ଘୁରୁରୀ ଆଙ୍କୁଛି ଭଳିକି ଭଳି ଚିତ୍ର । କେବଳ ଚିତ୍ର ଆଙ୍କୁଛି ତାହା ନୁହେଁ ବରଂ ସେଗୁଡିକୁ ପ୍ରାୟ ଲକ୍ଷାଧିକ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି ।
ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି।
‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍ ଫେରି ଆସନ୍ତୁ।’ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ ତପସ୍ୱିନୀ ଦାଶ ଓରଫ ଡିମ୍ପଲ।
ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
୫ ହଜାର୪୦୦ଟି ଗୋଲାପରେ ସାନ୍ତାଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୂର୍ବରୁ ଛପାଯାଉଥିବା ଶୂନ ଟଙ୍କିଆ ନୋଟ୍। ଏଥିରେ ବି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯାଇଥିଲା। ଏହା ଅନ୍ୟ ନୋଟ୍ ପରି ମଧ୍ୟ ଦେଖାଯାଉଥିଲା। କିନ୍ତୁ ଏହା କାହିଁକି ଛପା ହେଉଥିଲା ଜାଣନ୍ତୁ।
୫ ମିନିଟ୍ କରୁଥିଲେ ଅଫିସ୍ କାମ। ବାକି ସମୟ ଫିଲ୍ମ ଦେଖୁଥିଲେ ନଚେତ ଶୋଉଥିଲେ। ଏହା ସତ୍ୱେ ଦରମା ବଢି ବଢି ଚାଲିଥିଲା ଆଉ ପଦୋନ୍ନତି ମଧ୍ୟ। ଏହା କିପରି ସମ୍ଭବ ଆସନ୍ତୁ ଜାଣିବା।
ସୌର ପ୍ରଣାଳୀର ଗ୍ରହ ଗଠନ ବିଷୟରେ ଦୁଇ ପ୍ରକାରର ତତ୍ତ୍ୱ ଅଛି। ନୂଆ ତତ୍ତ୍ୱ କହୁଛି ଯେ ମିଲିମିଟର ଆକାରର ଖଣ୍ଡଗୁଡ଼ିକ ସୌର ପ୍ରଣାଳୀର ବାହ୍ୟ ଅଂଶରୁ ସୂର୍ଯ୍ୟ ଆଡକୁ ଆସିବା ଆରମ୍ଭ କଲା ଏବଂ ବାଟରେ ସେଗୁଡିକ ବଡ ହୋଇ ନବଜାତ ଗ୍ରହର ଆକାର ନେଲେ ଏବଂ ସୌର ପ୍ରଣାଳୀର ଭିତର ଭାଗରେ ପହଞ୍ଚିଲେ।
ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ।
ପ୍ରତିଶୋଧ ନେବା ପାଇଁ ପ୍ରେମିକାଙ୍କ ମୁହଁରେ କରିଥିଲେ ଏସିଡ୍ ମାଡ। ଆଇନ ବି ନେଇଥିଲା କଠୋର ବ୍ୟବସ୍ଥା। କିନ୍ତୁ ଓଲଟି ଗଲେ ମହିଳା। ଶେଷରେ ଆକ୍ରମଣକାରୀକୁ ବିବାହ କରିନେଲେ।
ଚିଲିକା ଅଞ୍ଚଳର ହୋଟେଲ୍ ଗୁଡ଼ିକରେ ମେଲିଛି କି ବିଦେଶାଗତ ପକ୍ଷୀଙ୍କୁ ନେଇ ପ୍ରସ୍ତୁତ ଖାଦ୍ୟ ପସରା ? ପର୍ଯ୍ୟଟନ ଋ଼ତୁରେ ଢାବା ଗୁଡ଼ିକରେ ଅତିଥି ବିହଙ୍ଗ ବନିଯାଇଛନ୍ତି କି ପର୍ଯ୍ୟଟକଙ୍କ ସୁସ୍ୱାଦୁ ଖାଦ୍ୟ ? ଗରାଖଙ୍କୁ ଭିନ୍ନ ସ୍ୱାଦ ଚଖାଇ ମାଲାମାଲ୍ ହେବା ପାଇଁ ନିରୀହ ପକ୍ଷୀଙ୍କୁ ସିକ୍ରେଟ୍ ଡିସ୍ରେ ସାମିଲ କରିନାହାଁନ୍ତି ତ ଢାବା ଓ ହୋଟେଲ୍ ମାଲିକ
ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ୧୬୪ ସିଆର୍ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି । ସବୁ ବେଳେ ସେ ତାଙ୍କ ବାଲୁକାଶିଳ୍ପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମଥର ପାଇଁ ସେ ୫ ହଜାର୪୦୦ଟି ଗୋଲାପ ବ୍ୟବହାର କରି ପୁରୀ ବେଳାଭୂମିରେ ସାନ୍ତାଙ୍କ ଏକ ବିରାଟ ବାଲୁକା କଳା ନିର୍ମାଣ କରିଛନ୍ତି ।
ବିଶ୍ୱର ସର୍ବବୃହତ୍ ଜ୍ୟୋତିର୍ବିଜ୍ଞାନ ସଂଗ୍ରହାଳୟ ରହିଛି ଚୀନ ସଂଘାଇରେ । ନିକଟ ଅତୀତରେ ସର୍ବସାଧାରଣଙ୍କ ପାଇଁ ଏହା ଖୋଲିଛି । କିନ୍ତୁ ଏହାର ଆକାରକୁ ନେଇ ଦୀର୍ଘ ଦିନ ହେବ ଏହା ଚର୍ଚ୍ଚାରେ ରହି ଆସିଛି । ଆଉ ବାସ୍ତବରେ ଏହି ସଂଗ୍ରହାଳୟ ସମସ୍ତ ପର୍ଯ୍ୟଟକଙ୍କୁ ଦେଇଥାଏ ନିଆରା ଅନୁଭୂତି । ତେବେ ବାସ୍ତବରେ କଣ ଏହା ଏକ ନିଆରା ସଂଗ୍ରହାଳୟ…ଚାଲନ୍ତୁ ଜାଣିବା
