• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋସିଆଲ ମିଡିଆରେ ଲାଇକ୍, କମେଣ୍ଟ୍ ପାଇବା ପାଇଁ ପାଗଳ ଯୁବପିଢ଼ି । ଅବାସ୍ତବ ଦୁନିଆରେ ଲୋକପ୍ରିୟତା ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଆଉ ଏହି ସମୟରେ ସାମାନ୍ୟ ଅସାବଧାନତା ପାଇଁ ଅକାଳରେ ଝଡ଼ି ପଡ଼ୁଛନ୍ତି ନିରିହ ଜୀବନ । ୟୁକ୍ରେନର ନେପ୍ରୋପେଟ୍ରୋସ୍‌ କ୍ଷେତ୍ରରେ ବହୁଥିବା ଏକ ନଦୀ ନିକଟରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି । ସ୍ତ୍ରୀ ଆଖି ସାମ୍ନାରେ ଚାଲିଯାଇଛି ସ୍ୱାମୀର ଜୀବନ । ନଦୀରେ ପ୍ରବାହିତ ହେଉଥିବା ପାଣି ବିଷୟରେ ଚିନ୍ତା ନକରି ବରଫ ନଦୀକୁ ଡେଇଁପଡିଥିବା ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସାମ୍ନାରେ ପ୍ରାଣ ହରାଇଛନ୍ତି ।

ରବିବାର ଦିନ ଆଲେକ୍ସଜାଣ୍ଡାର୍ ନାମକ ବ୍ୟକ୍ତି ସ୍ତ୍ରୀ ସହିତ ଏକ ବରଫଯୁକ୍ତ ନଦୀ ନିକଟରେ ବୁଲୁଥିଲେ । ଆଉ ସେଠାରେ ଏକ ଭିଡିଓ ତିଆରି କରିବା ପାଇଁ ସ୍ତ୍ରୀକୁ କହି ହଠା ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ନଦୀର ପ୍ରବାହ ସମ୍ପର୍କରେ ସେ ଅବଗତ ନଥିଲେ । ସାମାନ୍ୟ ରିଲ୍‌ ଭିଡିଓ ପାଇଁ ପାଣିକୁ ଡେଇଁବା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ବୁଡ଼ାଳି ମାନେ ତୁରନ୍ତ ନଦୀକୁ ଡେଇଁଥିଲେ ସୁଦ୍ଧା ତାଙ୍କୁ ବଞ୍ଚାଇ ପାରିନଥିଲେ । ପ୍ରାୟ -5C ତାପମାତ୍ରାରେ ଘଟିଥିବା ଘଟଣାର ଏକ ଯନ୍ତ୍ରଣାଦାୟକ ଭିଡିଓକୁ ଆଲେକ୍ସଜାଣ୍ଡାର୍ ସ୍ତ୍ରୀ ନିଜ ମୋବାଇଲରେ ରେକର୍ଡ କରିଛି ।

ତେବେ ଭିଡିଓରେ ଉଭୟଙ୍କ କଥାବାର୍ତ୍ତା ମଧ୍ୟ ରେକର୍ଡ ହୋଇଛି । ଆଲେକଜାଣ୍ଡାରଙ୍କ ସ୍ତ୍ରୀ ତାଙ୍କୁ ପଚାରୁଛନ୍ତି : ତୁମକୁ ଡର ଲାଗୁନାହିଁ କି? ଏହାର ଉତ୍ତରରେ ସେ କହୁଛନ୍ତି, ନାଁ ମୋତେ ଡର ଲାଗୁନି । ସ୍ତ୍ରୀ ସ୍ୱାମୀକୁ ପଚାରୁଛି: ତୁମକୁ ଥଣ୍ଡା ଲାଗୁନି କି ? ସେ ଉତ୍ତର ଦେଉଛନ୍ତି : ନା। ତା’ପରେ ସ୍ତ୍ରୀ କହୁଛନ୍ତି ଏତେ ଥଣ୍ଡା ମୁଁ ସହ୍ୟ କରିପାରୁ ନାହିଁ, ଭଗବାନଙ୍କୁ ଡାକୁଛି ତୁମ ଦେହ ଖରାପ ନହେଉ ।

ତେବେ ଭିଡିଓ ତିଆରି କରିବା ସମୟରେ ଆଲେକଜାଣ୍ଡାର ନଦୀର ଥଣ୍ଡା ପାଣିରେ ବୁଡ଼ି ଯାଉଛନ୍ତି । ହେଲେ ସ୍ତ୍ରୀ ଏସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞାନ ଅଛନ୍ତି ଓ ସ୍ୱାମୀଙ୍କ ଭିଡିଓ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ତେବେ ହଠାତ ସ୍ୱାମୀକୁ ନଦେଖିବା ପରେ ପାଖରେ ଥିବା ଲୋକଙ୍କ ଠାରୁ ସାହାଯ୍ୟ ମାଗନ୍ତି ଯୁବକଙ୍କ ସ୍ତ୍ରୀ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସ୍ତ୍ରୀ ଆଖି ସାମ୍ନାରେ ବରଫ ତଳେ ଫସି ଆଲେକଜାଣ୍ଡାରଙ୍କ ଜୀବନ ଚାଲିଗଲା । ସାମାନ୍ୟା ଅସାବଧାନତା ତଥା ରିଲ୍ ଭିଡିଓ ପାଇଁ ସେ ପ୍ରାଣ ହରାଇଲେ ।