ମା’ର ଆଖିକୁ ଦିଶୁନି, ବାପାଙ୍କ ଗୋଡ଼ ଅଚଳ । ଘର ପରିବାର କଥା ବୁଝିବେ କ’ଣ, ରଶିରେ ବନ୍ଧା ପଡ଼ିଛି ୨୦ ବର୍ଷିୟ ପୁଅ । ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ପଡ଼ି ରହିଛନ୍ତି ରାଜକୁମାର ।
ଲଢ଼େଇକୁ ଆହୁରି ତ୍ରୀବତର କରାଯିବ । ପୋଲିସ୍ ନାଲି ଆଖିକୁ କେହି ଡରିବେନି । ପ୍ରତିବାଦ ଆହୁରି ଜୋରଦାର ହେବ । ସମସ୍ତେ ଲଢ଼େଇ କରିବା ।
ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମାଆ କାଳୀଙ୍କୁ ଆରାଧନା କରାଯାଉଛି ।
ସେ କେବେ ଦୁନିଆ ଦେଖି ନାହାଁନ୍ତି । ଆଲୁଅ ବି ଦେଖିନାହାଁନ୍ତି । କିନ୍ତୁ ସେ ଏବେ ବାଣ୍ଟୁଛନ୍ତି ଆଲୋକର ଦୀପାଳି
କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର ।
ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଦାବି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ।
ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଏହାର ଦାମ୍ କମିଛି।
ସଜେଇ ହେଉଛି ପୁରୀର ବିଭିନ୍ନ କ୍ଲବ୍ । କ୍ରୀଡ଼ାର ବିକାଶ ପାଇଁ ହେଉଛି ବୃହତ ଯୋଜନା । ବିଭିନ୍ନ ଆଖଡ଼ାକୁ ନୂଆ ରୂପ ଦିଆଯାଉଛି । ଆନୁସଙ୍ଗିକ ବ୍ୟବସ୍ଥାକୁ ବଢ଼ାଇବା ସହ ଭିିତ୍ତିଭୂମିକୁ ଉନ୍ନତ କରାଯାଉଛି ।
ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି।
ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ।
ଦୀପାବଳି ଘଡ଼ିରେ ଅଦୃଶ୍ୟ ବାଣ ବଜାର । ଉତ୍ସବର ଠିକ୍ ଦିନକ ପୂର୍ବରୁ ମାର୍କେଟ୍ରୁ ବାଣ ଦୋକାନ ଗାଏବ । ନିକଟରେ ସରକାର କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ପରେ ଏହାକୁ ଫୁଟାଇ ଉତ୍ସବ ମନାଇବାକୁ ମନସ୍ଥ କରିଥିଲେ ଲୋକେ ।
କୁକୁରକୁ ମଣିଷର ପ୍ରକୃତ ବନ୍ଧୁ କୁହାଯାଇଥାଏ । ଅନେକ ଲୋକ କୁକୁରଙ୍କୁ ପାଳିତ ପଶୁ ଭାବରେ ମଧ୍ୟ ରଖିଥାନ୍ତି । ହେଲେ ରୋମ୍ରେ ରହୁଥିବା ଏକ କୁକୁର ବିସ୍କୁଟକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।
କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ତିନି ଦଳର କର୍ମୀ ମୁହାଁମୁହିଁ । ମନ୍ତ୍ରୀ ଟୁକୁନି ସାହୁ ରହିଥିବା ଡାକ ବଙ୍ଗଳା ଆଗରେ ତିନି ଦଳର କର୍ମୀଙ୍କ ହୋହାଲ୍ଲା ଓ ନାରାବାଜି ଆନ୍ଦୋଳନ ବେଳେ ତିନି ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ଏପରି ସ୍ଥିତି ଉପୁଜିଛି ।
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ.. ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଏଚ୍ ଟିକରପଡା ଗାଁରେ ସ୍ମାର୍ଟ କ୍ଲାସ୍ ଏବଂ ମିଶନ ଶକ୍ତି କୋଠା ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା.. ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ.. ଗାଁର ଗରୀବଙ୍କୁ ସହାୟତା ନାହିଁ, ଗାଁକୁ ରାସ୍ତା ନାହିଁ ଏଥିପାଇଁ ଅସନ୍ତୋଷ ଜନତା ଘେରାଉ କରିଥିଲେ..
