ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ। ଅନ୍ୟ ଧର୍ମର ପୁଅକୁ ଝିଅ ବାହା ହେଲେ ବୋଲି ଆଜି ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ।
୪୮ ପିଲାଙ୍କୁ ମାତ୍ର ଦୁଇଜଣ ଶିକ୍ଷକ । ଜଣେ ପ୍ରଧାନଶିକ୍ଷକ, ଆଉ ଜଣେ ଦୃଷ୍ଟିବାଧିତ । ବାରମ୍ବାର କହିବା ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । ପିଲାଙ୍କ ଭବିଷ୍ୟତ ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଅଣାଯାଉଛି ଜଣେ ଶିକ୍ଷକଙ୍କୁ
ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍ । ଏଥର ଫାଇନ୍ ନୁହେଁ ବରଂ ଦେଖାସାକ୍ଷାତ୍ କୋର୍ଟରେ ହେବ
ଗାଡ଼ି ରଖି ସେଲ୍ଫି ନେଉଥିବା ବେଳେ ବୃଦ୍ଧଙ୍କ ଗୋଡ଼ ଖସି ଯାଇଥିଲା। ବହୁ ଖୋଜାଖଜି ପରେ ଅଗ୍ନିଶମ ଟିମ୍ ୬୯ ବର୍ଷୀୟ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।
ଅସୁରର ସ୍କନ୍ଧ ଓ ଭୁଜରେ ବଳଭଦ୍ର ବସିଥିବା ଭଳି ବେଶରେ ସ୍ପଷ୍ଟ ହୁଏ । ଏହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ ।
ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି
ସ୍ୱାମୀଙ୍କ ରୋଜଗାର କମ୍ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର
ସଂଘର ଦାବି ଉପରେ ତର୍ଜମା ପାଇଁ ୫ ଜଣିଆ ସବ୍ କମିଟି ଗଠନ କରାଯାଇଛି । ଏହି ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ତର୍ଜମା କରି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ଜଣାଇବ ।
ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ
ତେବେ ଭକ୍ତିର ସହ ମାନସିକ ପୂରଣ ପାଇଁ ମା ତାରିଣୀଙ୍କ ପାଖକୁ ନଡିଆ ପଠାଇଥିବା ଭକ୍ତଙ୍କୁ ଗଭୀର ଆଘାତ ଦେଇଛି ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି।
ଆଉ ଏହି ପରିଣତ ବୟସରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସଂକ୍ରାମକ ରୋଗ ୱାର୍ଡରେ ଦିନ ଗଣୁଛନ୍ତି ୩ ଜଣ ଅସହାୟ ।
ବ୍ରହ୍ମପୁର ବଡ଼ ମେଡିକାଲରେ ଜରା ବ୍ୟାଧିରେ ସଢୁଛନ୍ତି ୩ ଅସହାୟ । ପିଲା ଛୁଆ ଏମାନଙ୍କୁ ପର କରିଦେଲେ ।
ଟେଣ୍ଡର ସତ୍ତ୍ୱେ ବ୍ୟବସାୟୀ କିଣିବାକୁ ଆସୁନାହାନ୍ତି । ଗୋଦାମରେ ପଡ଼ିଛି ୧୧ ଲକ୍ଷରୁ ଅଧିକ ନୈବେଦ୍ୟ ।
ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ।
ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ।
ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...।
ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..
ରୁରାଲ ହାଟର ଚିହ୍ନବର୍ଣ୍ଣ ନାହିଁ, କାଗଜପତ୍ରରେ ଦର୍ଶାଇ ମିଥ୍ୟା ବିଲ୍ କରାଯାଇଛି । ମଷ୍ଟର ରୋଲରେ ପଡ଼ିଛି ସରକାରୀ କର୍ମଚାରୀଙ୍କ ନାଁ ସରକାରୀ ଟଙ୍କା ଆତ୍ମସାତ ପାଇଁ ଚଞ୍ଚକତା ।
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...ଅଭିଭାବକ ଚେତାବନୀ ଦେବା ସହିତ...
ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ଡାକ୍ତର ଆଜିକାଲି କହୁଛନ୍ତି, କୁନି ପୁଅର ଭୟଙ୍କର ଭାବରେ ବଢୁଛି ଯନ୍ତ୍ରଣା
ମାଟି କାନ୍ଥର ଘର ଭାଙ୍ଗି ମାଟିରେ ପଡ଼ିଛି । ଘରଟେ ପାଇଁ ସମସ୍ତଙ୍କୁ ଦୀର୍ଘ ବର୍ଷ ଧରି ନେହୁରା ହୋଇଥିଲେ ବି କେହି ଶୁଣିଲେଣି । ଶେଷରେ ଯେଉଁ ଦଦରା କୁଡ଼ିଆଟେ ଥିଲା ସେ ବି ଭାଙ୍ଗିଗଲା, ଆଉ ଜୀବନ ଅଳ୍ପକେ ବର୍ତ୍ତିଗଲା ।
ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି। ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ସପ୍ତାହକରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଜଣଙ୍କ ପରେ ଜଣେ ଆଖି ବୁଜିଲେ ୩ ସଦସ୍ୟ। ବିଷପାନ କରିଥିବା ପରିବାରର ଗତକାଲି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି।
ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।