ବୟସ ମାତ୍ର ୨। ଦିନକୁ ଟାଣୁଥିଲା ୪୦ଟା ସିଗାରେଟ୍। ଛାଡିଲେ ବିନ୍ଧୁଥିଲା ମୁଣ୍ଡ ଆଉ ହେଉଥିଲା ପ୍ରବଳ ଭୋକ। ଏବେ ଏମିତି ଅବସ୍ଥା ଦେଖିଲେ ଚିହ୍ନିପାରିବେ ନାହିଁ।
ସାପକୁ ଆକ୍ରମଣ କରି ଘାଇଲା କଲା ଡୋବରମ୍ୟାନ କୁକର କାଳୀ । ଝପଟି ଯାଇ ଘର ଅଗଣାରେ ବିଷଧର ନାଗର ବାଟ ଓଗାଳିଲା, କୌଣସି ମତେ ସାପକୁ ଘରେ ପୂରାଇ ଦେଲାନି ।
ଅର୍ଥମନ୍ତ୍ରୀ ତରଭା ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖୁଥିବା ବେଳେ ଚାଷୀମାନେ ତାଙ୍କୁ ଘେରାଉ କରି କଟନି ଛଟନି ସଂପର୍କରେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କଟନୀ ଛଟନୀର ତଦାରଖ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କୁକୁଡାଟି ଏକ କୁକୁର ଛୁଆକୁ ସ୍ନେହ ମମତାର ସହ ଆପଣାଉଥିବାର ଦେଖିବାକୁ ମିଳିଛି ।୧୫ ସେକେଣ୍ଟର ଏହି ଭାଇରାଲ୍ ଭିଡିଓକୁ ଦେଖିବା ମାତ୍ରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଫୁଟିଯିବ ।
ଶହ ଶହ ପିଲାଙ୍କ ମାନ ଅଭିମାନ ଗୋବିନ୍ଦ ଗୁରୁଜୀ । କିଛି ଆଶା ନକରି ପାଠ ପଢ଼ାନ୍ତି । ପାରିଶ୍ରମିକ ଦରକାର ପଡ଼େନି । ମନର ଶାନ୍ତି ପାଇଁ ପିଲାଙ୍କୁ ପାଠ ପଢ଼ାନ୍ତି ।
ଡାକୋଟାକୁ ଭୁବନେଶ୍ୱର ଆଣିବା ପରେ ଏହାକୁ ସଂଗ୍ରାହଳୟରେ ସଂରକ୍ଷିତ କରି ରଖାଯିବାକୁ ଯୋଜନା ରଖାଯାଇଛି । ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଛି ଡାକୋଟା ।
ଆଜିର ଦିନକୁ ବଡ଼ଦିନ ଭାବେ ପାଳନ କରୁଛନ୍ତି ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ.. ଆଜି ମଧ୍ୟରାତ୍ରିରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି.. ହେଲେ କୋଭିଡ୍ ପାଇଁ ସବୁ ଫିକା...
ଖ୍ରାଷ୍ଟମାସରେ ସାନ୍ତା କ୍ଲଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ସାନ୍ତା ସ୍କୁଲ୍ । ଆମେରିକାର ମିଚିଗାନରେ ଏକ ବିଦ୍ୟାଳୟ ଅଛି, ଯେଉଁଠି ଗତ ୮୫ ବର୍ଷ ଧରି ସାନ୍ତାଙ୍କ ତାଲିମ ଦିଆଯାଏ । ଏହି ବିଦ୍ୟାଳୟରେ ଆଡମିଶନ କରିଥିବା ଲୋକଙ୍କୁ ସାନ୍ତା ଭଳି କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ ।
କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବାସ୍ତବ ଚିତ୍ର କିଛି ଏମିତି ଲାଗୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବାଟବଣା ।
ଭୁବନେଶ୍ୱରର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଚହଟରାୟ ବୃଦ୍ଧ ବୟସରେ ମାତ୍ର ୩୯୯ ଟଙ୍କା ଫେରିପାଇବା ଆଶାରେ ଦୌଡ଼ୁଛନ୍ତି ଖଣ୍ଡଗିରିରେ ଥିବା ଖୋର୍ଦ୍ଧା କଞ୍ଜୁମର କୋର୍ଟକୁ । କଥା ୩୯୯ ଟଙ୍କାର ନୁହଁ । ଲଢ଼େଇ ହକ୍ର । ଝାଳବୁହା ପଇସା ଫେରି ପାଇବାର ।
ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଦିନରେ ଖରା ମାଡ, ରାତିରେ ହାଡଭଙ୍ଗା ଜାଡ । ଖୋଲା ଆକାଶ ତଳେ କଷ୍ଟ ଅର୍ଜିତ ଅମଳ ଧାନକୁ ଜଗି ରହିଛି ଚାଷୀ ।