Advertisment

ଭାରତ ଉପରେ ଆକ୍ରମଣ କରିବ ଚାଇନା ? ସତର୍କ କରାଇଲା ଆମେରିକା

ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍‌ ହାଉସ ଦେଲା ସୂଚନା।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ଭାରତ ଉପରେ ଆକ୍ରମଣ କରିବା ପାଇଁ ସଜବାଜ ହେଉଛି ଚୀନ୍ । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ଏହାସହ ହ୍ୱାଇଟ୍ ହାଉସ୍ ପକ୍ଷରୁ ଶତ୍ରୁଙ୍କ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦିଆଯାଇଛି । ନିୟନ୍ତ୍ରଣ ରେଖାରେ ପଏଲଏ ସେନା ଏକାଠି ହେଉଥିବା ନେଇ ଖବର ମିଳିଛି । ସେମାନେ କୌଣସି ବି ମୁହୂର୍ତ୍ତରେ ଭାରତ ସୀମା ଭିତରକୁ ପ୍ରବେଶ କରିପାରନ୍ତି ।

Advertisment

ସୀମାରେ ହଲଚଲ ପରେ ଭାରତ-ଚୀନ ସୀମା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ନିୟନ୍ତ୍ରଣ ରେଖାରେ ଚୀନ ସେନା ଏକାଠି ହେବାର ଖବର ମିଳିବା ପରେ ଚିନ୍ତା ବଢିଛି । ତେବେ ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ସ୍ଥିରତା ବଜାୟ ରହୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଗୋଟିଏ ପଟେ କ୍ୱାକ୍‌ ସମ୍ମିଳନୀ ଚାଲିଥିବା ବେଳେ ଚୀନର ଏମିତି ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଏହାସହ କୁଟନୈତିକ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ଭାରତକୁ ଘେରିବା ପାଇଁ ଚୀନ ଯୋଜନା କରୁଥିବା ଆମେରିକା କ୍ୱାକ୍‌ ସମ୍ମିଳନୀରେ କହିଛି। ହ୍ୱାଇଟ୍‌ ହାଉସ୍‌ରୁ ଏମିତି ସୂଚନା ପାଇବା ପରେ ଭାରତ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିପାରେ, ଯେଉଁଥିଲେ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

Advertisment

ତେବେ ଭାରତ-ଚୀନ ବିବାଦ କିଛି ନୂଆ ନୁହେଁ । ବାରମ୍ବାର ନିୟନ୍ତ୍ରଣ ରେଖାରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରୁଥିବା ନଜିର ରହିଛି । ଏମିତିକି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା ନେଇ ସୂଚନା ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ୨୮ ତାରିଖରେ ଚାଇନା ସ୍ପଷ୍ଟ ଭାବରେ କହିଥିଲା କି ସୀମାରେ ଯେଉଁ ବିବାଦ ଦେଖାଯାଇଛି ତାହା ଦୁଇ ଦେଶ ମଧ୍ୟରେ ରହିଛି । କିନ୍ତୁ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ଅର୍ଥାତ୍‌ ଆମେରିକା ହସ୍ତକ୍ଷେପ ନକରିବା ଉଚିତ୍‌। ଏହି ପ୍ରସଙ୍ଗରେ ଉଭୟ ଦେଶ ଆଲୋଚନା କରି ସମାଧାନ କରିବେ। ଏହାସହ ଲଦାଖରେ ଚୀନ୍ କରୁଥିବା କାର୍ଯ୍ୟକୁ ଭାରତ ଦୃଢଭାବରେ ବିରୋଧ କରୁଛି । ଆଉ ଏପରି ସମୟରେ ଭାରତ ଉପରେ ଆକ୍ରମଣ କରିବାକୁ ଚୀନ୍ ଯୋଜନା କରୁଥିବା ଖବର ଆମେରିକା ଦେବା ପରେ ପୁଣି ଥରେ ଚର୍ଚ୍ଚା ବଢିଛି।

US Warns India
Advertisment
Advertisment