• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Time
ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ତାଲିବାନୀ ନେତା ବରାଦର୍

ପ୍ରକାଶ ପାଇଛି ବିଶ୍ୱର ପ୍ରଭବଶାଳୀ ବ୍ୟକ୍ତି ତାଲିକା। ଦୁନିଆର ୧୦୦ ଜଣ ପ୍ରଭାବଶୀଳୀ ବ୍ୟକ୍ତିଙ୍କ ନାଁ ତାଲିକାରେ ରହିଛି। ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁ ଥିବା ବେଳେ ଆଫଗାନିସ୍ତାନର ନୂଆ ଉପପ୍ରଧାନମନ୍ତ୍ରୀ ତଥା ତାଲିବାନ ସହ-ସଂସ୍ଥାପକ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାଁ ବି ରହିଛି

taliban
ଟ୍ରେଜେରୀ ଖାଲି: ତାଲିବାନୀ ମାନେ ଦେଶ ଚଳାଇବେ କେମିତି?

ନିଜେ ଖୋଳିଥିବା ଗାଡ଼ରେ ଏବେ ନିଜେ ପଡ଼ିବ ତାଲିବାନ। ଆଫଗାନିସ୍ତାନରେ କ୍ଷମତା ସିନା ମାଡି ବସିଲେ, ତେବେ କେମିତି ଦେଶ ଚଳାଇବେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ। କାହିଁକି ନା ପ୍ରଶାସନ ପାଇଁ ଦରକାର ବିପୁଳ ଅର୍ଥ ମାତ୍ର ଆଫଗାନିସ୍ତାନର ଟ୍ରେଜେରୀ ଖାଲି

Taliban
ଆଫଗାନ୍‌ ସ୍ଥିତି ସଙ୍ଗୀନ: ଘର ଜିନିଷ ବିକି ଗଣ୍ଡେ ଖାଇବାକୁ ଚେଷ୍ଟା କରୁଛନ୍ତି ଲୋକେ

ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନ। ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ପୂରା ଦେଶରେ ଖେଳି ଯାଇଛି ହାହାକାର। ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି

Dolphins Slaughtered
ପରମ୍ପରା ପାଇଁ ମାରିଲେ ୧୪୨୮ ନୀରିହ ଡଲ୍‌ଫିନ୍‌

ପରମ୍ପରା ପାଇଁ ଡଲ୍‌ଫିନ୍‌ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ବରଂ ହଜାର ହଜାର ଡଲ୍‌ଫିନ୍‌ଙ୍କର ହତ୍ୟା । ଡେନ୍‌ମାର୍କ ସ୍ଥିତ ସ୍ୱାମିତ୍ୱରେ ପରମ୍ପରା ପୂରଣ କରିବା ପାଇଁ ପ୍ରାୟ ୧୪୨୮ ଟି ଡଲଫିନ୍‌କୁ ହତ୍ୟା କରାଯାଇଛି । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିଛି । ସମୁଦ୍ର କୂଳରେ ମରି ପଡିଥିବା ମୃତ ଡଲ୍‌ଫିନ୍‌ଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ପୂରା ସମୁଦ୍ରର ପାଣି ରକ୍ତରେ ଲାଲ ହୋଇଯାଇଥିବାବେଳେ ସମସ୍ତେ ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ନିନ୍ଦା କରିବା ସହ ଏପରି ପୂରାତନ ପରମ୍ପରାକୁ ଘୃଣା କରୁଛନ୍ତି ।

ଭାରତର ଅଗ୍ନି -୫ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଏବେ ଚିନ୍ତାରେ ଚୀନ୍‌
ଭାରତର ଅଗ୍ନି -୫ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ବଢିଲା ଚୀନ୍‌ର ଚିନ୍ତା ; ଶାନ୍ତିର କଥା କହିଲା ଡ୍ରାଗନ

