• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେପ୍‌ ଟାଉନ୍‌: ଚିତ୍ର ଆଙ୍କିବାକୁ ପ୍ରାୟ ସମସ୍ତଙ୍କୁ ଭଲଲାଗିଥାଏ । ଏକ ସୁନ୍ଦର ଚିତ୍ରକୁ ଆଙ୍କିବା ଯେତେ କଷ୍ଟ ଲାଗେ ତାକୁ ଦେଖିବାକୁ ସେତିକି ମନଲୋଭା ଲାଗିଥାଏ । ପ୍ରାୟତଃ ଚିତ୍ରକଳାକାର ମାନେ ହିଁ ବିଭିନ୍ନ ଚିତ୍ର ଆଙ୍କିଥାନ୍ତି ହେଲେ ଆପଣ କେବେ ଶୁଣିଛନ୍ତି କେହି ପଶୁ ଚିତ୍ର ଆଙ୍କିପାରେ ବୋଲି ? କଥାଟି ଟିକେ ଅଡ଼ୁଆ ଲାଗିପାରେ ହେଲେ ଏହା ଏକ୍‌ଦମ୍‌ ସତ । ଆଜ୍ଞା ହଁ ଏକ ଘୁରୁରୀ ଆଙ୍କୁଛି ଭଳିକି ଭଳି ଚିତ୍ର । କେବଳ ଚିତ୍ର ଆଙ୍କୁଛି ତାହା ନୁହେଁ ବରଂ ସେଗୁଡିକୁ ପ୍ରାୟ ଲକ୍ଷାଧିକ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି ।

Viral pig painter pigcasso painting sold for 20 lakh rupees south Africa

ଦକ୍ଷିଣ ଆଫ୍ରିକାର ଫ୍ରାଞ୍ଚୋକ୍ ଭ୍ୟାଲିରେ ଜୋଆନେ ଲେଫସନ୍ ତାଙ୍କ କଳାକାର ଘୁଷୁରୀ 'ପିଗ୍କାସୋ' ସହ ରୁହନ୍ତି । ପିଗ୍କାସୋ ଚିତ୍ର ଆଙ୍କିବା ନେଇ ଖୁବ୍‌ ଚର୍ଚ୍ଚାରେ ଥାଏ ।

Viral pig painter pigcasso painting sold for 20 lakh rupees south Africa

ଡେଲି ମେଲ ନ୍ୟୁଜ୍‌ ଏଜେନ୍ସିର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ କେପ୍‌ ଟାଉନ୍‌ର ଏକ ଆମିଷ ବଜାରରେ 'ପିଗ୍କାସୋ'କୁ କଟା ହେବାକୁ ନିଆଁଯାଉଥିଲା । ସେହି ସମୟରେ ଜୋଆନେ 'ପିଗ୍କାସୋ'କୁ ଉଦ୍ଧାର କରି ନିଜ ଫାର୍ମରେ ରଖି ପାଳିବା ଆରମ୍ଭ କରିଥିଲେ ।

Viral pig painter pigcasso painting sold for 20 lakh rupees south Africa
  • ୪୦୦ରୁ ଅଧିକ ଚିତ୍ର ଆଙ୍କିସାରିଛି ଏହି ଘୁଷୁରୀ

