/odishatv-khabar/media/post_attachments/uploadimage/library/16_9/16_9_0/s_1692689343.jpg)
Orissa High Court Over Nursing Officer Appointment
ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି। ମେ' ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରହିବ।
ଅନ୍ୟ ପଦବୀରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ନିଯୁକ୍ତିରେ ଅଗ୍ରାଧିକାର ନେଇ ଫାର୍ମାସିଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କରୋନା ଯୋଦ୍ଧା ହିସାବରେ ଅଗ୍ରାଧିକାର ଦାବି କରିଥିଲେ।
ଅଧିକ ପଢ଼ନ୍ତୁ: OPSC ରେ ଖାଲି ପଡ଼ିଛି ୭୨୭୬ ପଦବୀ: ଜାଣନ୍ତୁ କେମିତି କରିବେ ଆବେଦନ..
#ନର୍ସିଂ_ଅଫିସର_ନିଯୁକ୍ତି_ରୋକ୍_ହଟିଲା
୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଲା । ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ । ମେ' ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରହିବ ।#Nursing#highcourt#Odisha#OTVpic.twitter.com/3SH1L5qWTV— ଓଟିଭି (@otvkhabar) August 22, 2023
ମେ' ୧ରେ ନିଯୁକ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ। ଏହାପରେ ନର୍ସିଂ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)