ଚିନ୍ତାରେ ପଡିଛି ଚୀନ୍‌ । ଭାରତର ଅଗ୍ନି-୫ ମିଶାଇଲର ପରୀକ୍ଷଣ ବିଷୟରେ ଜାଣି ଅସ୍ତବ୍ୟସ୍ତ ହୋଇପଡିଲାଣି ଡ୍ରାଗନ୍‌ । ଏବେ ଦେଇଛି ଶାନ୍ତି ପ୍ରସ୍ତାବ। ଅଗ୍ନି-୫ର ପରୀକ୍ଷା ପାଇଁ ଭାରତ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି । ଏହି ବିଷୟରେ ଅବଗତ ହେବା ପରେ ଚୀନ୍‌ କହିଛି, ଦକ୍ଷିଣ ଏସିଆର ସବୁ ଦେଶମାନଙ୍କୁ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖି କାମ କରିବା ଆବଶ୍ୟକ ।

Biden in Taliban Look
ସାମ୍ନାକୁ ଆସିଲା ବାଇଡେନଙ୍କ ତାଲିବାନ ଅବତାର

ଆଫଗାନିସ୍ତାନ ଆଜି ତାଲିବାନୀଙ୍କ କବ୍‌ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରବା ପରେ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛନ୍ତି। ତାଲିବାନୀ ଆତଙ୍କରେ ଥରହର ହେଉଛନ୍ତି ଆଫଗାନବାସୀ। ଏଥିପାଇଁ ବାଇଡେନଙ୍କୁ ଦୋଷ ଦେଇ ତାଲିବାନ ବେଶରେ ସଜାଇଲେ ଆମେରିକାବାସୀ।

space science
ମହାକାଶ ବିଜ୍ଞାନରେ ଆଉ ଏକ ମାଇଲଖୁଣ୍ଟ; ପ୍ରଥମ ଥର ପୃଥିବୀ କକ୍ଷରେ ପହଞ୍ଚିଲେ ୪ ସାଧାରଣ ମଣିଷ

ମହାକାଶ ସୀମା ଲଙ୍ଘିବାକୁ ମଣିଷର ଉଦ୍ୟମରେ ଲାଗିଲା ଆଉ ଏକ ଡେଣା। ପେସାରେ ଆଷ୍ଟ୍ରୋନଟ ହୋଇନଥିଲେ ବି ପୃଥିବୀର କକ୍ଷ ପଥରେ ପହଞ୍ଚିଛନ୍ତି ୪ ଜଣ ସାଧାରଣ ଲୋକ। ଏଲୋନ ମସ୍କଙ୍କ ସ୍ପେସ-ଏକ୍ସ କଂପାନୀର ଫାଲକନ୍-୯ ରକେଟରେ ଏମାନେ ମହାକାଶ ଯାତ୍ରା କରିଛନ୍ତି

Man life
ଅମର ହୋଇଯିବ କି ମଣିଷ?

ସତରେ ଆଉ କଣ ମରିବ ନାହିଁ ମଣିଷ? ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? କାରଣ ଆମେ ସମସ୍ତେ ଜାଣନ୍ତି ଜନ୍ମ ହୋଇଛନ୍ତି ମାନେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଏପରି ଖବର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା

security pact
ଚୀନ୍‌ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ

ଡ୍ରାଗନ୍ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ 'AUKUS' ରଖାଯାଇଛି

Imran Khan
ହକ୍କାନୀ ନେଟୱର୍କକୁ ପାକ୍‌ର ଖୋଲାଖୋଲି ସମର୍ଥନ

'ହକ୍କାନୀ ନେଟୱର୍କକୁ ଆମେରିକା କେବେ ବୁଝିନି ବୋଲି ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି । ହକ୍କାନି ନେଟୱର୍କର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବା ପାଇଁ ସେ କହିଛନ୍ତି, 'ହକ୍କାନୀ ପାକିସ୍ତାନର ପ୍ରଶୁନ୍ ଜନଜାତି । ଏହି ଲୋକମାନେ ମୁଜାହିଦ୍ଦିନ ଥିଲେ, ଯେଉଁମାନେ ସୋଭିଏତ୍ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ ।

