ଝାରସୁଗୁଡ଼ାରେ ରେଳମନ୍ତ୍ରୀ I ଦୁଇ ଦିନିଆ ଝାରସୁଗୁଡ଼ା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ନେଇ ରେଳମନ୍ତ୍ରୀଙ୍କ ଆଲୋଚନା
ବ୍ରେଡ୍ ନାରେ ବିଷ କିଣି, ଘରକୁ ନେଉ ନାହାନ୍ତି ତ । କିଣିବା ପୂର୍ବରୁ ଭଲରେ ଦେଖି ନିଅନ୍ତୁ । ନହେଲେ ଠକାମିରେ ପଡ଼ିବା ସହ ରୋଗରେ ମଧ୍ୟ ପଡ଼ି ପାରନ୍ତି ।
ସମ୍ବଲପୁର ଟାଉନ ଥାନା ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଅଘଟଣ। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ। ମୃତକ ହେଲେ ସାହୁ କଲୋନିର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ। ସେମାନନଙ୍କ ବୟସ ୩୦ ବର୍ଷ ଓ ୨୫ ବର୍ଷ। ଗତକାଲି ଉଭୟେ କୂଅରେ ପଡ଼ିଯିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା।
ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ? କାଲି ମୋ ସ୍ତ୍ରୀ ଆସି ରାତିରେ କେକ୍ ଆଉ ରୋଲ ଆଣିଥିଲେ, ମୁଁ ପାଟିରେ ପୁରାଇବା ପରେ ହିଁ ଘାଳୁ ଘାଳୁ ବାନ୍ତି ହେଲା......ଦେଖନ୍ତୁ ଏମିତି ପାଉଁରୁଟି ତିଆରି ହେଉ ଛି କେଉଁଠି?
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି.. ପ୍ରଶାସନର ସହାୟତାକୁ ଭରସା..
ବଂଶୀ ସ୍ୱରରେ ବାନ୍ଧି ହେଉଛନ୍ତି ଗାଈ । ଗୋଠରେ ସାକ୍ଷାତ କୃଷ୍ଣଙ୍କ ପରି ବେଶ ହୋଇ ଗାଈ ଚରାଉଛନ୍ତି ସୁବଳ ।
ଦୁଇ ଭାଇ ଖୁସିରେ ଜଣକ ସହିତ କଥା ହେଉଥିଲେ କିନ୍ତୁ ଜାଣିନଥିଲେ, ମୃତ୍ୟୁ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ । ଅଧିକରୁ ଅଧିକ ଉତ୍ସବ ଆୟୋଜନ କରିବ ପର୍ଯ୍ୟଟନ ବିଭାଗ। ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା। କରୋନାରେ ଭାଙ୍ଗି ପଡ଼ିଥିବ ପର୍ଯ୍ୟଟନ ଶିଳ୍ପକୁ ସଜାଡିବାକୁ ଅଣ୍ଟାଭିଡିଲା ସରକାର।
ପ୍ରତିଦିନ କୃଷ୍ଣ ବେଶରେ ଗାଈ ଚରାଉଛନ୍ତି ସୁବଳ । ସତେ ଯେମିତି ଏ ଯୁଗର କୃଷ୍ଣ । ବଂଶୀ ବଜାଉଛନ୍ତି, ଗଛ ଡାଳରେ ବସୁଛନ୍ତି । ପାଖକୁ ଦୌଡି ଆସୁଛନ୍ତି ଗାଈ । ବିମୋହିତ ହେଉଛନ୍ତି । ଦ୍ୱାପର ଯୁଗର ଭଗବାନ କୃଷ୍ଣ ଓ ଗୋମାତାଙ୍କ ନିବିଡ ସଂପର୍କକୁ ତଉଲୁଛନ୍ତି ସ୍ଥାନୀୟ ଲୋକ ।
ଦୀର୍ଘ ୧୦ ବର୍ଷ ହେବ ଗରିବ ଓ ବେସାହାରା ରୋଗୀଙ୍କୁ ସାହାଯ୍ୟ କରି ଆସୁଥିବା ଅଭିମନ୍ୟୁ ଦାସଙ୍କୁ ମିଳିଲା ପ୍ରଶଂସା। ଏମିତି ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର ମହମ୍ମଦ କୈଫ ଓ ଭି.ଭି.ଏସ୍. ଲକ୍ଷ୍ମଣ।
ଲୋକକଳା ରଣପାରେ ଦୀର୍ଘ ୧୩ ମିନିଟ ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ୭ବର୍ଷର ବାଳକ ବିଭାସ ସାହୁ। ଦେଖନ୍ତୁ ଏହି କୁନି ପିଲାର ରଣପା ନାଚ...
ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ଝିଅର ଶରୀରକୁ ବିକୃତ କରାଯାଏ। ତାକୁ କାଦୁଅ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ସ୍ନାନ କରାଯାଏ। ଏହି ପରମ୍ପରା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ରଣପା ନୃତ୍ୟ ଓଡ଼ିଶାର ଏକ ପୁରାତନ ଲୋକକଳା । ଯାହା ଏବେ ବିଲୁପ୍ତ ପ୍ରାୟ । ଆଜି କାଲିର ଡିଜେ ଓ ଫ୍ୟୁଜନ୍ ମ୍ୟୁଜିକ୍ ଭିତରେ ରଣପା ହଜିଯାଇଥିବା ବେଳେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
୨୦୧୬ ମସିହାରେ ସେତେବେଳର ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଉଚ୍ଚନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କେନ୍ଦ୍ରାପଡା ପୌର ନିର୍ବାଚନ ବିଳମ୍ବରେ ହେବା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।
ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ ।
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏବେ ପୁରୀ ପୌରସଂସ୍ଥା ପକ୍ଷରୁ ୟୁଜର ଫି’ ଆଦାୟ କରାଯିବ । ଆସନ୍ତା ୧୦ ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି’ ଆଦାୟ ହେବ ।
ବେଶ ଖୁସ୍ ମିଜାସ୍ ଦେଖାଯାଉଥିବା ଜଗା ଆଜି ମାର୍କେଟରୁ ଚପଲ ବି କିଣିଛି । ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି ।
ଏ ଦୁନିଆରେ ଏମିତି ଅନେକ ପରମ୍ପରା ରହିଛି ଯାହାକୁ ଜାଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଏଭଳି ଅନେକ ପ୍ରାଚୀନ ପରମ୍ପରା ଦେଖାଯାଏ ଯାହା ଅନନ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ବି ସେମାନଙ୍କର ପୁରୁଣା ପରମ୍ପରାକୁ ଅନୁସରଣ କରନ୍ତି। ଏହି ସମ୍ପ୍ରଦାୟରେ ପୁରୁଷମାନଙ୍କ ଚୁଟିକୁ ଦା’ରେ କଟାଯାଏ।
କାଲି ବୋମାରେ ଜଳିଥିଲା ଗାଁ, ଆଜି ପୁରୁଷଶୂନ୍ୟ। ବୋମାମାଡ଼ ଘଟଣା ପରେ ସାତପଡ଼ାର ନାଥପୁର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗତକାଲି ଏହି ବୋମାମାଡ଼ ହୋଇଛି।
ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛି। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା
ବହୁ ବର୍ଷ ଧରି ଖଣିଜ ପଦାର୍ଥ ଜମା ହେବା ଫଳରେ ଏକ ନିଆରା ସ୍ଥାନ ନିର୍ମିତ ହୋଇପାରିବ ବୋଲି କେବେ କଳ୍ପନା କରିଛନ୍ତି କି ? ତେବେ ସେହିଭଳି ଏକ ଚମତ୍କାର ସ୍ଥାନ ହେଉଛି ଚୀନର ଝ୍ୟାଙ୍ଗେ ଡାଙ୍କସିୟା ଜିଓଲୋଜିକାଲ୍ ପାର୍କ । ଆଉ ଏହି ସ୍ଥାନକୁ ବିଶ୍ୱର ସୁନ୍ଦର ସ୍ଥାନ ଭିତରେ ଗଣାଯାଇଥାଏ । ତେବେ ବର୍ଷର ଭିନ୍ନ ଭିନ୍ନ ସମୟରେ ଏହି ସ୍ଥାନଟି ଭିନ୍ନ ଭିନ୍ନ ରଙ୍ଗର ଦୃଶ୍ୟମାନ ହୋଇଥାଏ ।
ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ। ଦେଖନ୍ତୁ ପୁରା ଖବର ।
ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରିନଥିଲା।
ମାସେ ପୁରିଲା ମମିତା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଅଛି । ହେଲେ ଗୋବିନ୍ଦଙ୍କ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଲିଙ୍କକୁ ନେଇ ଏବେ ବି ରାଜ୍ୟରେ ବିରୋଧଙ୍କ ଅସନ୍ତୋଷ ଜାରି ରହିଛି । ତେବେ କେବେ ମିଳିବ ମମିତାକୁ ନ୍ୟାୟ ?
ଓଡ଼ିଶାର ସୁନାମଧନ୍ୟ ତଥା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ। ୫୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ପୁଅ ଦେବଦଳନ ସୂଚନା ଦେଇଛନ୍ତି। ଗତ ୨ ଦିନ ଧରି କିଶୋର ଅସୁସ୍ଥ ଥିଲେ।