ଛୋଟବେଳୁ ଜୋଏନ୍ ପିଗ୍କାସୋର ଯତ୍ନ ନେଉଥିଲେ । ଦିନେ ସେ ହଠାତ୍ ପିଗ୍କାସୋର ଫାର୍ମରେ ଅଜାଣତରେ କିଛି ପେଣ୍ଟ୍ ବ୍ରସ୍ ଛାଡିଦେଇଥିଲେ । ଯାହାକୁ ନେଇ ପିଗ୍କାସୋ ଖେଳିବା ଆରମ୍ଭ କରିଥିଲା । ଏହିପରି ଭାବରେ ଘୁଷୁରୀର ପେଣ୍ଟିଂ ପ୍ରତି ଆଗ୍ରହ ହୋଇଥିଲା । ପେଣ୍ଟିଂ ପ୍ରତି ଘୁଷୁରୀର ବଢ଼ୁଥିବା ଆଗ୍ରହ ଦେଖି ମାଲିକ ଜୋଏନ୍ ପିଗ୍କାସୋର ଏହି ଚିତ୍ରକଳାକୁ ଲୋକଲୋଚନକୁ ଆଣିବେ ବୋଲି ସ୍ଥିର କରିଥିଲେ । ଯାହା ପରଠୁ ହିଁ ପିଗ୍କାସୋ ଆଙ୍କିଥିବା ପ୍ରତ୍ୟେକ ଚିତ୍ରକୁ ଜୋଏନ୍ ସୋସିଆଲ ମିଡିଆରେ ସୟାର କରିଆସୁଛନ୍ତି । ଲୋକମାନେ ପିଗ୍କାସୋର ପେଣ୍ଟିଂକୁ ଏତେ ଭଲପାଆନ୍ତି ଯେ, ଉତ୍ତମ ଦରରେ ଏହି ପେଣ୍ଟିଂଗୁଡିକ କିଣିଥାନ୍ତି । ପେଣ୍ଟିଂରୁ ଅର୍ଜିତ ଟଙ୍କା ଦ୍ୱାରା ଫାର୍ମରେ ଥିବା ଅନ୍ୟାନ୍ୟ ପଶୁଙ୍କୁ ପାଳନ କରାଯାଉଛି ।

ସୂଚନା ଅନୁସାରେ, ବର୍ତ୍ତମାନ ୫ ବର୍ଷର ପିଗ୍କାସୋର ଓଜନ ପ୍ରାୟ ୫୮୦ କିଲୋ ହୋଇଥିବାବେଳେ ସେ ଗତ ପାଞ୍ଚ ବର୍ଷରୁ ୪୦୦ରୁ ଅଧିକ ଚିତ୍ର ଆଙ୍କିସାରିଛି । ଯାହାକୁ ନେଇ ପିଗ୍କାସୋ ବେଶ୍‌ ଚର୍ଚ୍ଚାରେ ରହିଆସିଛି ।

Viral pig painter pigcasso painting sold for 20 lakh rupees south Africa
  • ୧୪ ଲକ୍ଷରେ ବିକ୍ରି ହୋଇଛି ପିଗ୍କାସୋର ‘ଶିମ୍ପାଞ୍ଜି ପେଣ୍ଟିଂ’

ନିକଟରେ ପିଗ୍କାସୋ ଏକ ନୂଆ ଚିତ୍ର ଆଙ୍କିଥିଲେ । ଏହି ଚିତ୍ରକୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଛି । ଏନେଇ ଜୋଏନ୍ କହିଛନ୍ତି ଯେ, ‘‘ ମୁଁ ଚାହୁଁଥିଲି କି ପିଗ୍କାସୋ ଏପରି ଏକ ଚିତ୍ର ଆଙ୍କୁ ଯାହା ପୂର୍ବରୁ କେବେ କେହି ପଶୁ ଆଙ୍କି ନଥିବେ । ତେଣୁ ମୁଁ ପିଗ୍କାସୋକୁ ଏକ କାନଭାସ୍ ଦେଲି ଯେଉଁଥିରେ ସେ ଏହି ସୁନ୍ଦର ଚିତ୍ରଟି ଆଙ୍କିଛି । ସୋସିଆଲ୍‌ ମିଡିଆରେ ଏହି ପେଣ୍ଟିଂର ଫଟୋ ସେୟାର କରିବାର ମାତ୍ର ୭୨ ଘଣ୍ଟା ମଧ୍ୟରେ ହିଁ ପେଣ୍ଟିଂକୁ ଜଣେ ଗ୍ରାହକ କିଣିଥିଲେ ।

ଜର୍ମାନୀର ପିଟର ଆସେର୍ ୨୦ ଲକ୍ଷରୁ ଅଧିକ ଟଙ୍କା ଦେଇ ଏହି ପେଣ୍ଟିଂ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ପୂର୍ବରୁ ପିଗ୍କାସୋ ଆଙ୍କିଥିବା ଏକ ଶିମ୍ପାଞ୍ଜି ଚିତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।