଗରର ହାତୁଆରୀ ସ୍ଥିତ ବହୁ ପ୍ରାଚୀନ ବାବା କପିଳେଶ୍ୱର ମନ୍ଦିର ସରାଙ୍ଗ ନଦୀ ଗର୍ଭରେ ଥିବା ପ୍ରଭୁ ଅନନ୍ତ ଶୟନ କିର୍ତ୍ତୀରାଜି, କୁଆଁଳୋ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରର ମଧ୍ୟ ହେବ ଉନ୍ନତିକରଣ ହେବାକୁ ଯାଉଛି ।
ଆର୍କିଓଲୋଜିକାଲ୍ ସର୍ଭେ ଅଫ ଇଣ୍ଡିଆ ନ୍ୟାସନାଲା ମୋନୋମେଣ୍ଟ ଅଥରିଟି ଚେୟାରମ୍ୟାନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କପିଳାସ ପୀଠର ଉନ୍ନତି ହେବାକୁ ଯାଉଛି । ଏଥିପାଇଁ ପ୍ରାଥମିକ ସର୍ଭେ ସରିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ASI ଓ ନ୍ୟାସନାଲା ମୋନୋମେଣ୍ଟ ଅଥରିଟିର ଅଧ୍ୟକ୍ଷ ଡକ୍ଟର କିଶୋର କୁମାର ବାସା ।
୧୨ ଜଣିଆ ASI ଟିମ୍ ପ୍ରଥମେ କପିଳାସରେ ପହଞ୍ଚିବା ପରେ ପ୍ରଥମେ ନକ୍ସା ଦେଖିଥିଲେ । ନକ୍ସା ଦେଖିବା ପରେ ମନ୍ଦିରରେ ଯେଉଁ ସବୁ ସ୍ଥାନରେ ପାଣି ଗଳୁଛି ତାହାକୁ ମଧ୍ୟ ଦେଖିଥିଲେ । ଖାଲି ଏତିକି ନୁହେଁ ବରଂ କପିଳାସକୁ ଆସୁଥିବା ଯାତ୍ରୀମାନେ କେମିତି ଭଗବାନଙ୍କୁ ଭଲରେ ଦର୍ଶନ କରିପାରିବେ ସେନେଇ ସୁବନ୍ଦୋବସ୍ତ କରାଯିବା ନେଇ ତିଆରି ହୋଇଛି ମାଷ୍ଟର ପ୍ଲାନ୍ ।
ବିଶେଷ କରି କପିଳେଶ୍ୱର ମନ୍ଦିର ନିକଟରେ ଭାରତୀୟ ତୈଳ ନିଗମ ଓ ASI ସହାୟତାରେ ଏକ ବ୍ରିଜ ନିର୍ମାଣ ହେବା ସହିତ ମନ୍ଦିର ପ୍ରାଚୀର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି ଆର୍କିଓଲୋଜିକାଲ୍ର ଡାଇରେକ୍ଟର ଜେନେରାଲ କିଶୋର କୁମାର ବାସା । ତେବେ ରାଜ୍ୟ ସରକାର ଯେତେଶୀଘ୍ର ଜମି ଦେବେ ସେତେ ଶୀଘ୍ର କାମ ହେବ ବୋଲି କୁହାଯାଇଛି । କେବେ ଆରମ୍ଭ ହେଉଛି ଉନ୍ନତିକରଣ କାମ ତାହାକୁ ସମସ୍ତଙ୍କର ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)