Advertisment

ସେପ୍ଟେମ୍ବର ପରେ ନାଟମଣ୍ଡପ ମରାମତି, ASIର ଆର୍କିଓଲୋଜି ଅଧିକ୍ଷକଙ୍କ ସୂଚନା

ASI କଞ୍ଜରଭେସନ ଡାଇରେକ୍ଟର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
puri

puri

ସେପ୍ଟେମ୍ବର ପରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ହେବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ ପରେ ASIର ଆର୍କିଓଲୋଜି ଅଧିକ୍ଷକ ଏହି ସୂଚନା ଦେଇଛନ୍ତି। ASI କଞ୍ଜରଭେସନ ଡାଇରେକ୍ଟର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

Advertisment

ଅନୁଧ୍ୟାନ ପରେ ASIର ଆର୍କିଓଲୋଜି ଅଧିକ୍ଷକ କହିଛନ୍ତି, ନାଟମଣ୍ଡପ ବିମ୍ ର ଡାଇଗ୍ରାମ ପ୍ରସ୍ତୁତ କରି ତ୍ୱରିତ ମରାମତି କରାଯିବ। ସେପ୍ଟେମ୍ବର ମାସ ପରେ ନାଟମଣ୍ଡପ ମରାମତି କାମ ଆରମ୍ଭ ହେବ। ମନ୍ଦିରର ଭିତର ଗୁମୁଟର କ୍ଷତି ସ୍ଥାନକୁ ମଧ୍ୟ ମରାମତି କରାଯିବ । ସେହିପରି ଶ୍ରୀଜିଉଙ୍କୁ ଦର୍ଶନ ଲାଗି କାର୍ତ୍ତିକ ମାସ ପରେ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ନିର୍ମାଣ ହେବ । ଉତ୍ତର ଦ୍ୱାର ଠାରୁ ସିଧା ମନ୍ଦିର ଭିତରକୁ ରାମ୍ପ ନିର୍ମାଣ ହେବ ବୋଲି ASIର ଆର୍କିଓଲୋଜି ଅଧିକ୍ଷକ ସୂଚନା ଦେଇଛନ୍ତି। ...

ସେପଟେ ଅବଢ଼ା ଯୋଜନାରେ ପୁରୀରେ କାର୍ଯ୍ୟକ୍ଷମ ହେଥିବା ଥିବା ବିଭିନ୍ନ ଯୋଜନାର ସମୀକ୍ଷା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଚାଲିଛି ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟାର ଅଧିକାରୀ ଏବଂ ମ୍ୟାନେଜିଂ କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ପ୍ରଶାସନିକ କୋଠା, ରଘୁନନ୍ଦନ ଲାଇବ୍ରେରୀ ଓ ତୀର୍ଥପୁଷ୍କରଣୀର ବିକାଶ ଉପରେ ମୁଖ୍ୟତଃ ସମୀକ୍ଷା ହେଉଛି।..

Advertisment
Puri Srimandir Nata Mandap
Advertisment
Advertisment