Corona Virus
ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ ଓ କଲେଜ୍‌ ବନ୍ଦ କଲେ ସରକାର

ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ। ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି। ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଂଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି। ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ସହ ଲୋକଙ୍କୁ କୌଣସି ବି ପରିସ୍ଥିତିରେ ନିଜ ନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି।

Imran Khan
ପୂର୍ବତନ ଆଫଗାନିସ୍ତାନ ସରକାରଙ୍କ ସହ ମିଶି ପାକିସ୍ତାନରେ ଭାରତ ଆତଙ୍କୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ଇମ୍ରାନ୍

ଇମ୍ରାନ ଖାନ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଭାରତରେ ବାରମ୍ବାର ଆତଙ୍କୀ ଆକ୍ରମଣ ଘଟାଉଥିବା ପଡ଼ୋଶୀ ଦେଶ ଓଲଟା କଥା କହୁଛି । ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏ ପକ୍ଷରୁ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି, ଆଫଗାନିସ୍ତାନର ପୂର୍ବ ସରକାର ସହିତ ମିଶି ଅତୀତରେ ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ ଘଟାଇଛି ଭାରତ ।

Kim Jong Un and Kim Yo-jong
ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଧମକ ଦେଲେ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ : ଦ୍ୱିପାକ୍ଷିକ ସମ୍ପର୍କ ଶେଷ କରିବାକୁ ଚେତାବନୀ

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ କିମ ୟୋ ଜୋଙ୍ଗଙ୍କ ଖୋଲା ଚ୍ୟାଲେଞ୍ଜ । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ ବୁଧବାର ଦିନ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆଲୋଚନା କରିବା ପରେ ସିଧାସଳଖ ଧମକ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଶେଷ କରିଦେବାକୁ ସେ ଚେତାବନୀ ଦେଇଛନ୍ତି ।

Taliban
ତାଲିବାନୀଙ୍କଠାରୁ ଦୟା ଆଶା କରିବା ବୃଥା

କାବୁଲର ବିଚ୍ ରାସ୍ତାରେ ମହିଳାଙ୍କ ଉପରେ ଚାବୁକ୍ ଓ ଲାଠି ବର୍ଷା ଏମିତି ଚିତ୍ରକୁ ଦେଖିଲେ ଲାଗୁଛିକି ବଦଳି ଯାଇଛି ତାଲିବାନ? ନବେ ଦଶକ ଓ ବର୍ତ୍ତମାନର ତାଲିବାନ ଭିତରେ ଜଣାପଡୁନି ଫରକ ?

Most Evil Criminal Iqbal
ଶହେ ବାଳକଙ୍କ ସହ ଅନୈତିକ ସଂପର୍କ ରଖି ହତ୍ୟା କରିଥିଲା ଇକବାଲ

ଅପରାଧ କରୁଥିବା ଲୋକ ସବୁବେଳେ ଭାବେ ଯେ ସେ ନିରାପଦ। ସେ କେବେ ବି ଧରାପଡିବ ନାହିଁ। ତେବେ ଏହି ଆତ୍ମବିଶ୍ୱାସ ନେଇ ସେ ଏଭଳି କିଛି କରିବସେ ଯାହା ତା’ର ଅପରାଧ ଦୁନିଆର ଅନ୍ଧାରକୁ ପ୍ରକାଶିତ କରିଦିଏ। ଏଭଳି ଭାବିଥିଲା ପାକିସ୍ତାନରେ ରହୁଥିବା ଜାଭେଦ ଇକବାଲ୍। ଜାଭେଦକୁ ପାକିସ୍ତାନର ସବୁଠାରୁ ବଡ ଅପରାଧୀ କୁହାଯାଉଥିଲା। ଇକବାଲ୍‌ ଉପରେ ଶହେ ବାଳକଙ୍କ ସହ ଯୌନ ସଂପର୍କ ରଖିବା ଓ ସେମାନକୁ ହତ୍ୟା କରିବା ଅଭିଯୋଗ ଥିଲା।

