୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ ।
ନ୍ୟାୟ ପାଇବା ଲାଗି ଲୋକ ଦୌଡ଼ି ଆସୁଛନ୍ତି । କିନ୍ତୁ ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି ।
ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍ ଜାରି କରିଛନ୍ତି ।
ଚୁକ୍ତି ଅନୁଯାୟୀ, ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୧୨ କିଲୋମିଟରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବା ସହିତ, ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏବେ ପ୍ରକଳ୍ପର ଏଷ୍ଟିମେଟ ବଢି ୩ ହଜାର ୭୯୧ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି ।
ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପଲିଶ୍ରୀ ମେଳାରେ ପ୍ରବଳ ଭିଡ଼ । ଏଠି ଲୋକେ ଏତେ ମସଗୁଲ ହେଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା ହିଁ ନାହିଁ ।
ଏହି ଘଟଣାକୁ ସହଜରେ ବିଶ୍ୱାସ କରିହେବ ନାହିଁ । କିନ୍ତୁ ଘଟଣାଟି ସତ । ଜଣେ ୩୭ ବର୍ଷୀୟ ପୁରୁଷ ଜନ୍ମ ଦେଇଛନ୍ତି ପୁତ୍ର ସନ୍ତାନକୁ । ଆପଣ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିବ । ହେଲେ ଆମେରିକାରେ ରହୁଥିବା ଜଣେ କିନ୍ନରଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି । ବ୍ୟକ୍ତି ଜଣକ ତାଙ୍କ ପୁଅକୁ ଜନ୍ମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ୍ ର୍ପବର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡିକରେ ଏହି ର୍ପବକୁ ବଡ଼ଦିନ ବୋଲି କୁହାଯାଇଥାଏ ।
ଫୁଲବାଣୀ ସ୍ଥିତ କାର୍ମେଲ ଇଂଲିସ ମିଡିୟମ ସ୍କୁଲରେ ପ୍ରି-ଖ୍ରୀଷ୍ଟମାସ ପାଳନ କରାଯାଇଛି.. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉପରେ ବିଭିନ୍ନ ନାଚ, ଗୀତ ଏବଂ ବାକ୍ୟ ପରିବେଷଣ କରାଯାଇଛି.. କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହିତ କେକ କାଟି, ମିଠା ଖାଇ ପ୍ରି-ଖ୍ରୀଷ୍ଟମାସ ପାଳନ କରିଛନ୍ତି ଛାତ୍ରଛାତ୍ରୀ
ଆଜିଠୁ ଆରମ୍ଭ ହେବ ସେଲିବ୍ରେସନ.. ଧରାବତରଣ କରିବେ ଯୀଶୁ ଖ୍ରୀଷ୍ଟ..ଏଥିପାଇଁ ସଜେଇ ହେଲାଣି ଗିରିଜା ଘର..
ଏଇ ସହର ଭୂତ ପାଇଁ ଜଣାଶୁଣା । ଆବଖାଜିଆ ଦେଶର ଆକରମାରା ହେଉଛି ଘୋଷ୍ଟ ସିଟି । ଅର୍ଥାତ୍ ଭୂତଙ୍କ ସହର । ଏକଦା ଏହା ଜନଗହଳି ପୂର୍ଣ୍ଣ ଖଣିର ସହର ଥିଲା । ହେଲେ ବର୍ତ୍ତମାନ ଏହା ଏକ ଘୋଷ୍ଟ ସହର ପାଲଟିଯାଇଛି । ତଥାପି ପର୍ଯ୍ୟଟକଙ୍କ ପାଇଁ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଯାଇଛି ।
