Advertisment

Vikshit Gaon Vikshit Odisha: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସହର ଓ ଗାଁ ଭିତରେ ଦୂର ହେବ ପାର୍ଥକ୍ୟ

ରାଜ୍ୟରେ ନୂଆ ଯୋଜନା ଆଣିଲା ବିଜେପି ସରକାର । ଶୁଭାରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା। ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଆସନ୍ତା ୫ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକଣ ହେବ ।

author-image
Deviprasad Jena
ଅଦ୍ୟତନ ହୋଇଛି
ଶୁଭାରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା ।

ଶୁଭାରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା ।

ରାଜ୍ୟରେ ନୂଆ ଯୋଜନା ଆଣିଲା ବିଜେପି ସରକାର । ଶୁଭାରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନି ଷ୍ଟାଡିୟମରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାର ଲୋକଙ୍କ ପାଖକୁ ଯିବେ ଏବଂ ଲୋକଙ୍କ ଆବଶ୍ୟକତା ଶୁଣିବେ। ଆସନ୍ତା ୫ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକଣ ହେବ ।

Advertisment

ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ଗାଁକୁ ବିକଶିତ କରିବାକୁ ସରକାର ସଂକଳ୍ପବଦ୍ଧ । ଦାରିଦ୍ର୍ୟତା, ଅନଗ୍ରସର ବିରୋଧରେ ଲଢ଼େଇ ଜାରି ରହିବ । ମହାତ୍ମା ଗାନ୍ଧି କହିଥିଲେ ଭାରତର ଆତ୍ମା ଗାଁରେ ଥାଏ। ମହାତ୍ମା ଗାନ୍ଧିଙ୍କ ଏହି ଉକ୍ତିର ପ୍ରାସଙ୍ଗିକତା ଆଜି ବି ରହିଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି । ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ । ଏହି ଯୋଜନା  ପ୍ରଧାନମନ୍ତ୍ରୀଙ୍କ “ସବ୍‍କା ସାଥ୍, ସବ୍‍କା ବିକାଶ୍, ସବ୍‍କା ବିଶ୍ୱାସ୍, ସବ୍‍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ । ଏହି ଯୋଜନାରେ ଗାଁ ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏହା ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।  ଆବଶ୍ୟକ ହେଲେ, ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ । 

ଅଧିକ ପଢ଼ନ୍ତୁ: ୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଟିମ୍‌, ୮ରେ ବାରବାଟୀରେ କରିବେ ଅଭ୍ୟାସ୍‌

Advertisment

ଅପରପକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି , ଗ୍ରାମୀଣ ଓଡ଼ିଶାର ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ଗ୍ରାମାଞ୍ଚଳର ଭିଭିଭୂମି ତଥା ରାଜ୍ୟର ସାମଗ୍ରିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଆମ ସରକାରଙ୍କ "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନା ଲୋକଙ୍କପାଇଁ ଉତ୍ସର୍ଗୀକୃତ ।   ଏହି ଯୋଜନା ଦ୍ୱାରା ରାଜ୍ୟର ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଭିବୃଦ୍ଧିରେ ଗ୍ରାମାଞ୍ଚଳର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ  । 

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ  ବାବୁ ସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳ ଜୀବନଧାରଣ ମାନରେ ଏହି ଯୋଜନା ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ମତ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛି ସ୍କୁଲ୍ ଡ୍ରେସ୍...ହଷ୍ଟେଲରେ ବି ସମାନ ଅବସ୍ଥା

Odisha Government Mohan Charan Majhi
Advertisment
Advertisment