  • Wednesday, 15 September 2021
  • Crime
taliban rejected pakistan proposal
ଲାଗୁ ହେବ ଶାରିଆ ଆଇନ୍, ଚୋରି କଲେ ହାତ କାଟ୍ , ଅବୈଧ ସମ୍ପର୍କ ରଖିଲେ ପଥରମାଡ

ଚୋରି କଲେ କଟାଯିବ ହାତ , ଅବୈଧ ସମ୍ପର୍କ ରଖିଲେ ପଥରମାଡ କରି ହତ୍ୟା। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ସହ ପୁଣି ଫେରିବାକୁ ଯାଉଛି ପୂର୍ବର ସେହି ଆତଙ୍କୀ। ମିନିଷ୍ଟ୍ରି ଅଫ୍ ପ୍ରୋପାଗେସନ ଅଫ୍ ଭଚ୍ୟୁ ଆଣ୍ଡ ପ୍ରିଭେନସନ୍ ଅଫ୍ ଭାଇସ ନାମକ ଏହି ମନ୍ତ୍ରଣାଳୟକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା

Mosquitoes
ମଶା ତିଆରି ଫ୍ୟାକ୍ଟ୍ରି ନିର୍ମାଣ କରୁଛି ଚାଇନା, ଛାଡ଼ିବ ବିଶାକ୍ତ ମଶା

ଚୀନର ଦକ୍ଷିଣାଞ୍ଚଳ ଗୁଆଙ୍ଗଝୋଉରେ ମଶା ଉତ୍ପାଦନ ଫ୍ୟାକ୍ଟ୍ରି ହୋଇଛି। ମଶାଙ୍କୁ ଉପନ୍ନ କରିବାରେ ଚାଇନାର ଏହି ଫ୍ୟାକ୍ଟ୍ରି ଦୁନିଆରେ ସବୁଠୁ ବଡ଼ ଫ୍ୟାକ୍ଟ୍ରି ବୋଲି କୁହାଯାଉଛି। ୩ ହଜାର ୫୦୦ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଫ୍ୟାକ୍ଟ୍ରିରେ ୪ଟି ବଡ଼ ୱାର୍କଶପ ରହିଛି। ପ୍ରତି ୱାର୍କଶପରୁ ପ୍ରତି ସପ୍ତାହରେ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି। ୪ଟି ୱାର୍କ ସପରେ ପ୍ରାୟ 2 କୋଟି ମଶା ଉତ୍ପାଦନ କରାଯାଉଛି।

talibans  leaders absent from public eye
କୁଆଡେ ଗଲେ ତାଲିବାନର ଏଇ ଦୁଇ ବରିଷ୍ଠ ନେତା ? ନିଖୋଜ ନା ମୃତ ?

ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା  ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି। 

taliban kidnapped indian origin
ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଲେ ତାଲିବାନ

ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍‌ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି।

Joe Biden
ଆଫଗାନିସ୍ତାନ୍‌କୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଆମେରିକା

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇବ ଆମେରିକା । ତାଲିବାନ ସରକାର ଗଠନ ପରେ ଆମେରିକା ଆଫଗାନ୍ ବାସୀଙ୍କୁ ଆର୍ଥିକ ସହାୟତା କରିବ ବୋଲି ଘୋଷଣା କରିଛି ବାଇଡେନ୍ ପ୍ରଶାସନ । ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ଆଫଗାନିସ୍ତାନକୁ ଆର୍ଥିକ ସହାୟତା କଥାକୁ ସ୍ପଷ୍ଟ କରିଛନ୍ତି

Japan’s Foreign Ministry
ଛଅ ଦେଶରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ! ନାଗରିକଙ୍କ ପାଇଁ ଆଲର୍ଟ ଜାରି କଲା ଜାପାନ୍

