/odishatv-khabar/media/post_attachments/uploadimage/library/16_9/16_9_0/spider_man_1644723238.jpg)
spider man
ସ୍ପାଇଡର୍ ମ୍ୟାନକୁ କିଏ ବା ନଜାଣେ । ପିଲା ଠାରୁ ଯୁବପୀଢ଼ି ସମସ୍ତଙ୍କର ସୁପରହିରୋ । ବଡ ପରଦା ହେଉ କି ଛୋଟ ପରଦା ସବୁଥିରେ ସ୍ପାଇଡର୍ ମ୍ୟାନକୁ ବି ଦେଖିଥିବେ। ଏମିତି କି ଛୋଟ ପିଲାକୁ ସ୍ପାଇଡର୍ ମ୍ୟାନ ନାଁ କହିଦେଲେ ତା ମନ ଖୁସିରେ ଭରିଯାଏ। କିନ୍ତୁ ପ୍ରକୃତରେ ଯଦି ସ୍ପାଇଡର୍-ମ୍ୟାନ ଆପଣଙ୍କ ଆଗକୁ ଆସିଯାଏ, ତାହେଲେ କଣ ହେବ ଥରେ ଭାବନ୍ତୁ। ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ସ୍ପାଇଡର ମ୍ୟାନ ଭଳି ଅତି ସହଜରେ କୋଠା ଉପରକୁ ଚଢ଼ି ଯାଉଛି।
ଭାଇରାଲ ହେଉଥିବା ଭିଡିଓକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ଭିଡିଓଟିରେ ଜାର୍ଜ ନାମକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି । ବ୍ୟକ୍ତି ଜଣକ ବୁଲଗାରିଆର ବାସିନ୍ଦା ଥିବା ବେଳେ ସେ ଅଗ୍ନିଶମ ବିଭାଗରେ କାମ କରନ୍ତି। ଭିଡିଓରେ ବ୍ୟକ୍ତି ଜଣକ ହାତରେ ଏକ ଶିଡ଼ି ଧରି ତିନି ମହଲା କୋଠା ଉପରକୁ ଆଖି ପିଛୁଳାକେ ଚଢ଼ି ଯାଉଛନ୍ତି। ଯିଏ ଏହି ଭିଡିଓ ଦେଖୁଛି, ସେ କହୁଛି ସତରେ ଏ ଜଣକ ‘ସ୍ପାଇଡର୍-ମ୍ୟାନ୍’।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏମିତିକି ଏହି ଭିଡିଓ ଦେଖି ଅନେକ ଜାର୍ଜଙ୍କ ଏଭଳି କାମକୁ ବହୁତ ପ୍ରଶଂସା କରୁଛନ୍ତି। କେତେକ ଭିଡିଓଟିକୁ ଦେଖିବା ପରେ ଲେଖିଛନ୍ତି, ‘ପ୍ରକୃତରେ ଏହି ବ୍ୟକ୍ତି’ ସ୍ପାଇଡର୍-ମ୍ୟାନ୍ ‘ଭୂମିକାରେ ଅଭିନୟ କରିବା ଉଚିତ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)