• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁରୋପରୁ ଟଳିବ କି ଯୁଦ୍ଧ ବିପଦ ?ୟୁକ୍ରେନ ବିବାଦର ହେବ କି ଶାନ୍ତିପୂର୍ଣ୍ଣ ସମାଧାନ । ଋଷ ୟୁକ୍ରେନ୍ ସୀମାରେ ମୁତୟନ ସୈନ୍ୟଙ୍କୁ ଫେରାଇ ନେଉଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିବା ପରେ ସୃଷ୍ଟି ହୋଇଛି । ଏଭଳି ସମ୍ଭାବନା କୁଟନୈତିକ ଆଲୋଚନା ଦ୍ୱାରା ୟୁକ୍ରେନ ବିବାଦର ସମାଧାନ ନେଇ ପୁତିନ ଇଙ୍ଗିତ ଦେଇଛନ୍ତି । ତେବେ ଆମେରିକା ଓ ପଶ୍ଚିମ ଗଣମାଧ୍ୟମ ଋଷ କଥାରେ ବିଶ୍ୱାସ କରୁନାହାନ୍ତି ।ୟୁକ୍ରେନ ସୀମାରେ ଏବେବି ବି ଲକ୍ଷାଧିକ ଋଷି ସୈନ୍ୟୁ ମୁତୟନ ଥିବା ବେଳେ ଟ୍ୟାଙ୍କ, ଫାଇଟର ଜେଟ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପୂର୍ବଭଳି ରହିଥିବା ନୂଆ ସାଟେଲାଇଟ୍ ଚିତ୍ର ଆଧାରରେ କୁହାଯାଇଛି ପୁତିନ୍ । କେତେବେଳେ ବି ୟୁକ୍ରେନ ଅଧିକାର ଲାଗି ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକା ଓ ଏହାର ସହଯୋଗୀ ଆଶଙ୍କା କରୁଛନ୍ତି । ତେବେ ଋଷ ଏଭଳି ଆଶଙ୍କାକୁ ଦୃଢ଼ ଭାବେ ଖଣ୍ଡନ କରିଛି ।

ୟୁକ୍ରେନ୍ ସୀମାରୁ ରୁଷ ନିଜ ସୈନ୍ୟ ପ୍ରତ୍ୟାହାର କରୁଥିବା କହିବା ପରେ ଯୁଦ୍ଧକୁ ନେଇ ଯେଉଁ ଆଶଙ୍କା ଥିଲା ତାହା ହଟିବା ଭଳି ଲାଗୁଛି । କାରଣ ସୈନ୍ୟ ପ୍ରତ୍ୟାହର କରି ଋଷ ରାଷ୍ଟ୍ରପତି ପୁତିନ ଯୁଦ୍ଧ ଚାହୁଁନଥିବା ସ୍ପଷ୍ଟ ଇଙ୍ଗିତ ଦେବାକୁ ଚେଷ୍ଟା କରିଛନ୍ତି । ତେବେ ୟୁରୋପୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୁତିନଙ୍କ ଦାବିରେ ସତ୍ୟତା ନାହିଁ । ସାଟେଲାଇଟ ଇମେଜରୁ ମିଳିଥିବା ତଥ୍ୟ ଅନୁଯାୟୀ ୟୁକ୍ରେନ୍ ସୀମାରେ ଏବେବି ମୁତୟନ ରହିଛନ୍ତି ଲକ୍ଷେ ୩୦ ହଜାରରୁ ଅଧିକ ସୈନ୍ୟ ।ତେଣୁ ଯେକୌଣସି ମୁହୂର୍ତ୍ତରେ ରୁଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛି ପେଣ୍ଟାଗନ ।

୨୦୧୪ରେ କ୍ରିମିଆ ଅଧିକାର ଲାଗି ରୁଷ, ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଥିଲା । ଏଥର ବି ସେହି ଢଙ୍ଗରେ ପୁତିନ୍ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ଅନୁଭବ କରୁଛି । ଅନ୍ୟପକ୍ଷରେ ସୈନ୍ୟ ପ୍ରତ୍ୟାହାର ନେଇ ପତିନଙ୍କ ଦାବି ହ୍ୱାଇଟହାଉସ ଓ ନାଟୋ ଅଗ୍ରାହ୍ୟ କରିଦେଇଛନ୍ତି ।

ୟୁକ୍ରେନ୍-ରୁଷ ଉତ୍ତେଜନା ଭିତରେ କିଏ କହୁଛି ସତ?

ୟୁକ୍ରେନ ସୀମାରେ ରୁଷ ସେନାର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଫାଇଟର ଜେଟ୍ ଓ କ୍ଷେପଣାସ୍ତ୍ର । ଆହତ ସୈନିକଙ୍କ ପାଇଁ ବି ନିର୍ମାଣ ହୋଇଛି ହସ୍ପିଟାଲ । ସାଟେଲାଇଟ ଚିତ୍ର ଆଧାରରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ଖବର ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁଥିବା ରୁଷ କହୁଥିଲେ ମଧ୍ୟ ସାଟେଲାଇଟ୍ ଇମେଜ୍ କିନ୍ତୁ ଭିନ୍ନ କଥା ବୟାନ କରୁଛି । ମାକ୍ସର ପକ୍ଷରୁ ଆସିଥିବା ହାଇ ରିଜୋଲ୍ୟସନ ସାଇଟେଲାଇଟ୍ ଇମେଜରେ ରୁଷ ମିଲିଟାରୀ ବ୍ରିଜ୍ ନିର୍ମାଣ କରିଥିବା ଦେଖିବାକୁ ମିଳିଛି । ଏହି ୬ କିଲୋମିଟର ଲମ୍ବ ବ୍ରିଜ୍ ବେଲାରୁଷ ଓ ୟୁକ୍ରେନ୍ ସୀମାରେ ନିର୍ମାଣ କରାଯାଇଛି ।