ଦକ୍ଷିଣ ଏସିଆର ୬ଟି ଦେଶକୁ ଆତ୍ମଘାତୀ ଆକ୍ରମଣ ଆଶଙ୍କା । ଜାପାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଦିନ ନିଜ ନାଗରିକମାନଙ୍କୁ ଦକ୍ଷିଣ ଏସିଆର ୬ଟି ଦେଶରେ ଧାର୍ମିକ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି । ଏହି ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି

Thousands Of Afghans At Pak Border
ପାକିସ୍ତାନ ସୀମାରେ ଆଫଗାନୀ ନାଗରିକଙ୍କ ପ୍ରବଳ ଭିଡ଼ : ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର

ତାଲିବାନୀ ଶାସନ ଭୟ, କୌଣସି ମତେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ଆଫଗାନ୍ ନାଗରିକ । ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଜାରି ରହିଛି ଦେଶ ଛାଡ଼ିବା ଅଭିଯାନ । ଏବେ ବି ଶହ ଶହ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ପ୍ରତିଦିନ ପାକିସ୍ତାନ ସୀମାରେ ପହଞ୍ଚୁଛନ୍ତି । ଏହାର ଏକ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି ।

Marriage
୧୭ ପିଲାର ଜେଜେ ମା’ ହେବା ପରେ ବି ୨୪ ବର୍ଷୀୟ ଯୁବକଙ୍କୁ କଲେ ବିବାହ

ଶେରିଲ ଏବଂ କୁରାନଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଉପଭୋକ୍ତା ମାନେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କିନ୍ତୁ ଏସବୁ ତାଙ୍କ ବୈବାହିକ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦମ୍ପତିଙ୍କ ପକ୍ଷରୁ କୁହାଯାଇଛି।

taliban rejected pakistan proposal
ପାକିସ୍ତାନକୁ ତାଲିବାନି ଝଟ୍‌କା; ଆଫଗାନିସ୍ତାନରେ ଚାଲିବନି ପାକ୍‌ ରୁପି

ତାଲିବାନକୁ ହାତ କରି ଆଫଗାନିସ୍ତାନରେ ନିଜର ରାଜ ଚଳାଇବା ପାଇଁ ମସୁଧା କରିଥିବା ପାକିସ୍ତାନର ଚାଲ ଫସର ଫାଟି ଯାଇଛି। ତାଲିବାନିଙ୍କୁ ସହାୟତାର ହାତ ବଢାଇ ସେଠିକାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ଯୋଜନା ରଖିଥିଲା। ହେଲେ ପାକିସ୍ତାନର ଏପରି ପ୍ରସ୍ତାବକୁ ତାଲିବାନ ଅଗ୍ରାହ୍ୟ କରି ଦେଇଛି।

Afgan Women
ତାଲିବାନର ଦୁଇ ରୂପ: ନିଜେ ମଉଜମସ୍ତି କରୁଛି, ମହିଳାଙ୍କ ଉପରେ କଟକଣା ଲଗାଉଛି

ତାଲିବାନ ସରକାରରେ କୌଣସି ମହିଳାଙ୍କୁ ସ୍ଥାନ ମିଳିନଥିବା ବେଳେ ସେମାନଙ୍କ କାମ କରିବା ଉପରେ ବି କଟକଣା ଲଗାଇଛି ତାଲିବାନ। ତେବେ ଅନେକ ମହିଳା ତାଲିବାନର ନିର୍ଦ୍ଦେଶ ଅମାନ୍ୟ କରି କାମକୁ ଯାଉଥିବା ଦେଖିବାକୁ ମିଳୁଛି। ସେପଟେ ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଆଫଗାନିସ୍ତାନର ବରିଷ୍ଠ ଆଦିବାସୀ ନେତାଙ୍କୁ ଭେଟିଛନ୍ତି। ମହିଳା ଓ ସଂଖ୍ୟାଲଘୁକୁ ସାମିଲ କରି ତାଲିବାନ ଏକ ଇନକ୍ଲୁସିଭ୍ ସରକାର ଗଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।