• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୩୮ ହଜାର ବର୍ଗଫୁଟର ସର୍ବବୃହତ ସଂଗ୍ରାହଳୟ

ଚୀନର ସଂଘାଇରେ ରହିଛି ବିଶ୍ୱର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ସଂଗ୍ରହାଳୟ । ୩୮ ହଜାର ବର୍ଗଫୁଟରେ ନିର୍ମିତ ଏହି ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ଉଦେଶ୍ୟରେ ଜୁଲାଇ ୧୮ ତାରିଖରୁ ଖୋଲି ଦିଆଯାଇଛି । ପ୍ରୟୋଗଶାଳ, ତାରାମଣ୍ଡଳ ଏବଂ ୭୮ ଫୁଟ ଲମ୍ବା ଟେଲିସେ୍କାପ ଏହାର ଆକର୍ଷଣର କେନ୍ଦ୍ରବିନ୍ଦୁ । ଆମେରିକୀୟ ସ୍ଥାପତ୍ୟ କମ୍ପାନୀ ଏନିଡ୍‌ ଦ୍ୱାରା ଏହାର ନିର୍ମାଣ କରାଯାଇଥିଲା । ଏହା ଅଣ୍ଡାକୃତିର ଅଟେ । ଆଉ ବେଶ୍‌ ନିଆରା ଢଙ୍ଗରେ ହୋଇଛି ଏହାର ନିର୍ମାଣ । ତେବେ ଏହାର କୌଣସି କୋଣ ନାହିଁ ।

ଏହି ପେ୍ରାଜେକ୍ଟର ମୁଖ୍ୟ ଡିଜାଇର୍ନ‌ ଥୋମାସ୍‌ ୱଙ୍ଗଙ୍କ ଅନୁଯାୟୀ, ଏହାକୁ ଏକ ସ୍ୱତନ୍ତ୍ର ଉପାୟରେ ନିର୍ମାଣ କରାଯାଇଛି । ଏହାକୁ ଯଦି ଆକାଶରୁ ଦେଖାଯାଏ, ତେବେ ଏହା ଏକ ଆଷେ୍ଟ୍ରାଲ୍ୟାବ୍‌ ଭଳି ଦୃଶ୍ୟମାନ ହୁଏ । ପର୍ଯ୍ୟଟକମାନେ ଏଠାରେ ବ୍ରହ୍ମାଣ୍ଡର ଅନୁଭୂତି ପାଇଥାଆନ୍ତି । ଏହି ସଂଗ୍ରହାଳୟରେ ୭୦ରୁ ଅଧିକ ଉଲକାପିଣ୍ଡର ନମୁନା ରହିଛି । ଏଥିମଧ୍ୟରୁ କେତେକ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରର ଚଟ୍ଟାଣରୁ ନିର୍ମିତ ବୋଲି ମଧ୍ୟ କୁହାଯାଏ । ଏହା ବ୍ୟତୀତ ୧୨୦ରୁ ଅଧିକ ଜଜ୍ଞାନ ସଂରଚନାର ଚିତ୍ର ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି ।

ଯଦି ଆପଣ କୌଣସି ଦିନ ସକାଳେ ଏହି ନୂଆ ମ୍ୟୁଜିୟମରେ ଉଠିବେ ତେବେ ଆପଣଙ୍କୁ ଲାଗିବ ଯେପରି ଆପଣ କୌଣସି ଟେକନୋଲୋଜିର ସହର, ବା ସେ୍ପସ୍‌ ଫ୍ଲିକର ହଲିଉଡ୍‌ ସେଟରେ ପହଁଚିଯାଇଛନ୍ତି । କୌଣସି କଳ୍ପନାର ଦୁନିଆରେ ପହଁଚିଗଲା ଭଳି ଅନୁଭୂତ ହେବ । କିନ୍ତୁ ଏହା କୌଣସି କଳ୍ପନା ନୁହେଁ ବରଂ ବାସ୍ତବତା ।

୪ଲକ୍ଷ ୨୦ ହଜାର ବର୍ଗଫୁଟ କମେ୍ଲକ୍ସର ପ୍ରତେ୍ୟକ ଅଂଶ ବ୍ରହ୍ମାଣ୍ଡକୁ ଦୃଷ୍ଟିରେ ରଖି ଡିଜାଇନ୍‌ କରାଯାଇଛି । ବିଶ୍ୱ ବ୍ରହ୍ମାଣ୍ଡ ସମ୍ପର୍କରେ ଇଣ୍ଟ୍ରେଷ୍ଟ ଥିବା ଲୋକମାନଙ୍କ ପାଇଁ ଏହି ସ୍ଥାନଟି ପରଫେକ୍ଟ ଡେଷ୍ଟିନେସନ୍‌ ହୋଇପାରିବ । ବୈଜ୍ଞାନିକମାନେ କୁହନ୍ତି ଯେ, ଏହା ବ୍ରହ୍ମାଣ୍ଡର ଜ୍ୟାମିତି ପରି । ଏଠାରେ ସବୁଠାରୁ ଖାସ୍‌ କଥା ହେଉଛି ବ୍ରହ୍ମାଣ୍ଡର ପ୍ରତ୍ୟେକ ବିଷୟବସ୍ତୁର ଭିଜୁ‌ଆଲ୍‌ ଏକ୍ସପେରିଏନ୍ସକୁ ଡିଜାଇନରେ କନଭର୍ଟ କରିବା ।

ଏହି ମ୍ୟୁଜିୟମର ୩ଟି ମୁଖ୍ୟ ସ୍ଥାପତ୍ୟ ରହିଛି । ଓକୁଲସ୍‌, ଓଲଟା ଡୋମ୍‌ ଏବଂ ସେ୍ର୍ପ‌ । ଏହାକୁ ସୂର୍ଯ, ଚନ୍ଦ୍ର ଓ ତାରାଗଣ ସହ ତୁଳନା କରାଯାଏ । ତେବେ ଏହି ସ୍ଥାନଟି ଅଣ୍ଡା ଆକାରର ହୋଇଥିବା କାରଣରୁ ଏହାର କୌଣସି କୋଣ ନାହିଁ । ଆଉ ଏହାର ରୁଫ ଟଫ୍‌ ମଧ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଆକାଶ ମାର୍ଗରୁ ଏହା ଦୁଇଟି ବିଶାଳକାୟ ପର ଭଳି ମନେଦୁଏ ।