• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: KFCରେ ଚଢ଼ାଉ । ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହେଲା ଚଢ଼ାଉ । ବଡ଼ ବଡ଼ିଆଙ୍କୁ ମନଲୋଭା ଖାଦ୍ୟ, ଅତି ସୁନ୍ଦର ଭାବେ ପରଷି ଦେଉଥିବା ଏହି କେଏଫ୍‌ସସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସାରା ବିଶ୍ୱରେ କେଏଫ୍‌ସିର ବ୍ରାଞ୍ଚ ରହିଛି । ଏହା ଏକ ଇଣ୍ଟରନାସନାଲ ବ୍ରାଣ୍ଡ । କୁହାଯାଏ କେଏଫ୍‌ସି ଭଳି ସ୍ୱାଦିଷ୍ଟ ଚିକେନ ଆଉ କେହି ଦେଇପାରିବେ ନାହିଁ । କେଏଫ୍‌ସିର ଚିକେନ୍‌ ଏକ ଭିନ୍ନ ସ୍ୱାଦ ଦେଇଥାଏ ।

ହେଲେ ଆଜି ସେହି ଇଣ୍ଟରନାସନାଲ ବ୍ରାଣ୍ଡ ନାଁରେ ଗ୍ରାହକ ମାନେ କରିଛନ୍ତି ଅଭିଯୋଗ । ଆଉ ତାହା ପୁଣି ବାସି ଖାଦ୍ୟା ଯୋଗାଉଥିବା ଅଭିଯୋଗ । ତେବେ ଏହି ଖବର ଜାଣିବା ପରେ ‘କେଏଫ୍‌ସି ଚିକେନ୍‌ ମୋ ଫେଭରାଇଟ୍‌’ କହୁଥିବା ଲୋକଙ୍କ ମନରେ ଶଙ୍କା ପଶିଛି । 

ସୂଚନାଯୋଗ୍ୟ, କଟକରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା କେଏଫସି ଦୋକାନ ଉପରେ ଅଚାନକ ଚଢ଼ାଉ କରାଯାଇଛି । ଷ୍ଟଲରୁ ବିପୁଳ ପରିମାଣର ଏକ୍ସପାରି ତାରିଖ ସରିଯାଇଥିବା ବ୍ରେଡ୍‌ ଓ ତାରିଖ ବିହୀନ ପ୍ରସ୍ତୁତ ଆମିଷ ଖାଦ୍ୟ ଏବଂ ଫ୍ରାଏଡ ରାଇସକୁ ଟିମ ଜବତ କରିଛି । ଏସବୁକୁ ପରୀକ୍ଷା ପାଇଁ ଲାବକୁ ପଠଯାଇଛି ।

ଏହି ଷ୍ଟଲରେ ବାସି ଖାଦ୍ୟ ପରାଷାଯାଉଥିବା ତଥା ନିମ୍ନ ମାନର ଖାଦ୍ୟ ବିକ୍ରି କରାଯାଉଥିବା ନେଇ ଗ୍ରାହକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଇଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଦୋକାନକୁ ନୋଟିସ କରାଯିବା ସହିତ ଯଦି ଲାବ ରିପୋର୍ଟରୁ ଖାଦ୍ୟ ନିମ୍ନ ମାନର ଜଣାପଡେ, ତେବେ ଦୋକାନ ସିଲ କରାଯିବ ବୋଲି ଅଧିକାରୀ କହିଛନ୍ତି । ଏନେଇ KFC ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

 

ଅନ୍ୟପଟେ କଟକରୁ ବିପୁଳ ପରିମାଣର ଅପମିଶ୍ରିତ ଲଡୁ ଓ ମିଠା ଜବତ କରାଯାଇଛି । ଦୀପାବଳିରେ ମିଠା ବିକ୍ରି ବଢିଥିବାରୁ ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ନିମ୍ନମାନର ମିଠା ବିକୁଥିବାର ଖବର ପରେ ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଜଣାପଡ଼ିିଥିଲା, କେତେକ ସ୍ଥାନରେ ଦୋକାନୀମାନେ ବିନା ଲାଇସେନ୍ସରେ ମିଠା ତିଆରି କରି ବିକୁଛନ୍ତି । ନିମ୍ନମାନର ବେସନ ବ୍ୟବହାର କରି ଲଡୁ ତିଆରି କରୁଥିବା ଜଣାପଡିଥିଲା । ଜଗତପୁର ଅଞ୍ଚଳରେ ଏଭଳି ଅଚାନକ ଚଢ଼ାଉ କରିଛି ସିଏମ୍‌ସି ।