/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632642361.jpg)
Bandh
କୁଚିଣ୍ଡା : ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗରେ ଆଜି କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଥିଲେ ଯେ, ବିଜେଡିର ଗୁଣ୍ଡାରାଜ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀମାନେ ବିକ୍ଷୋଭ କରିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।
ବିଜେଡି କର୍ମୀ ପଥର ଫିଙ୍ଗିଥିଲେ, ବୋତଲ ଫିଙ୍ଗିଥିଲେ । କିନ୍ତୁ ନୀରବ ଦ୍ରଷ୍ଟା ସାଜିଥିଲା ପୋଲିସ ପ୍ରଶାସନ । ଏହାର ପ୍ରତିବାଦରେ ଆଜି ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୁଚିଣ୍ଡା ବନ୍ଦ ପାଳନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି । କଂଗ୍ରେସ ମଧ୍ୟ ଅଭିଯୋଗ କରିଥିଲା, ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ ମମିତା ହତ୍ୟା ମାମଲାରେ ନାରାବାଜି କରିବା ବେଳେ କୁଚିଣ୍ଡା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ମାଡ ମାରିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ମଧ୍ୟ ଆଜି କୁଚିଣ୍ଡା ବନ୍ଦ ପାଳନ କରୁଛି । ତେବେ ଏହି ବନ୍ଦରେ କୁଚିଣ୍ଡା ବ୍ୟବସାୟୀ ସଂଘ ସାମିଲ ହେବ ନାହିଁ ବୋଲି ସୂଚନା ଦେଇଛି । କଂଗ୍ରେସ ଓ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳି ପାରି ନାହିଁ ।
Also Read
ସୂଚନାଯୋଗ୍ୟ ଗତକାଲି କୁଚିଣ୍ଡା ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ବେଳେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ, କଂଗ୍ରେସ ଓ ବିଜେପି ପକ୍ଷରୁ କର୍ମୀ ମାନେ ପ୍ରତିବାଦ କରୁଥିବା ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ଯୁବ କଂଗ୍ରେସ ନେତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାର ପ୍ରତିବାଦରେ ପୃଥକ ପୃଥକ ଭାବେ ବିଜେପି ଓ କଂଗ୍ରେସ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ଡାକରା ଯୋଗୁଁ ମୁଖ୍ୟାଳୟର ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଟ୍ରାଫିକ ଛକଠାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରୀଆଙ୍କ ନେତତ୍ୱରେ କର୍ମୀ ମାନେ ରାସ୍ତା ଅବରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)