ଜଣେ HIV ପଜିଟିଭ୍ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ଚେତିଛନ୍ତି।
ଟୀକାକରଣର ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ତିଆରି କରାଯାଇଛି ମାଇକ୍ରୋଚିପ୍ । ଏହାକୁ ହାତରେ ଲାଗାଇ ସ୍କାନ୍ କରିବା ମାତ୍ରେ ହିଁ ବ୍ୟକ୍ତିର ଟୀକାକରଣର ସବୁ ସ୍ଥିତି ଅତି ସହଜରେ ଜଣାପଡିଥାଏ । ଫଳରେ ଲୋକଙ୍କୁ ଟିକାକରଣ ଷ୍ଟାଟସ ବହନ କରି ସବୁ ସ୍ଥାନକୁ ଯିବାକୁ ପଡିବ ନାହିଁ ।
ଦୁନିଆରେ ରହିଛି ଏମିତି ଫଳ ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ତେବେ ଏହି ଫଳରେ ଏମିତି କ’ଣ ଅଛି, ଏହା କେଉଁଠି ହୁଏ, ଏହାର ମୂଲ୍ୟ କେତେ ଆସନ୍ତୁ ସେ ବିଷୟରେ ଜାଣିନେବା।
ପ୍ରେମର ଉଠାନ୍ତି ଢେର ଫାଇଦା। କେବଳ ମେସେଜ୍ରେ କରନ୍ତି ରୋମାଣ୍ଟିକ୍ କଥା ଆଉ ବ୍ୟକ୍ତିଙ୍କ ଠାରୁ ମାସକୁ ପାଆନ୍ତି ଦେଢ ଲକ୍ଷ ଟଙ୍କା। ଉଠାନ୍ତି ନିଜର ଘର ଖର୍ଚ୍ଚ।
ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଏହିସବୁ ସିଲିଣ୍ଡରରେ ଏକ ସଂକେତ ଲେଖାଯାଇଥାଏ, ଏହା ପ୍ରାୟ ଦେଖିଥିବେ। ଏହା ବିଷୟରେ ଜାଣିଥିଲେ ଆପଣଙ୍କ ଜୀବନ ସୁରକ୍ଷିତ ହୋଇପାରିବ।
ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି ନୂଆ ନିୟମରେ ଲୋକେ ନିଜେ ମାଲିକାନା ପାଇପାରିବେ ।
ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ । ଏହାରି ଭିତରେ ନୂଆ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପିକନିକ୍ ଋତୁ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ମେଟାକାନୀ ପୀଠରେ ବଣଭୋଜିର ମଜା ନେବା ପାଇଁ ଲୋକେ ଭିଡ଼ ଜମାଇଲେଣି ।
ସୂର୍ଯ୍ୟ ମନ୍ଦିରକୁ ଧସେଇ ପଶିଲେ ହଜାରେରୁ ଅଧିକ ପର୍ଯ୍ୟଟକ । ଅନଲାଇନ୍ ଟିକେଟ କାଉଣ୍ଟର ଅଚଳ ଯୋଗୁଁ ଗେଟ୍ ନିକଟରେ ଉତ୍ତେଜନା ଦେଖାଦେଇଥିଲା ପର୍ଯ୍ୟଟକଙ୍କ ଟିକେଟ ହୋଇନପାରିବାରୁ ଶେଷରେ ସିକ୍ୟୁରିଟିକୁ ଠେଲି ଭିତରେ ପଶିଗଲେ ପର୍ଯ୍ୟଟକ ।
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ ।
