• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରସନ୍ନ ହେଲେ ମା’ ଲକ୍ଷ୍ମୀ, ଭାଗ୍ୟ ବଦଳାଇ ଦେଲା ଲଟେରୀ । ଜଣେ ପ୍ରବାସୀ ଭାରତୀୟ ମହିଳା ଆବୁଧାବିରେ କୋଟି କୋଟି ଟଙ୍କାର Big Ticket Lottery ଜିତିଛନ୍ତି । ମିଡିଆ ରିପୋର୍ଟରେ ଅନୁସାରେ କେରଳର ଥ୍ରିସୁରର ବାସିନ୍ଦା ଲୀନା ଜଲାଲ ନାମକ ଜଣେ ମହିଳା ବିଗ୍ ଟିକେଟ୍ ଆବୁଧାବି ସାପ୍ତାହିକ ଡ୍ରରେ ୨୨ ମିଲିୟନ୍ ଧୀରମ୍ (ପ୍ରାୟ ୪୪.୭୫ କୋଟି ଟଙ୍କା) ଜିତିଛନ୍ତି ।

ଲଟେରୀ ଜିତିଥିବା ଭାରତୀୟ ମହିଳା ଲୀନା ଜଲାଲ । ଫେବୃଆରୀ ୩ରେ ଲଟେରୀ ଘୋଷଣା ହୋଇଛି । ମହିଳାଙ୍କ ଟିକେଟ୍ ନମ୍ବର ଥିଲା 144387 । ଜଲାଲ ଆବୁଧାବିରେ ଜଣେ HR ପ୍ରଫେସନାଲ୍ ଭାବରେ କାର୍ଯ୍ୟ କରନ୍ତି । ତେବେ ଏତେ ଟଙ୍କା ପାଇବା ପରେ ଲୋଭାନ୍ୱିତ ହୋଇପଡ଼ି ନାହାନ୍ତି ମହିଳା ଜଣକ । ୧୦ ଜଣଙ୍କ ସହ ଲଟେରୀ ଟଙ୍କା ଭାଗ କରିବେ ଓ ସେ ଦାନ ପାଇଁ କିଛି ଟଙ୍କା ଦାନ କରିବାକୁ ମଧ୍ୟ ଯୋଜନା କରିଛନ୍ତି । ଜଲଲ ଗଲ୍ଫ ନ୍ୟୁଜକୁ କହିଛନ୍ତି, "ମୋ ପାଖରେ କହିବାକୁ ଶବ୍ଦ ନାହିଁ। ମୁଁ କ’ଣ କହିବି ଜାଣି ପାରୁନି । ମୁଁ ଖୁସି ଏବଂ କୃତଜ୍ଞ।"

ତେବେ ଜଲାଲଙ୍କ ବ୍ୟତୀ ଫେବୃଆରୀ ୩ରେ କେରଳର ଆଉ ଜଣେ ମହିଳା ମଧ୍ୟ ବମ୍ପର ପୁରସ୍କାର ଜିତିଛନ୍ତି । କେରଳର ଅନ୍ୟ ଏକ NRI ମହିଳା ୧୦ ଲକ୍ଷ ଧୀରମ୍ ଅର୍ଥାତ୍ ପ୍ରାୟ ୨.୦୩ କୋଟି ଟଙ୍କା ଜିତିଛନ୍ତି । ସେ ମାଲାପୁରାମ ଜିଲ୍ଲାର ହୋଇଥିବା ବେଳେ ସେ ମଧ୍ୟ ପୁରସ୍କାର ରାଶି ଅନ୍ୟ ୨୯ ଜଣଙ୍କ ସହ ବାଣ୍ଟିବେ ବୋଲି ଜଣାପଡ଼ିଛି । ସେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି । ଏହାବ୍ୟତୀତ ବାପାମା’ଙ୍କୁ କିଛି ଟଙ୍କା ଦେବେ ଏବଂ ସନ୍ତାନର ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରିବେ ବୋଲି ସେ କହିଛନ୍ତି ।

ସେହିପରି ଗତ ବର୍ଷ ଦୁବାଇରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା କେରଳର ଜଣେ ବ୍ୟକ୍ତି ୟୁଏଇର ଲକି ଡ୍ରରେ ପ୍ରାୟ ୪୦ କୋଟି ଟଙ୍କା ଜିତିଥିଲେ । ରଞ୍ଜିତ ସୋମାରଜନ ଏବଂ ତାଙ୍କର ୯ ସହଯୋଗୀଙ୍କୁ ମିଳିତ ବିଜେତା ଘୋଷିତ କରାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now