କ୍ରିମିଆ ଓ ପଶ୍ଚିମ ରୁଷରେ ବ୍ୟାପକ ସୈନ୍ୟ ମୁତୟନ ହୋଇଥିବା ମଧ୍ୟ ସାଟେଲାଇଟ୍ ଇମେଜରେ ଦେଖିବାକୁ ମିଳିଛି । ବେଲାରୁଷର ଫରୁଆର୍ଡ ଲୋକେସନରେ ଗ୍ରାଉଣ୍ଡ ଆଟାକ୍ ହେଲିକର ମଧ୍ୟ ମୁତୟନ କରିଛି ରୁଷ । ସେଠାରେ ଏକ ବଡ଼ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଥିବା ସାଟେଲାଇଟ୍ ଇମେଜରେ ସ୍ପଷ୍ଟ ବାରି ହେଉଛି । ଏହାଛଡ଼ା ପଦାତିକ ବାହିନୀ ୟୁନିଟ ମଧ୍ୟ ମୁତୟନ ହୋଇଛନ୍ତି । ୟୁକ୍ରେନର ଉତ୍ତର ଓ ଉତ୍ତର-ପୂର୍ବରେ ବିଶେଷ ଭାବେ ସୈନ୍ୟ ଠୁଳ କରିଛି ରୁଷ । ତେବେ ଋଷ ଏଭଳି ଖବରକୁ ଖଣ୍ଡନ କରିଛି ।ବେଲାରୁଷରେ ଚାଲିଥିବା ଯୁଦ୍ଧାଭ୍ୟାସ ଆସନ୍ତା ୨୦ ତାରିଖରେ ଶେଷ ହେବ ବୋଲି ରୁଷ ସୂଚନା ଦେଇଛି ।

ସୈନ୍ୟ ପ୍ରତ୍ୟାହାର କରାଯାଉଥିବା ପୁତିନଙ୍କ ସୂଚନା ସୂଚାଉଛି ଯେ କୁଟନୈତିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ସପକ୍ଷରେ ଅଛି । ରୁଷ ୟୁକ୍ରେନ୍ ମଧ୍ୟ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚାହୁଛି । ତେବେ ରୁଷ ରାଷ୍ଟ୍ରପତି ପୁତିନ୍ କହିଛନ୍ତି ୟୁକ୍ରେନ୍ ନାଟୋରେ ମିଶିବା ଭାବନାକୁ ଭୁଲିଯାଉ । ଏହା ସହ ୟୁକ୍ରେନ ଉପରେ ପଶ୍ଚିମ ଦେଶର ପ୍ରଭାବ ହ୍ରାସ କରିବାକୁ ସେ ଦାବି କରିଛନ୍ତି ।

 ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ । କୌଣସି ପରିସ୍ଥିତିରେ ୟୁରୋପୀୟ ସଂଘ ସହ ସେ ୟୁକ୍ରେନର ବାଣିଜ୍ୟ ଚୁକ୍ତି କରାଇ ଦେବା ମୁଡ୍ରେ ନାହାନ୍ତି ।ସେହିପରି ୟୁକ୍ରେନ ନାଟୋର ସଦସ୍ୟ ହେବା ସ୍ୱପ୍ନ ଦେଖିବା ଛାଡିଦେଉ ବୋଲି ଚେତାବନୀ ବି ଦେଇଛନ୍ତି ।

ଅନ୍ୟପକ୍ଷରେ ନାଟୋ ଓ ୟୁରୋପୀୟ ସଂଘରେ ୟୁକ୍ରେନ ସାମିଲ କରାଯିବ ନାହିଁ ବୋଲି ପୁତିନ ଆମେରିକା ଓ ଏହାର ସହୟୋଗୀ ରାଷ୍ଟ୍ରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମାଗୁଛନ୍ତି । ତେବେ ରାଷ୍ଟ୍ରପତି ବାଇଡେନ ଓ ୟୁରୋପୀୟ ଦେଶ ପୁତିନଙ୍କ ଦାବିକୁ ଖାରଜ କରିଦେବା ପରେ ଚାପ ପ୍ରୟୋଗ ଲାଗି ସେ ୟୁକ୍ରେନ ସୀମାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।

ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜଧାନୀ କିଭ୍ ଓ ଅନ୍ୟାନ୍ୟ ସହରରେ ଥିବା ଭାରତୀୟଙ୍କ ପାଇଁ ଖୋଲା ଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । କିଭ୍ ସ୍ଥିତ ଭାରତୀୟ ଦୂତାବାସରେ ଏହି କଣ୍ଟ୍ରୋଲ ରୁମ କାମ କରୁଛି । ୟୁକ୍ରେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ଉପରେ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି । ୟୁକ୍ରେନରେ ଥିବା ଭାରତୀୟ ସ୍ୱଦେଶ ଫେରିବାକୁ ଚାହଁଥିଲେ ଏହା ଦ୍ୱାରା ଉପକୃତ ହେବେ । ଅନ୍ୟପଟେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଉତ୍ତେଜନା ବଢୁଥିବାରୁ ୟୁକ୍ରେନରେ ଥିବା ଭାରତୀୟ ସାମୟିକ ୟୁକ୍ରେନ ଛାଡ଼ନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେପଟେ ଆଜି ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ ହୋଇଛି । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିପାରିବ ବୋଲି ଆଶଙ୍କା ବଢ଼ିଛି ।