• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଠିକ୍‌ ଏହିପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ କୁକୁଡାଟି ଏକ କୁକୁର ଛୁଆକୁ ସ୍ନେହ ମମତାର ସହ ଆପଣାଉଥିବାର ଦେଖିବାକୁ ମିଳିଛି ।

୧୫ ସେକେଣ୍ଟର ଏହି ଭାଇରାଲ୍‌ ଭିଡିଓକୁ ଦେଖିବା ମାତ୍ରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଫୁଟିଯିବ । ଏମିତିକି ଏହି ସୁନ୍ଦର ଭିଡିଓଟି ଦେଖି ଆପଣଙ୍କ ଦିନ ବନିଯାଇପାରେ ।

ଏହି ଭିଡିଓ ଟ୍ୱିଟରର ଗେଟଭାଇରାଲଭିଡିଓ ( @GetViralVideo ) ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ କୁକୁଡ଼ା ଏବଂ କୁକୁର ମଧ୍ୟରେ ସ୍ନେହର ବନ୍ଧୁତାକୁ ଦେଖିବାକୁ ମିଳିଛି । ଭିଡିଓରେ ଦୁହେଁ ଏକାଠି ଖେଳୁଥିବା ବୁଲୁଥିବାର ଦେଖିବାକୁ ମିଳିଛି । ଏପରିକି କୁକୁରଟି କୁକୁଡ଼ା ଉପରେ ବସି ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । କେତେବେଳେ କୁକୁଡାଟି ଡେଣା ବିସ୍ତାର କରି କୁକୁର ଛୁଆକୁ ପାଖରେ ରଖୁଥିଲା ତ ଆଉ କେତେବେଳେ ଉଭୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି ।

ସେୟାର ହୋଇଥିବା ଭିଡିଓରେ ଲେଖାଯାଇଛି ଯେ, “ବେଳେବେଳେ ଆଲିଙ୍ଗନ ହେଉଛି ଉତ୍ତର, ଯେତେବେଳେ ପ୍ରଶ୍ନଟି ଅଜ୍ଞାତ ହୁଏ” ଯାହାର ଅର୍ଥ ହେଉଛି ବେଳେବେଳେ କେବଳ ଗୋଟିଏ ଆଲିଙ୍ଗନ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇପାରେ । ସେହି ସମୟରେ ଯେତେବେଳେ ଆପଣ ପ୍ରଶ୍ନଟି କ’ଣ ଜାଣି ନାହାଁନ୍ତି। ୧୫ ସେକେଣ୍ଡର ଏହି ଭିଡିଓକୁ ପ୍ରାୟ ଅନେକ ଲୋକ ଦେଖିବା ସହ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି ।