• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି ଉଠିଲା ଡାକୋଟା ପ୍ରସଙ୍ଗ । ମନେ ପଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ କଥା । ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ବିଜୁ ବାବୁଙ୍କ ଡାକୋଟା ବିମାନକୁ ଫେରାଇ ଆଣିବାକୁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରିକ୍ୱେଷ୍ଟ ଫର୍ ପ୍ରପୋଜାଲ୍ ବା ଟେଣ୍ଡର ପାଇଁ ଆହ୍ଲାନ କରାଯାଇଛି । କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଏହାକୁ ଆଣିବା ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଇଚ୍ଛୁକ ଥିବା କମ୍ପାନି ବିଭାଗର ବିଭିନ୍ନ ସର୍ତ୍ତକୁ ପାଳନ କରି ଏନେଇ ଆବେଦନ କରିପାରିବେ ।

ଡାକୋଟାକୁ ଭୁବନେଶ୍ୱର ଆଣିବା ପରେ ଏହାକୁ ସଂଗ୍ରାହଳୟରେ ସଂରକ୍ଷିତ କରି ରଖାଯିବାକୁ ଯୋଜନା ରଖାଯାଇଛି । ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଛି ଡାକୋଟା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ହେଉଛି ଡାକୋଟା । ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ । ତାସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ । 

ଗତ ଜୁଲାଇ ମାସରେ ମଧ୍ୟ ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏନେଇ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି ବୋଲି କହିଥିଲେ । ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ । ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଥିଲା । ଏହାକୁ ବିଜୁ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଥିଲେ । ଏବେ କୋଲକତା ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଅଗମ୍ୟ ସ୍ଥାନରେ ବିଜୁବାବୁଙ୍କ ଡାକୋଟା ବିମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।

ପୂର୍ବରୁ ମଧ୍ୟ ଅନେକ ଥର ଡାକୋଟା ବିମାନକୁ ଓଡ଼ିଶା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଥିବା ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଦଳର ବରିଷ୍ଠ ନେତା ତଥା ବିଧାୟକ ମନ୍ତ୍ରୀ ମାନେ ମଧ୍ୟ ଏହା କହିଛନ୍ତି । ହେଲେ ଏଯାଏଁ ତାହା ଆସିପାରିନି । କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାରିତ ହେଲା ଯେ, ବିଜୁବାବୁଙ୍କ ଡାକୋଟା ବିମାନ କାବାଡ଼ି ବାଲାଙ୍କୁ ବିକ୍ରି କରାଯିବ । କାରଣ ଓଡ଼ିଶା ସରକାର ଡାକୋଟା ଆଣିବେ ବୋଲି କହୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାଫଳରେ ତାହା ନଷ୍ଟ ହେବାକୁ ବସିଲାଣି ।