• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡିଆ ସଙ୍ଗୀତ ଜଗତର ଦିଗ୍ଗଜ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପ୍ରଣବ ଅତ୍ୟଧିକ ଦୁର୍ବଳ ହୋଇପଡିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି । ଏ ନେଇ ତାଙ୍କ ପତ୍ନୀ କସ୍ତୁରୀକା ପଟ୍ଟନାୟକ ସୂଚନା ଦେଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ସେ କହିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଙ୍କ କ୍ରମେ ଏକ ପ୍ରତିନିଧି ଦଳ ଡାକ୍ତରଖାନା ଯାଇ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେମାନେ ଆଶୁଆରୋଗ୍ୟ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇଛନ୍ତି ଓ ଚିକିତ୍ସା ବାବଦକୁ ୧ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି । ପ୍ରଣବ ପଟ୍ଟନାୟକଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ କସ୍ତୁରିକା ପଟ୍ଟନାୟକ । ବର୍ତ୍ତମାନ୍ ସେ ସୁସ୍ଥ ଥିବା କହିଛନ୍ତି ତାଙ୍କ ପତ୍ନୀ ।