ଜେଏନୟୁରେ ପାଠ ପଢ଼ୁଥିବା ସମୟରେ ଟୁକଡ଼େ ଟକୁଡ଼େ ଗ୍ୟାଙ୍ଗର ସଦସ୍ୟ ଥିଲେ କହ୍ନେୟା କୁମାର । ତାଙ୍କ ନାଁରେ ଦେଶକୁ ଭାଗ ଭାଗ କରିବା ପାଇଁ ସେ ଚେଷ୍ଟା କରୁଥିବାର ଅଭିଯୋଗ ରହିଛି । ନବରଙ୍ଗପୁର ଆସିଥିଲେ କଂଗ୍ରେସ ନେତା କହ୍ନେୟା କୁମାର । ତାଙ୍କୁ ବିରୋଧ କରି ଦୁଇ ଜଣ ଯୁବକ ତାଙ୍କ ସଭାସ୍ଥଳକୁ ଗଙ୍ଗା ପାଣି ଛିଞ୍ଚି ଶୁଦ୍ଧିକରଣ କରିଛନ୍ତି ।
ବ୍ରିଟେନ୍ର ୱେଲ୍ସରେ ଦୁଇ ଦିନ ଧରି ପ୍ରାୟ ୨୦ ହଜାର ମହୁମାଛି ଗୋଟେ କାରର ପିଛା କରୁଥିଲେ । ଏତେ ମହୁମାଛିକୁ କାର୍ ପଛରେ ଗୋଡାଉଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମ ଦିନ ମହୁମାଛି ଚାଷୀମାନେ ଏମାନଙ୍କୁ ଘଉଡାଇଥିଲେ । ହେଲେ ମହୁମାଛିମାନେ ସେଠାରୁ ଯିବାକୁ ନାରାଜ ଥିଲେ । ଫଳରେ ପୁଣିଥରେ ସେମାନେ ସେହି କାର୍ ପାଖକୁ ଯାଇଥିଲେ ।
କୁମ୍ଭୀର ଗଣନା ସମୟରେ ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ।
HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅସହାୟ ସ୍ୱାମୀର ସାହସ ପାଲଟିଛି ସ୍ତ୍ରୀ । ନିଜ ସ୍ୱାମୀ ଓ ପରିବାର ପାଇଁ ମୋ ବସ୍ର ମହିଳା କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଗଞ୍ଜାମର ଛବି ପ୍ରଧାନ । ଇଏ ହେଉଛନ୍ତି ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବୁଥିବା ଜଣେ ଭିନ୍ନ ମହିଳା । ସ୍ୱାମୀଙ୍କ ପାଇଁ ସହାୟତା ଲାଗି ପର ହାତକୁ ନ ଅନେଇ ଏରୁଣ୍ଡିବନ୍ଧ ବାହାରକୁ ଗୋଡ଼ କାଢ଼ି ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଛବି ।
ରାଜଗାଙ୍ଗପୁର କାଂଶବାହାଲର ବୋହୂ ନଵଦ୍ୱୀପ କୌର। ଆମେରିକା ଲସଏଞ୍ଜେଲସ୍ ସହରରେ ହେବାକୁ ଥିବା ମିସେସ ୱାର୍ଲଡ ପ୍ରତିଯୋଗିତାରେ ଭାଗ ନେବେ। ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାରେ ପୃଥିବୀରୁ ଷାଠିଏଟି ଦେଶର ମିସେସ ସୁନ୍ଦରୀ ଭାଗ ନେଉଛନ୍ତି| ଶୁଣନ୍ତୁ ଏ ଯାତ୍ରା ଓ ପ୍ରତିଯୋଗିତାକୁ ନେଇ ସେ କେତେ ଆଶାବାଦୀ।
ଦୁନିଆରେ ଅନେକ ଦେଶ ରହିଛି । ଦେଶକୁ ଲାଗି ଅନ୍ୟ ଦେଶ ମଧ୍ୟରେ ସୀମା ମଧ୍ୟ ରହିଥାଏ । ହେଲେ ବିଶ୍ୱରେ ଏପରି ଏକ ସୀମା ରହିଛି ଯେଉଁଠାରେ ୨ ନୁହେଁ ବରଂ ୩ ଟି ଦେଶ ମିଳିତ ହୁଅନ୍ତି । କେବଳ ଏତିକି ନୁହେଁ ସୀମା ଅତିକ୍ରମ କରିବାକୁ କୌଣସି ଭିସା-ପାସପୋର୍ଟର ଆବଶ୍ୟକ ନାହିଁ
