ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ। ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ।
ଘରଟିଏ ପାଇଁ ଗୁହାରି କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଶୁଣିଲେନି ଗୁହାରି । ଝିଅ ମଧୁମିତାଙ୍କ କାନକୁ ନା କିଛି ଶୁବିଛି ନା କିଛି କହି ପାରୁଛନ୍ତି । ଦିବ୍ୟାଙ୍ଗ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଘରଟିଏ ପାଇଁ ଅନେକ ଥର ଚିଠି ଲେଖିଥିଲେ ବି ଏଯାଏଁ ସରକାର ପକ୍ଷରୁ ମିଳିନାହିଁ କୌଣସି ସୁବିଧା ।
ଏ ଦୁନିଆରେ ତ ବହୁତ୍ ଲୋକ ଅଛନ୍ତି, ଭଗବାନ ସବୁ କିଛି ଦେଲା ପରେ ବି ଅନ୍ୟ ପାଖରେ ହାତ ପାତୁଛନ୍ତି। ହେଲେ ଏନ୍ତୁଡ଼ିଶାଳରୁ ହାତ ହରାଇଥିବା ଶତ୍ରୁଘ୍ନ ସ୍ୱାଭିମାନର ସହ ବଞ୍ଚୁଛନ୍ତି। ଏତେ କର୍ମଠ ଯେ, ଏମିତି ଅବସ୍ଥାରେ ବି ଶତୁରା ନ ହେଲେ କାମ ଆଗେଇବନି। ଯାହାର ଘର କାମ ପଡ଼ିଲେ ଆଗ ଶତୁରାକୁ ଖୋଜା ପଡ଼େ। ଢେଙ୍କାନାଳରୁ ଦେଖନ୍ତୁ ଶତ୍ରୁଘ୍ନଙ୍କ ସଙ୍ଘର୍ଷର କାହାଣୀ...
ମଂଚ ଉପରେ ଏମିତି କହିଲେ ମନ୍ତ୍ରୀ ଅରୁଣ ସାହୁ। କବିତା ପଢିଲେ ଓ ତାହାକୁ ଏମିତି ବୁଝାଇଲେ। ଯାହାକୁ ଶୁଣିବା ପରେ ସମସ୍ତେ ସବୁ କିଛି ବୁଝି ଯିବେରେ ନାରଣ...
ପଡିଆ ପଡିଥିଲା ଜମି। କିଛି ହେଉ ନଥିଲା। ହଠାତ୍ ପଡିଆ ଜମିରେ ଲଗାଇଲେ କିଛି ଫଳ ଗଛ। ଫଳନ୍ତି ଗଛକୁ ଦେଖି ଖୁସିର ସୀମା ରହିଲାନି। ଏବେ ଭଳିକି ଭଳି ଫଳ ସହ ପଡିଆ ଜମିରେ ଫଳୁଛି ନାନା ରକମର ପନିପରିବା
ମଧୁମିତାଙ୍କ ପରିବାର ଅତି ଗରିବ ଶ୍ରେଣୀର। ଏକ ନୂଆଣିଆ ଚାଳ ଛପର ଘରେ ସେ ରହି ଆସୁଛନ୍ତି। ବତ୍ୟା ବନ୍ୟା ଆସିଲେ, ଚିନ୍ତାରେ ପଡି ଯାଆନ୍ତି ପୂରା ପରିବାର। ଏହା ଦେଖି ଦିବ୍ୟାଙ୍ଗ ମଧୁମିତା ପକ୍କା ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି କରିଥିଲେ
ବେଆଇନ ବାଣ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କଡା ଆକ୍ସନ୍ । ଦୀପାବଳିରେ ନିୟମକୁ କଡାକଡି ପାଳନ କରିବାକୁ ଭୁବନେଶ୍ୱର ଡିସିପି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗରେ ଆଜି କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଥିଲେ ଯେ, ବିଜେଡିର ଗୁଣ୍ଡାରାଜ ଚାଲିଛି
ଆଜି ଧନ୍ତେରସ୍ । ଏହି ଅବସରରେ ସୁନା କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ । ବିଶ୍ୱାସ ରହିଛି ଧନତେରସରେ ସୁନା କିଣିଲେ ଶୁଭ ହୁଏ, ସେଦୃଷ୍ଟିରୁ ପରମ୍ପରା ରକ୍ଷା ଲାଗି ଲୋକେ ଆଜି ସୁନା କିଣୁଛନ୍ତି ।
ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ
ପେଟ ପୋଷ, ନାହିଁ ଦୋଷ। ଏଇ ହାତ ଜଗନ୍ନାଥ। ବାପା ମାଆ ସିନା ଜନ୍ମଦେଇ ଏ ଦୁନିଆକୁ ଆଣିଲେ, ହେଲେ କର୍ମ ତ ଦେଇ ନାହାନ୍ତି। ତେଣିକି ଯାହା ଭାଗ୍ୟରେ ଥିବ। ଏମିତି ଆମେ ସମସ୍ତେ ଭାବନ୍ତି
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର
ବାଣ ଓ ଆଲୋକର ପର୍ବ ଦୀପାବଳିରେ ଏଥର ଶୁଭିନପାରେ କାନଫଟା ଶବ୍ଦ । କାରଣ ରାଜ୍ୟ ସରକାର ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ବେଳେ ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ମିଳିଛି । ଆଉ ଏଥିପାଇଁ ବେପାର ପାଇଁ ହାତରେ ସମୟ ବି ନାହିଁ ।
କଟକରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା KFC ଦୋକାନ ଉପରେ ଅଚାନକ ଚଢ଼ାଉ କରାଯାଇଛି.. ଷ୍ଟଲରୁ ବିପୁଳ ପରିମାଣର ଏକ୍ସପାୟରି ତାରିଖ ସରିଯାଇଥିବା ବ୍ରେଡ୍ ଓ ତାରିଖ ବିହୀନ ପ୍ରସ୍ତୁତ ଆମିଷ ଖାଦ୍ୟ ଏବଂ ଫ୍ରାଏଡ୍ ରାଇସକୁ ଟିମ ଜବତ କରିଛି
ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା ଅକ୍ତିଆର କରି ଅଳିଆଗଦା କରୁଛି।
ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇଶାରାରେ ଚାଲିଥିଲା ଗଞ୍ଜେଇ ଚାଷ । ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ପଞ୍ଚାୟତବାସୀ । ବର୍ଷ ବର୍ଷ ଧରି ଲାଲବାହିନୀ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ ବିପୁଳ ପରିମାଣର ଟଙ୍କା କମାଉଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ ଯଡାମ୍ବ ପଞ୍ଚାୟତର ପ୍ରାୟ ୧୦ରୁ ୧୨ଟି ଗାଁର ଲୋକେ ଗଂଜେଇ ବଦଳରେ ଏବେ ଧାନ, ବିରି, ପନିପରିବା ପରି ଅନେକ ଚାଷ କରୁଛନ୍ତି
ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ମୋଟ ବଜେଟ୍ ପରିମାଣ ଏଥର ୧୯୦.୨୬ କୋଟି ଟଙ୍କା ରଖାଯାଇଛି
KFCରେ ଚଢ଼ାଉ । ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହେଲା ଚଢ଼ାଉ । ବଡ଼ ବଡ଼ିଆଙ୍କୁ ମନଲୋଭା ଖାଦ୍ୟ, ଅତି ସୁନ୍ଦର ଭାବେ ପରଷି ଦେଉଥିବା ଏହି କେଏଫ୍ସସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁରୀ ନିମାପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଆସିଛି ସାଂଘାତିକ ଚିତ୍ର । ଗୋଟେ ଲୋକର ପାଞ୍ଚ ପାଞ୍ଚଟା ପାନ୍ କାର୍ଡ। ସବୁଥିରେ ଅଲଗା ଅଲଗା ବାପା
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରା ମାମଲାରେ ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ..
ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କୁଚିଣ୍ଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୁଆ ସ୍ମାର୍ଟକାର୍ଡ ବଣ୍ଟନ I ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ସହ ଶୁଭାରମ୍ଭ I ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା।
ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଏଠାରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି।
କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଜ୍ୟର ସାଢ଼େ ୩ କୋଟି ଲୋକ BSKY ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।
କେତେବେଳେ କାଠରେ ଦେବାଦେବୀଙ୍କ ମୂର୍ତ୍ତି, ତ ଆଉ କେତେବେଳେ ଲିଙ୍ଗରାଜ ମନ୍ଦିରର ଅବିକଳ ପ୍ରତିକୃତ୍ତି । ନିର୍ଜୀବ କାଠକୁ ନିଜର ଏପରି କଳାରେ ଜୀବନ୍ତ କରୁଥିବା ଯୁବଶିଳ୍ପୀ ହେଉଛନ୍ତି ନୟାଗଡର ଭାପୁର ବ୍ଲକ ଫତେଗଡର ଭୀମସେନ ଖୁଣ୍ଟିଆ ।