/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635908830.jpg)
fire cracker
ଭୁବନେଶ୍ୱର : ବେଆଇନ ବାଣ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କଡା ଆକ୍ସନ୍ । ଦୀପାବଳିରେ ନିୟମକୁ କଡାକଡି ପାଳନ କରିବାକୁ ଭୁବନେଶ୍ୱର ଡିସିପି କହିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏସ୍ଆରସିଙ୍କ ଗାଇଡ ଲାଇନ ଏବଂ କୋଭିଡ କଟକଣାକୁ ସମସ୍ତେ ମାନିବାକୁ ପରାମର୍ଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରୀନ କ୍ରାକର ଫୁଟାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ପେଶୋ ସାର୍ଟିଟିଫିକେଟ ନେଇଥିଲେ ବାଣ ବିକ୍ରିଲାଗି ଅନୁମତି ମିଳିବ । ଏଯାଏଁ ଏହି ସାର୍ଟିଫିକେଟ ଜରିଆରେ ଅକେହି ହେଲେ ବାଣଦୋକାନ ଆବେଦନ କରିନାହିଁନ୍ତି । ଦୀପାବଳି ଲାଗି ୮ରୁ ୧୦ ପ୍ଲାଟୁନ ଫୋର୍ସ ମତୟନ ରହିବେ ବୋଲି ଡିସିପି ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ ରାଜ୍ୟ ସରକାର । ତେବେ ଦୀପାବଳିରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ରାଜ୍ୟ ବାଣ ବ୍ୟବସାୟୀ ସଂଘ । ହାଇକୋର୍ଟ ଦୁଇ ଦିନ ପୂର୍ବରୁ ଏ ନେଇ ଅନୁମତି ଦେବା ପରେ SRC ଗତକାଲି ଜାରି କରିଥିଲେ ସ୍ୱତନ୍ତ୍ର ଗାଇଡଲାଇନ୍ ।
ଏଥିରେ ତୈଳ ଓ ବିସ୍ଫୋରକ ନିରାପତ୍ତା ସଂସ୍ଥା PESO ଦ୍ୱାରା ଅନୁମୋଦିତ ବା ସାର୍ଟିଫିକେଟ୍ ପାଇଥିବା ବ୍ୟବସାୟୀ ହିଁ ସବୁଜ ବାଣ ବିକ୍ରି କରିପାରିବେ । ଏଥିପାଇଁ ଅଧିକୃତ ବ୍ୟବସାୟୀ ପ୍ରଶାସନ ନିକଟରୁ ଅନୁମତି ହାସଲ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେଣୁ ଗତକାଲି ସକାଳୁ ଭୁବନେଶ୍ୱର ଓ କଟକରେ ଡେପୁଟି ପୋଲିସ କମିଶନରଙ୍କ ଅଫିସ ଆଗରେ ଭିଡ଼ ଜମାଇଥିଲେ ବ୍ୟବସାୟୀ ।
Also Read
ସେପଟେ ବାଣ ଓ ଆଲୋକର ପର୍ବ ଦୀପାବଳିରେ ଏଥର ଶୁଭିନପାରେ କାନଫଟା ଶବ୍ଦ । କାରଣ ରାଜ୍ୟ ସରକାର ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ବେଳେ ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ମିଳିଛି । ଆଉ ଏଥିପାଇଁ ବେପାର ପାଇଁ ହାତରେ ସମୟ ବି ନାହିଁ । ତେଣୁ ଏଥର ଦୀପାବଳି କେବଳ ଦୀପ ଓ ଆଲୋକ ଭିତରେ ସୀମିତ ରହିବା ନେଇ ଆଶା କରାଯାଉଛି । ସେପଟେ ଗ୍ରୀନ୍ କ୍ରାକର ପ୍ରତି ବି ସତର୍କ ରହିବା ସହ ଗାଇଡଲାଇନ୍ ମାନି ଯଥାସମ୍ଭବ କମ୍ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)