IQ ସ୍କୋରରେ ଆଇନଷ୍ଟାଇନଙ୍କୁ ପଛରେ ପକେଇଦେଲେ ୧୨ ବର୍ଷର ବାଳକ। ଆଇନଷ୍ଟାଇନଙ୍କ IQ ସ୍ତର ୧୬୦ ଥିବାବେଳେ ଏହି ପିଲାର IQ ସ୍ତର ଏହାଠାରୁ ୨ ପଏଣ୍ଟ ଅଧିକ ରହିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଛାତିଥରା ଭିଡିଓ। ଏହି ଭିଡିଓରେ ଏକ ଛୋଟ ପିଲା ବିରାଟକାୟ ଅଜଗର ସହିତ ବେପରୁଆ ଭାବରେ ଖେଳୁଛି। ଆପଣ ଏହି ଭିଡିଓ ଦେଖିଲେ ଆଖି ବୁଜି ପକେଇବେ। କିନ୍ତୁ ପିଲାଟିର ଏଥି ପ୍ରତି ଟିକେ ବି ଭୟ ନାହିଁ।
କୁନି ଝିଅଟିକୁ ପଚାରିଲେ କହୁଥିଲା ମୋ ମାଆର ଦେହ ଭଲ ନାହିଁ, ସେ ସୋଇଛି... ହେଲେ ସେ ଜାଣି ନ ଥିଲା ଯେ ତା ମାଆ ସବୁଦିନ ପାଇଁ ଶେଷନିଦ୍ରା ଯାଇଛି।
ମୃତ୍ୟୁ ନା ସେ ଜାଣିଛି ମମତାର ବନ୍ଧନକୁ, ନା ସେ ବୁଝିଛି ମାତୃତ୍ୱର ଆବେଗକୁ । କଅଁଳ ବୟସରେ ମମତାର ପଣତକାନି ଛିଡ଼ାଇ ଦେଇଛି କାଳ । ୫ବର୍ଷର ଅବୋଧ ଶିଶୁକନ୍ୟାଟି ଆଜି ହୋଇଯାଇଛି ଅନାଥ । ତଥାପି ଭାବୁଛି ତା ମାଆ ଶୋଇଛି ।
ଅନୁଭବ-ବର୍ଷା କଳି ଯାଇ ପହଞ୍ଚିଛି ଲୋକସଭାରେ । ଅଦାଲତରେ ଏହାର ବିଚାର ଚାଲିଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଲୋକସଭାକୁ ଏହି ବିବାଦକୁ ନେଇଛନ୍ତି । ବର୍ଷାଙ୍କୁ ପରୋକ୍ଷରେ ଧମକ ଦେଇ କହିଛନ୍ତି, ଏହାର ତଦନ୍ତ ଚାଲିଛି ।
୨୦୧୫ରୁ ଏଯାଏଁ କଟକରେ ମାଞ୍ଜା ସୂତାରେ କଟି ୪ ଜଣଙ୍କ ଜୀବନ ଯାଇଛି । ୧୪ରୁ ଅଧିକ ଆହତ ହୋଇଛନ୍ତି । ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ବ୍ୟାନ ଲଗାଇଥିଲେ ହାଇକୋର୍ଟ । ତଥାପି ସାହି ଗଳିରେ ମାଞ୍ଜା ସୂତା ଲଗାଇ ଚାଲିଛି ବେଧ଼ଡକ ଗୁଡି ଉଡ଼ା ।
ଜଣେ ବୃଦ୍ଧାଙ୍କ ପେଟରେ ବହୁ ବର୍ଷ ଧରି ଏକ ଭୃଣ ଥିଲା। ଧୀରେ ଧୀରେ ଭୃଣ ପଥରରେ ପରିଣତ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମହିଳା ଜଣକ ଏ ବିଷୟରେ କିଛି ବି ଜାଣିପାରି ନ ଥିଲେ।
୨୦୨୨ର ବିପଜ୍ଜନକ ଭବିଷ୍ୟବାଣୀ। କରୋନା ଠାରୁ ବି ଭୟଙ୍କର ଭୂତାଣୁ ଆସିବ। ଏଲିୟନମାନେ ପୃଥିବୀ ଉପରେ ଆକ୍ରମଣ କରିବେ। ଭାରତରେ ଅନାହାର ଦେଖାଦେବ ଯାହା ପଙ୍ଗପାଳଙ୍କ ଆକ୍ରମଣରୁ ଉତ୍ପନ୍ନ ହେବ।
ଜଣେ ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବେ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ବୟସ୍କା ମହିଳାଙ୍କର ଦୁଇ ଦିନ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।