• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କିଣାରେ ସମସ୍ୟା ଦେଖାଦେଇଛି । ବିନିକା ଓ ଡୁଙ୍ଗୁରିପାଲିରେ ନଭେମ୍ବର ମାସରୁ ଓ ତରଭା, ସୋନପୁର, ଉଲୁଣ୍ଡା ଏବଂ ବୀରମହାରାଜପୁରରେ ଡିସେମ୍ବର ୧୩ରୁ ଧାନ କିଣା ଆରମ୍ଭ ହୋଇଛି । ହେଲେ ମଣ୍ଡିରେ ସରକାରୀ ନିୟମ ଉଲ୍ଲଂଘନ କରି କଟନୀଛଟନୀ କରାଯାଉଛି । ତା ଛଡ଼ା ମିଲର୍ସମାନେ ଧାନ ଉଠାଉନଥିବାରୁ ସମସ୍ୟା ବଢ଼ିଯାଇଛି ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତରଭା ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖୁଥିବା ବେଳେ ଚାଷୀମାନେ ତାଙ୍କ ଘେରାଉ କରି କଟନୀଛଟନୀ ସଂପର୍କରେ ଅଭିଯୋଗ କରିଥିଲେ ମନ୍ତ୍ରୀ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କଟନୀ ଛଟନୀର ତଦାରଖ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମିଲର୍ସଙ୍କୁ ବି ଚେତାବନୀ ଦେଇଛନ୍ତି । କଟନି ଛଟନି କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଫୋନରେ ମିଲ୍ ମାଲିକଙ୍କୁ ଧମକ ଦେଇଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ ମାୟାବର୍ହା ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । ଶୀତ କାକରରେ ୧୫ ଦିନ ହେଲାଣି ଅମଳ ଧାନର ଜଗୁଆଳୀ ସାଜିଛି ଚାଷୀ । ପାଲ ଘୋଡାଇ ଧାନ କିଣା ତାରିଖକୁ ଅନାଇ ରହିଛି । ଟୋକନ ମିଳିସାରିଛି, ହେଲେ ମଣ୍ଡିକୁ ଆସୁନାହାଁନ୍ତି ମିଲର । ଖୋଲା ଆକାଶ ତଳେ ଗଦା ହୋଇ ରହିଛି ୨ ହଜାରରୁ ଅଧିକ ବସ୍ତା ଧାନ ।

ସେପଟେ ଧାନର ଅଭାବୀ ବିକ୍ରି ଓ ମିଲ୍ ମାଲିକଙ୍କ ଦ୍ୱାରା କଟନୀ ଛଟନୀ ହେଉଥିବା ଅଭିଯୋଗ ଆଣି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ଧାରଣା ଦେଇଛନ୍ତି । ଆଗକୁ ଧାନ ସଂଗ୍ରହ ବ୍ୟବସ୍ଥା ବ୍ୟବସ୍ଥିତ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଚାଷୀ ଚେତାବନୀ ଦେଇଛନ୍ତି ।