ରାଜ୍ୟରେ ୪ ଓମିକ୍ରନ୍ ଚିହ୍ନଟ ହେବା ପରେ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ ।
ତାଙ୍କ ବିଚିତ୍ର ଦୁନିଆରେ ଅନେକ ଅଦ୍ଭୁତ ରହିଛି ଯାହାକୁ ସାଧାରଣ ମଣିଷ ବୁଝିବା କଷ୍ଟକର। ଏହି ବିଚିତ୍ରତା ଭିତରେ ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି।
ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି ।
ଆମ ଦୁନିଆ ବେଶ୍ ରଙ୍ଗୀନ । କୌଣସି ସ୍ଥାନକୁ ଯଦି ବୁଲିବାକୁ ଯିବା, ତେବେ ଆଶ୍ଚର୍ଯ୍ୟ କଲାଭଳି ଅନେକ ଛୋଟ ବଡ ବିଚିତ୍ର ଜିନିଷ ମିଳିଯିବ । ଚୀନର ପୂର୍ବାଞ୍ଚଳ ସ୍ଥିତ ଫୁଜିୟାନ ପ୍ରାନ୍ତରେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜଙ୍ଗଲ ଓ ପାହାଡ ମଧ୍ୟରେ ଲୁଚି ରହିଛି । ତେବେ କଣ ହୋଇପାରେ ସେ ରହସ୍ୟ । ଚାଲନ୍ତୁ ଜାଣିବା
ଦୁଇଦିନ ଧରି ଜଙ୍ଗଲ ଭିତରେ ପଡି ରହିଥିଲା ଶିଶୁକନ୍ୟା। ନାଗ, ଅଜଗର ଆଉ ଅନ୍ୟାନ୍ୟ ଭୟଙ୍କର ଜୀବଙ୍କର ଏହା ଥିଲା ଚରାଭୂଇଁ। ତଥାପି ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ଜବଜାତ।
କୋଣାର୍କ-କାକଟପୁର ରାସ୍ତା ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ମଣ୍ଡପକୁ ବାଇକ ଧକ୍କା ଦେଇଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ଜୀବନ ଯାଇଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଉସାଙ୍କ ଜବରଦସ୍ତ ଡ୍ୟାନ୍ସିଂ ଭିଡିଓ। ଡିଜେର ତାଳେ ତାଳେ ପଡୁଛି ତାଙ୍କ ପାଦ। ତାଙ୍କ ନାଚ ଦେଖି ଯୁବକମାନେ ବି ହୋଇଯାଆନ୍ତି ଟେରା।
ଦୀର୍ଘ ୧୩୫ ବର୍ଷ ବଞ୍ଚିବା ପରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଜୀବିତ ଅବସ୍ଥାରେ ସେ ସପ୍ତାହରେ ଏକ କିଲୋ ଚକୋଲେଟ୍ ଖାଉଥିଲେ। ଏହା ବ୍ୟତୀତ ସେ ମୃତ୍ୟୁ ପର୍ଯ୍ୟନ୍ତ ସିଗାରେଟ୍ ଏବଂ ମଦ ମଧ୍ୟ ପିଉଥିଲେ।
ତାରିଣୀଙ୍କ ପୀଠରେ ନୁହଁ, ନବରଙ୍ଗପୁରର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ହୁଣ୍ଡିରେ ବି ପଡ଼ିରହିଛି ହଜାର ହଜାର ଟଙ୍କାର କଏନ୍ । ଏସବୁ କଏନ୍କୁ ବ୍ୟାଙ୍କ ନେଉନଥିବାରୁ ଅକଳରେ ପଡ଼ିଯାଇଛନ୍ତି ଏଠାକାର ପୂଜକ ।
କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି ।
ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ ।
ଢିଙ୍କିଆର ମାହଳ ଗାଁ ଲୋକେ ନୂଆ ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି । JSW ପ୍ରକଳ୍ପ ପାଇଁ ପଥ ସୁଗମ କରିବା ଲାଗି ମାହଳକୁ ଆଉ ଏକ ରାଜସ୍ୱ ଗ୍ରାମ କରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଅଜବ ଘଟଣାର ଦୃଶ୍ୟ। ଗୁଡି ଉଡଉ ଉଡଉ ନିଜେ ଉଡିଗଲେ। ଦୀର୍ଘ ୪୦ ଫୁଟ ଉପରକୁ ଯାଇ ଆକାଶରେ ଝୁଲି ରହିଲେ ଯୁବକ।