Advertisment

ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା: ୟୁଏଇରୁ ଧରାପଡ଼ିଲା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ

ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା

author-image
Prangyan Parimita
ଅଦ୍ୟତନ ହୋଇଛି
Abu Bakr

Abu Bakr

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଅବୁ ବକ୍କର ଗିରଫ ଭାରତୀୟ ସୁରକ୍ଷା ଏଜେନ୍ସି ଅବୁକୁ UAEରୁ ଗିରଫ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆତଙ୍କବାଦୀ ଦାଉଦ ଇବ୍ରାହିମ୍ ଦ୍ୱାରା ପାକିସ୍ତାନ ମାଟିରୁ ରଚାଯାଇଥିବା ଏହି ଭୟଙ୍କର ବିସ୍ଫୋରଣରେ ୨୫୦ରୁ ଅଧିକ ଲୋକ ଆଖିବୁଜିଥିବା ବେଳେ ୧୪୦୦ରୁ ଅଧିକ ଆହତ ହୋଇଥିଲେ । ଆଉ ଏ ବର୍ବର କାଣ୍ଡକୁ କାର୍ଯ୍ୟକାରୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲା ଅବୁ । ଏହି ଘଟଣାର ପ୍ରାୟ ୩ ଦଶନ୍ଧି ପରେ ଅବୁ ଗିରଫ ହୋଇଥିବାରୁ ତାକୁ ଭାରତ ଅଣାଯାଇ ତା ବିରୋଧରେ ଆଇନଗତ ପଦକ୍ଷେପ ଆରମ୍ଭ ହେବା ଆଶା ଉଜ୍ଜଳ ହୋଇଛି ।

Advertisment

ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା । ଏକ ଜଘନ୍ୟ କାଣ୍ଡ ପାଇଁ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା, RDX ମୁମ୍ବାଇକୁ ଆଣିବା ଏବଂ ଦୁବାଇରେ ଦାଉଦ ଇବ୍ରାହିମ୍ ଘରେ ବିସ୍ଫୋରଣ ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିବା ଭଳି ସଙ୍ଗୀନ୍ ଅଭିଯୋଗ ରହିଛି ଅବୁ ନାଁରେ ।

ଅବୁକୁ ଧରିବାକୁ ୧୯୯୭ରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥଲା ଭାରତୀୟ ପୋଲିସ । ଏହା ପୂର୍ବରୁ ୨୦୧୯ରେ ତାକୁ ୟୁଏଇ କର୍ତ୍ତୃପକ୍ଷ ଧରିଥିଲେ ବି ପ୍ରମାଣପତ୍ର ଅଭାବରୁ ଗିରଫ କରାଯାଇ ପାରିନଥିଲା । ଏବେ ପ୍ରାୟ ୩ ଦଶନ୍ଧି ପରେ ତାକୁ ଧରିବାରେ ସଫଳ ହେବା ପରେ ଏବେ ନୂଆଦିଲ୍ଲୀ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି ।

Advertisment

୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇ ମହାନଗରୀର ୧୨ଟି ସ୍ଥାନରେ ହୋଇଥିଲା ଭୟଙ୍କର ବିସ୍ଫୋରଣ ଯେଉଁଥିରେ ୨୫୭ ଜଣଙ୍କ ମୃତ୍ୟୁ ହେବା ସହ ୧୪୦୦ରୁ ଅଧିକ ଆହତ ହୋଇଥିଲେ । ପାକିସ୍ତାନ କରାଚିସ୍ଥିତ ଦାଉଦ ଇବ୍ରାହିମ୍ ବାସଭବନରୁ ହିଁ ଏ ବିସ୍ଫୋରଣର ଷଡ଼ଯନ୍ତ୍ର ରଚାଯାଇଥିଲା, ଯାହାକୁ କାର୍ଯ୍ୟକାରୀ କରିବାକୁ ଦାଉଦର ଡି ଗ୍ରୁପ ସହ ଲିଙ୍କରେ ଥିବା ବହୁ ଅପରାଧୀ ଯୋଡ଼ି ହୋଇଥିଲେ । ଏହି ବିସ୍ଫୋରଣରେ ଆବୁ ସାଲେମ୍, ଟାଇଗର ମେମନ, ୟାକୁବ୍ ମେମନ୍, ମୁସ୍ତାଫା ଦୋସା ଭଳି ଅନେକ ଚର୍ଚ୍ଚିତ ଅପରାଧୀ ସାମିଲ ଥିବା ବେଳେ ମୁମ୍ବାଇ ପୋଲିସର କିଛି କର୍ମଚାରୀ ବି ସାମିଲ ଥିବା ଜଣାପଡ଼ିଥିଲା ।

Mumbai Blast Mastermind
Advertisment
Advertisment