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ। ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ।
ଘରଟିଏ ପାଇଁ ଗୁହାରି କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଶୁଣିଲେନି ଗୁହାରି । ଝିଅ ମଧୁମିତାଙ୍କ କାନକୁ ନା କିଛି ଶୁବିଛି ନା କିଛି କହି ପାରୁଛନ୍ତି । ଦିବ୍ୟାଙ୍ଗ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଘରଟିଏ ପାଇଁ ଅନେକ ଥର ଚିଠି ଲେଖିଥିଲେ ବି ଏଯାଏଁ ସରକାର ପକ୍ଷରୁ ମିଳିନାହିଁ କୌଣସି ସୁବିଧା ।
ଏ ଦୁନିଆରେ ତ ବହୁତ୍ ଲୋକ ଅଛନ୍ତି, ଭଗବାନ ସବୁ କିଛି ଦେଲା ପରେ ବି ଅନ୍ୟ ପାଖରେ ହାତ ପାତୁଛନ୍ତି। ହେଲେ ଏନ୍ତୁଡ଼ିଶାଳରୁ ହାତ ହରାଇଥିବା ଶତ୍ରୁଘ୍ନ ସ୍ୱାଭିମାନର ସହ ବଞ୍ଚୁଛନ୍ତି। ଏତେ କର୍ମଠ ଯେ, ଏମିତି ଅବସ୍ଥାରେ ବି ଶତୁରା ନ ହେଲେ କାମ ଆଗେଇବନି। ଯାହାର ଘର କାମ ପଡ଼ିଲେ ଆଗ ଶତୁରାକୁ ଖୋଜା ପଡ଼େ। ଢେଙ୍କାନାଳରୁ ଦେଖନ୍ତୁ ଶତ୍ରୁଘ୍ନଙ୍କ ସଙ୍ଘର୍ଷର କାହାଣୀ...
ମଂଚ ଉପରେ ଏମିତି କହିଲେ ମନ୍ତ୍ରୀ ଅରୁଣ ସାହୁ। କବିତା ପଢିଲେ ଓ ତାହାକୁ ଏମିତି ବୁଝାଇଲେ। ଯାହାକୁ ଶୁଣିବା ପରେ ସମସ୍ତେ ସବୁ କିଛି ବୁଝି ଯିବେରେ ନାରଣ...
ପଡିଆ ପଡିଥିଲା ଜମି। କିଛି ହେଉ ନଥିଲା। ହଠାତ୍ ପଡିଆ ଜମିରେ ଲଗାଇଲେ କିଛି ଫଳ ଗଛ। ଫଳନ୍ତି ଗଛକୁ ଦେଖି ଖୁସିର ସୀମା ରହିଲାନି। ଏବେ ଭଳିକି ଭଳି ଫଳ ସହ ପଡିଆ ଜମିରେ ଫଳୁଛି ନାନା ରକମର ପନିପରିବା
ମଧୁମିତାଙ୍କ ପରିବାର ଅତି ଗରିବ ଶ୍ରେଣୀର। ଏକ ନୂଆଣିଆ ଚାଳ ଛପର ଘରେ ସେ ରହି ଆସୁଛନ୍ତି। ବତ୍ୟା ବନ୍ୟା ଆସିଲେ, ଚିନ୍ତାରେ ପଡି ଯାଆନ୍ତି ପୂରା ପରିବାର। ଏହା ଦେଖି ଦିବ୍ୟାଙ୍ଗ ମଧୁମିତା ପକ୍କା ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି କରିଥିଲେ
ବେଆଇନ ବାଣ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କଡା ଆକ୍ସନ୍ । ଦୀପାବଳିରେ ନିୟମକୁ କଡାକଡି ପାଳନ କରିବାକୁ ଭୁବନେଶ୍ୱର ଡିସିପି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗରେ ଆଜି କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଥିଲେ ଯେ, ବିଜେଡିର ଗୁଣ୍ଡାରାଜ ଚାଲିଛି
ଆଜି ଧନ୍ତେରସ୍ । ଏହି ଅବସରରେ ସୁନା କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ । ବିଶ୍ୱାସ ରହିଛି ଧନତେରସରେ ସୁନା କିଣିଲେ ଶୁଭ ହୁଏ, ସେଦୃଷ୍ଟିରୁ ପରମ୍ପରା ରକ୍ଷା ଲାଗି ଲୋକେ ଆଜି ସୁନା କିଣୁଛନ୍ତି ।
ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