Advertisment

ହାତରେ ବଙ୍କୁଲି ବାଡ଼ି ଓ ପାଣି ଢାଳେ ଧରି କୁଆଡ଼େ ବାହାରିଲେ ବୃଦ୍ଧା ? ଅଣ୍ଟାରେ ଜୁ’ନଥିଲେ ବି..

କାଗଜ କଲମରେ ସ୍ୱଚ୍ଛ ଭାରତ ମିଶନ୍ । ଏହି ମିଶନରେ ପ୍ରତି ଘରେ ପାଇଖାନା ବସାଇବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା...ହେଲେ

author-image
Prangyan Parimita
ଅଦ୍ୟତନ ହୋଇଛି
Jojanara Na Hariloot

Jojanara Na Hariloot

ସ୍ୱଚ୍ଛ ହେବ ଗାଁ, ସ୍ୱଚ୍ଛ ହେବ ଭାରତ। ଏଭଳି କିଛି ନାରା ଦେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ୍। ଏହି ମିଶନରେ ପ୍ରତି ଘରେ ପାଇଖାନା ବସାଇବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଯୋଜନା ନାଁରେ ବାଟମାରଣା ହେଉଛି ସରକାରୀ ଅର୍ଥ। ଲୋକେ ଆଜି ବି ଶୌଚ ହେବା ପାଇଁ ପଦାକୁ ଯାଉଛନ୍ତି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗୋବିନ୍ଦପୁର ଗାଁର ଦୃଶ୍ୟ ସ୍ୱଚ୍ଛ ଭାରତ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ହାତରେ ବଙ୍କୁଲି ବାଡ଼ି ଆଉ ପାଣି ଢାଳେ ଧରି ଗାଁ ଦାଣ୍ଡରେ ଚାଲି ଚାଲି ଯାଉଛନ୍ତି ବୃଦ୍ଧା ଜଣକ । ଦୃଶ୍ୟ ଦେଖି ଆପଣ ଭାବିବେ ଏଭଳି ଅବସ୍ଥାରେ ବୁଢୀ ମା’ କୁଆଡେ ବାହାରିଲେ । କିନ୍ତୁ ଏହା ପଛର କାରଣ ଆପଣଙ୍କୁ ବ୍ୟଥିତ କରିବ। ଅସଲ କଥା ହେଲା, ଘରେ ପାଇଖାନା ନଥିବାରୁ ବୟସର ଅପରାହ୍ନରେ ଶୌଚ ପାଇଁ ବାହାରକୁ ଯାଉଛନ୍ତି ବୃଦ୍ଧା। ଅଣ୍ଟାରେ ଜୁ’ ନଥିଲେ ବି ବାହାରକୁ ଯିବାକୁ ବାଧ୍ୟ।

ଖାଲି ଗୋବିନ୍ଦପୁର ଗାଁ ନୁହେଁ, ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକର ୧୦୯ଟି ପଞ୍ଚାୟତରେ ଥିବା ବିଭିନ୍ନ ଗାଁରେ ଏହି ଯୋଜନା ବାଟବଣା। ନଜର ପକାନ୍ତୁ ଏହି ଶୌଚାଳୟ ଗୁଡିକ ଉପରେ। କାହାର କବାଟ ନାହିଁ, କାହାର ଟାଙ୍କି ନାହିଁ, କେଉଁଠି କାନ୍ଥ ଭାଙ୍ଗି ଅବ୍ୟବହୃତ ଭାବେ ପଡି ରହିଛି। ପାଇଖାନା ଗୁଡିକ ବ୍ୟବହାର ଯୋଗ୍ୟ ନଥିବାରୁ ଲୋକେ ତା ଭିତରେ ନଡ଼ା, ଧାନ ଇତ୍ୟାଦି ରଖିଛନ୍ତି।

Advertisment

କେଉଁଠି ଠିକାଦାର ଲଗାଇ ଶୌଚାଳୟ ନିର୍ମାଣ କରାଯାଉଛି ତ ଆଉ କେଉଁଠି ବିଭାଗୀୟ ଯନ୍ତ୍ରୀ ନିଜେ କାମ କରି ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି। ନାଁକୁ ଶୌଚାଳୟ ନିର୍ମାଣ କରୁଛନ୍ତି, ଯାହା ବ୍ୟବହାର ଯୋଗ୍ୟ ନୁହେଁ। ସେପଟେ କିନ୍ତୁ କାଗଜ କଲମରେ ଦେଖାଇ ବିଲ୍ କରିଦେଉଛନ୍ତି।

ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯାଇଥାଏ। ତେବେ ଅଧିକାଂଶ ଜାଗାରେ ଗରିବ ନିରକ୍ଷର ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ୍ କରାଯାଉଥିବାର ଅଭିଯୋଗ ଆସୁଛି। ଏନେଇ ବିଡିଓଙ୍କୁ ପଚାରିବାରୁ ହିତାଧିକାରୀ ଚିହ୍ନଟ ପରେ ଶୌଚାଳୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରେ ବାଟବଣା ହୋଇଛି ସ୍ୱଚ୍ଛ ଭାରତ ଯୋଜନା। ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Jojanara Na Hariloot
Advertisment
Advertisment