/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640436149.jpg)
Woman married ex-boyfriend who threw acid on her face
ମହିଳାଙ୍କ ପ୍ରତି ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖିଲେ ଲାଗୁଛି ଯେପରି ଅପରାଧୀମାନେ ଆଇନର ଅସହାୟତାର ସୁଯୋଗ ନେଉଛନ୍ତି। ଯଦି ଏପରି ନ ହୋଇଥାନ୍ତା ତେବେ ସେମାନେ ଅପରାଧ କରିବା ପୂର୍ବରୁ ହଜାରେ ଥର ଚିନ୍ତା କରନ୍ତେ ଓ ଆଇନକୁ ଭୟ କରନ୍ତେ। ଏପରି ଏକ ଜଘନ୍ୟ ଅପରାଧ ହେଉଛି ଏସିଡ୍ ଆକ୍ରମଣ, ଯେଉଁଥିରେ ଅନେକ ମହିଳାଙ୍କ ଜୀବନ ନଷ୍ଟ ହୋଇଯାଇଛି।
ନିକଟରେ, ତୁର୍କୀରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ​​ଏଠାରେ ଅପରାଧୀ ବିରୋଧରେ ଆଇନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଅଭିଯୋଗକାରିଣୀ ନିଜେ ଘଟଣାର ମୋଡ ବଦଳେଇଛନ୍ତି। ତାଙ୍କର ଏହି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତୁର୍କୀରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆଜିକାଲି ଇଣ୍ଟର୍ନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ୨୦ ବର୍ଷର ବର୍ଫିନ୍ ଓଜେକ ନାମକ ଜଣେ ବ୍ୟକ୍ତି ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ମହିଳା ଜଣକ ସେହି ପୁରୁଷଙ୍କୁ ବିବାହ କରି ନେଇଥିଲେ ଯିଏ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ।
୨୦୧୯ ମସିହାରେ, ବର୍ଫିନ୍ଙ୍କର ୨୩ ବର୍ଷୀୟ ପୂର୍ବତନ ପ୍ରେମିକା କାସିମ୍ ଓଜାନ୍ ସେଲ୍ଟିକ୍ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ କାରଣ ବର୍ଫିନ୍ ତାଙ୍କ ସହ ଆଉ ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ। ସେତେବେଳେ କାସିମ କହିଥିଲେ ଯେ ଯଦି ସେ ତାଙ୍କର ହୋଇପାରିବ ନାହିଁ, ତେବେ ସେ କାହାର ହୋଇପାରିବ ନାହିଁ। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ ଏବଂ ମୃତ୍ୟୁର ନିକଟତର ହୋଇଥିଲେ। ତା’ର ଚେହେରା ବହୁତ ଖରାପ ହୋଇ ଯାଇଥିଲା। ତାଙ୍କର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ସେ ଅନ୍ୟ ଆଖିରେ ମାତ୍ର ୩୦ ପ୍ରତିଶତ ଦେଖିପାରୁଥିଲେ। ଏହି ଘଟଣାକୁ ନେଇ ସେ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
କିନ୍ତୁ ଅଭିଯୁକ୍ତ ଯୁବକ ଅନୁତାପ କରିବା ଆରମ୍ଭ କଲା ପରେ ସବୁକିଛି ବଦଳିଯାଇଗଲା। ବ୍ୟକ୍ତି ଜଣକ ବାର୍ଫିନ୍ଙ୍କୁ ଅନେକ ମେସେଜ୍ ପଠାଇ କ୍ଷମା ମାଗିବାକୁ ଲାଗିଲେ। ବାର୍ଫିନ୍ଙ୍କ ହୃଦୟ ମଧ୍ୟ ତରଳିଗଲା, ତାଙ୍କ ମନରେ ଦୟାଭାବ ଆସିଲା ଏବଂ ସେ ତାଙ୍କୁ କ୍ଷମା କରିଦେଲେ। ଧିରେ ଧିରେ ଦୁହେଁ ଚିଠି ମାଧ୍ୟମରେ କଥା ହେବା ଆରମ୍ଭ କଲେ ଏବଂ ପରେ ମହିଳା ଜଣକ ପୁନର୍ବାର ତାଙ୍କୁ ପ୍ରେମ କଲେ।
ମହିଳା ଜଣକ ତାଙ୍କ ଓକିଲଙ୍କ ଜରିଆରେ ତାଙ୍କ ପ୍ରେମିକର ଦଣ୍ଡକୁ କୋହଳ କରିବାକୁ ଦାବି କରିଲେ। ଏହା ତ ସମ୍ଭବ ହେଲା ନାହିଁ, କିନ୍ତୁ ଜାମିନରେ କାସିମ ଜେଲ୍ରୁ ବାହାରିବା ମାତ୍ରେ ସେ ବାର୍ଫିନ୍ଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଦୁହେଁ ବିବାହ କରିଥିଲେ। ଏହି ବିବାହରେ ଝିଅର ବାପା ଅରାଜି ଥିଲେ। ସେ କହିଛନ୍ତି ଯେ ଝିଅ ସହ ଏପରି କରିଥିବା ବ୍ୟକ୍ତିଙ୍କୁ ସେ ବିବାହ କରିବା ଉଚିତ ନ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)